ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୀତପାଇଁ ଦିଲ୍ଲୀରେ ହୃଦଘାତ, ମସ୍ତିଷ୍କାଘାତ ବଢ଼ୁଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଚଳିତବର୍ଷ ଦିଲ୍ଲୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଉତ୍ତର ଭାରତର ଅନ୍ୟ ସ୍ଥାନ ତୁଳନାରେ ଦିଲ୍ଲୀର ତାପମାତ୍ରା ପ୍ରାୟ ଅନେକ ସମୟରେ କମ୍‌ ରହୁଛି। ଚଳିତବର୍ଷ ଦିଲ୍ଲୀର ଶୀତ ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ। ଚଳିତବର୍ଷ ଶୀତ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇଛି। ବହୁ ଲୋକ ହୃଦ୍‌ଘାତ ଓ ମସ୍ତିଷ୍କାଘାତର ଶିକାର ହେଉଛନ୍ତି। ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଏ ପ୍ରକାର ରୋଗୀଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି।

ଦିଲ୍ଲୀରେ ଥିବା ଅଧିକାଂଶ ଡାକ୍ତରଖାନାକୁ ପାହାନ୍ତା ଏବଂ ଭୋର ସମୟରେ ହୃଦଘାତ, ମସ୍ତିଷ୍କାଘାତ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ଅଧିକ ସଂଖ୍ୟାରେ ଆସୁଛନ୍ତି।

ଡାକ୍ତରଖାନାକୁ ‌ବଡ଼ି ଭୋରରେ ଆସୁଛନ୍ତି ଅଧିକ ରୋଗୀ
ଶୀତ ପୋଷାକ ପିନ୍ଧିବା, ସକାଳେ ନଚାଲିବାକୁ ପରାମର୍ଶ

ଲୋକନାୟକ ଜୟପ୍ରକାଶ (ଏଲ୍‌ଏନ୍‌ଜେପି) ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାରଙ୍କ ସୂଚନା ଅନୁଯାୟୀ, ଗତ ୧୨ ଦିନ ହେଲା ପ୍ରବଳ ଥଣ୍ଡା ଯୋଗୁଁ ଡାକ୍ତରଖାନାକୁ ସବୁଦିନ ବଡ଼ି ଭୋରୁ ମସ୍ତିଷ୍କାଘାତ, ହୃଦଘାତ ଏବଂ ଉଚ୍ଚ ରକ୍ତ ଚାପରେ ପୀଡ଼ିତ ରୋଗୀମାନେ ପୂର୍ବାପେକ୍ଷା ଅଧିକ ସଂଖ୍ୟାରୋ ଆସୁଛନ୍ତି। ଏପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କର ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବୟସ ୫୦ରୁ ୭୦ ବର୍ଷ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବହିର୍ବିଭାଗ (ଓପିଡି)କୁ ଭୂତାଣୁ ସଂକ୍ରମଣରେ ପୀଡ଼ିତ ରୋଗୀମାନେ ବହୁସଂଖ୍ୟାରେ ଆସୁଛନ୍ତି। ତେଣୁ ଏଭଳି ସ୍ଥିତିରେ ମଧୁମେହ ଏବଂ ରକ୍ତଚାପକୁ ଲୋକମାନେ ନିୟମିତ ମାପିବା ଉଚିତ। ଶୀତ ପୋଷାକ ପିନ୍ଧିବା ସହିତ ସକାଳେ ନଚାଲିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା କେତେକ ଘରୋଇ ଡାକ୍ତରଖାନାକୁ ଚଳିତ ଶୀତଋତୁରେ ମସ୍ତିଷ୍କ ଓ ହୃ‌ଦ‌୍‌ଘାତରେ ପୀଡ଼ିତ ହୋଇ ଆସୁଥିବା ରୋଗୀଙ୍କ ସଂଖ୍ୟା ୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନୋଏଡା ଫୋର୍ଟିସ ହସ୍ପିଟାଲର ସ୍ନାୟୁଶଲ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ରାହୁଲ ଗୁପ୍ତା କହିଛନ୍ତି।

ତାଙ୍କ ମତରେ ପ୍ରାୟ ୨୫ ପ୍ରତିଶତ ରୋଗୀଙ୍କର ବୟସ ୪୫ ବର୍ଷରୁ କମ। ବିଶେଷକରି ମେଟ୍ରୋଗୁଡ଼ିକରେ ଏଭଳି ଧାରା ଦେଖିବାକୁ ମିଳିଛି। ଆବଶ୍ୟକ ସମୟ ନଶୋଇବା, ଏକାଧିକ କାର୍ଯ୍ୟ କରିବା, ଖରାପ ମାନର ଖାଦ୍ୟ ଖାଇବା ଏବଂ ଅତ୍ୟଧିକ ମାନସିକ ଚାପ କାରଣରୁ ଏଭଳି ସ୍ଥିତି ହୋଇଛି। ମଧୁମେହ ଏବଂ ହାଇପର‌ଟେନସନ ଭଳି ରୋଗ ୨୦ରୁ ୩୦ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି। ଏସବୁ ରୋଗରୁ ମୁକ୍ତି ପାଇବା ପାଇଁ ଯୁବପିଢ଼ି ଜୀବନକୁ ଶୃଙ୍ଖଳିତ ରଖିବା ଏବଂ ଡାକ୍ତରମାନଙ୍କ ପାଖକୁ ନିୟମିତ ବ୍ୟବଧାନରେ ଯିବା ପାଇଁ ସେ କହିଛନ୍ତି। ଯୁବପିଢ଼ି ଏସବୁ ରୋଗର ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରିବା କାରଣରୁ ସେମାନେ ହଠାତ୍ ହୃଦ୍‌ଘାତ ଓ ମସ୍ତିଷ୍କାଘାତର ଶିକାର ହେଉଛନ୍ତି। ଏହାବ୍ୟତୀତ ସଂପ୍ରତି ଧମନୀରେ ରକ୍ତ ଜମାଟ ହୋଇ ଯେପରି ହୃଦ୍‌ଘାତ ନହେବ ସେଥିପାଇଁ ଡାକ୍ତର ଓ ହୃଦରୋଗ ବିଶେଷଜ୍ଞମାନେ ଅଧିକମାତ୍ରାରେ ଇକୋସ୍ପ୍ରିନ ଭଳି ଔଷଧ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏଥିପାଇଁ ମସ୍ତିଷ୍କାଘାତ ବଢ଼ୁଛି ବୋଲି ଡାକ୍ତର ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ