ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗ୍ରାମୀଣ ଚୀନ୍‌ରେ ସାଂଘାତିକ ସଂକ୍ରମଣ: ଚିକିତ୍ସା ନପାଇ ଆତ୍ମହତ୍ୟା କରିଦେଉଛନ୍ତି ବୟସ୍କ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବେଜିଂ : ଚୀନ୍‌‌ରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି। ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମୀଣ ଚୀନ୍‌ରେ ସଂକ୍ରମଣ ଅଣାୟତ୍ତ ହୋଇଛି। ଗ୍ରାମୀଣ ଚୀନ୍‌ରେ ଅନେକ ଡାକ୍ତର କହିଛନ୍ତି, ସେମ‌ାନେ ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେ‌ବେ ଦେଖିନାହାନ୍ତି। ପୂର୍ବରୁ ମାସରେ ପ୍ର‌ାୟ ୧୦୦ ରୋଗୀ କ୍ଲିନିକ ଆସୁଥିଲେ କିନ୍ତୁ ଡିସେମ୍ବରର ଦୁଇ ତିନି ଦିନରେ ୫୦୦ରୁ ଅଧିକ ରୋଗୀ କ୍ଲିନିକ ଆସିଛନ୍ତି। ସଂକ୍ରମଣ ବଢ଼ିବାରୁ ଗାଁଗୁଡ଼ିକରେ ସବୁଠାରୁ ଏକ ବଡ଼ ସମସ୍ୟା ହେଉଛି ଚିକିତ୍ସା ସମ୍ବଳର ଅଭାବ। ଚିକିତ୍ସା ସାମଗ୍ରୀ ଅଭାବରୁ ଅନେକ ଗ୍ରାମୀଣ କ୍ଲିନିକ ବନ୍ଦ ରହିଛି। ଏପରିକି ସହରତଳି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବି ଔଷଧ ଆସୁନି। ଗ୍ରାମୀଣ ଚୀନ୍‌ରେ ବୟସ୍କ ଏବଂ ଶିଶୁମାନେ ନିର୍ଦ୍ଦିଷ୍ଟ ଭାବେ ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଗ୍ରାମୀଣ ଚୀନ୍‌ରେ ବୟସ୍କ ଲୋକମାନେ ଆତ୍ମହତ୍ୟା କରିଦେଉଛନ୍ତି। ସଂକ୍ରମଣଜନିତ ଉଦ୍‌ବେଗ ପାଇଁ ଅନେକ ବୟସ୍କ ଲୋକ କୀଟନାଶକ ଖାଇ ଆତ୍ମହତ୍ୟା କରିଦେଇଛନ୍ତି। ବୟସ୍କମାନେ ଅତି ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଭୃକ୍ଷେପ କରୁନାହାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ