ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଧ୍ୟାପନା ପାଇଁ ବାଇଡେନ ବର୍ଷକୁ ୧ ନିୟୁତ ଡଲାର ନେଇଛନ୍ତି, କିନ୍ତୁ ଦିନଟିଏ କ୍ଲାସ୍ କରିନାହାନ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉପରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ପେନ୍‌ସିଲଭାନିଆ ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିଲା। ସେଥିପାଇଁ ତାଙ୍କୁ ବର୍ଷକୁ ୧ ନିୟୁତ ଡଲାର ଦିଆଯାଉଥିଲେ ମଧ୍ୟ ସେ ଦିନଟିଏ ମଧ୍ୟ କ୍ଲାସ୍‌ରେ ପଢ଼ାଇ ନାହାନ୍ତି।
ମଙ୍ଗଳବାର ମେକ୍ସିକୋ ସିଟିରେ ଅନୁଷ୍ଠିତ ଉତ୍ତର ଆମେରିକା ନେତାମାନଙ୍କ ଶିଖର ସମ୍ମିଳନୀରେ ଭାଷଣ ଦେଇ ବାଇଡେନ କହିଥିଲେ ଯେ ସେ ଉପରାଷ୍ଟ୍ରପତି ପଦ ଛଡ଼ିବାର ୪ ବର୍ଷ ପରେ ପେନସିଲଭାନିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଥିଲେ।

ଉଲ୍ଲେଖନୀୟ ଯେ ପ୍ରାୟ ଦୁଇବର୍ଷ ବିଶ୍ବବିଦ୍ୟାଳୟ ବାଇଡେନଙ୍କୁ ବର୍ଷକୁ ପ୍ରାୟ ୧ ନିୟୁତ ଡଲାର ପ୍ରଦାନ କରିଥିଲେ ହେଁ ସେ ଗୋଟିଏ ବି କ୍ଲାସ୍‌ରେ ପଢ଼ାଇ ନାହାନ୍ତି। ରିପବ୍ଲିକାନ ନ୍ୟାସନାଲ କମିଟିର ଗବେଷଣା ଶାଖା ବା ଆର୍‌ଏନ୍‌ସି ରିସର୍ଚ୍ଚ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି। ଆର୍‌ଏନ୍‌ସି ରିସର୍ଚ୍ଚର ରିପୋର୍ଟ ଅନୁସାରେ ପ୍ରଫେସର ଥିବା ନେଇ ବାଇଡେନ ବାରମ୍ବାର ମିଛ କହିଆସୁଛନ୍ତି। ଫିଲାଡେଲ୍‌ଫିଆ ସ୍କୁଲରେ ବାଇଡେନ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସୌଜନ୍ୟମୂଳକ (ଅବୈତନିକ) ପ୍ରଫେସର ଥିଲେ। ଫିଲାଡେଲ୍‌ଫିଆ ଏନ୍‌କ୍ବେୟାରର୍‌ର ଅନୁସନ୍ଧାନମୂଳକ ରିପୋର୍ଟ ଅନୁସାରେ ଅବୈତନିକ ନୁହେଁ, ୨୦୧୭ରେ ବାଇଡେନଙ୍କୁ ୩୭୧,୧୫୯ ଏବଂ ୨୦୧୮ ଓ ୨୦୧୯ରେ ୫୪୦,୪୮୪ ଡଲାର ଦିଆଯାଇଥିଲା।

୨୦୧୭ରେ ବାଇଡେନ ସୌଜନ୍ୟମୂଳକ ପ୍ରଫେସର ପଦବି ଗ୍ରହଣ କରିଥିଲେ, ଯାହାକୁ କୁହାଯାଉଥିଲା ‘ବେଞ୍ଜାମିନ ଫ୍ରାଙ୍କଲିନ ପ୍ରେସିଡେନ୍ସିଆଲ ପ୍ରାକ୍ଟିସ୍ ପ୍ରଫେସର’। ସେ ମଧ୍ୟ ୱାସିଂଟନରେ ପେନ୍ ବାଇଡେନ ସେଣ୍ଟର ଫର୍ ଡିପ୍ଲୋମାସି ଆଣ୍ଡ୍ ଗ୍ଲୋବାଲ୍ ଏନ୍‌ଗେଜ୍‌ମେଣ୍ଟ ଏବଂ ଡେଲାୱେର ବିଶ୍ବବିଦ୍ୟାଳୟରେ ବାଇଡେନ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିଥିଲେ। କିନ୍ତୁ ତାଙ୍କ ଭୂମିକା ଥିଲା ସୌଜନ୍ୟମୂଳକ। ସେ ଛାତ୍ରମାନଙ୍କୁ କ୍ୟାମ୍ପସରେ ଭାଷଣ ଦେଇଥିଲେ କିନ୍ତୁ ପୂରା ସିମେଷ୍ଟାର କୋର୍ସ ପଢ଼ାଇ ନ ଥିଲେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ