ରାଜ୍ୟ ସ୍ପେଶାଲ ରିପୋର୍ଟ

କେୟାରଏଜ୍ ରିପୋର୍ଟ: ସାମଗ୍ରିକ ପ୍ରଦର୍ଶନରେ ଓଡ଼ିଶା ସ୍ଥାନ ୧୧

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବଡ଼ ରାଜ୍ୟଗୁଡ଼ିକ ତାଲିକ‌ାରେ ଓଡ଼ିଶାର ସ୍ଥାନ ୧୧ ରହିଛି। କେୟାର ରେଟିଙ୍ଗ୍‌ସର ସଂସ୍ଥା କେୟାରଏଜ୍‌ ପକ୍ଷରୁ ଜାରି କରାଯାଇଥିବା ରାଜ୍ୟମାନଙ୍କ ପ୍ରଥମ ରୢାଙ୍କିଙ୍ଗ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିରେ ଓଡ଼ିଶାର ସ୍କୋର ୩୬.୭ ରହିଛି। ଅର୍ଥନୈତିକ, ଆର୍ଥିକ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ସାମାଜିକ, ଭିତ୍ତିଭୂମି, ପ୍ରଶାସନ ଓ ପରିବେଶ ଭଳି ମାନଦଣ୍ଡ ଆଧାରରେ ବିଭିନ୍ନ ରାଜ୍ୟକୁ ସ୍କୋର ଦିଆଯାଇଛି। ଏହି ତାଲିକାରେ ୫୫.୭ ସ୍କୋର ସହ ମହାରାଷ୍ଟ୍ର ପ୍ରଥମ, ଗୁଜରାଟ (୫୧.୮) ଦ୍ବିତୀୟ ଏବଂ ତାମିଲନାଡ଼ୁ (୫୧.୧) ତୃତୀୟ ସ୍ଥାନରେ ରହିଛି। ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନର ପ୍ରଦର୍ଶନ ଓଡ଼ିଶାଠାରୁ ଭଲ ରହିଛି

କେୟାରଏଜ୍‌ ରିପୋର୍ଟ ଅନୁଯାୟୀ ଅର୍ଥନୀତିରେ ଓଡ଼ିଶାର ସ୍କୋର ୪୧.୬ ଥିବା ବେଳେ ଏଥିରେ ଏହା ପଞ୍ଚମ ସ୍ଥାନରେ ରହିଛି। ଆର୍ଥିକ ବର୍ଗରେ ଓଡ଼ିଶା ୬୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ରହିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ରାଜ୍ୟର ସ୍କୋର ୩୦.୫ ଥିବା ବେଳେ ଏହା ୧୧ତମ ସ୍ଥାନରେ ରହିଛି। ସାମାଜିକ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଆହୁରି ଖରାପ ହୋଇ ୧୨ତମ ସ୍ଥାନକୁ ଖସିଛି। ଏହି ମାନଦଣ୍ଡରେ ଏହାର ସ୍କୋର ୨୮.୨ ରହିଛି। ଭିତ୍ତିଭୂମି ମାନଦଣ୍ଡରେ ଓଡ଼ିଶା ୧୫ତମ ସ୍ଥାନରେ ରହିଥିବା ବେଳେ ଏଥିରେ ସ୍କୋର ୨୮.୨ ରହିଛି। ପ୍ରଶାସନରେ ଓଡ଼ିଶା ବଡ଼ ରାଜ୍ୟଗୁଡ଼ିକ ଭିତରେ ଶେଷତମ ଅର୍ଥାତ ୧୭ତମ ସ୍ଥାନରେ ରହିଛି। ଏଥିରେ ରାଜ୍ୟର ସ୍କୋର ସର୍ବନିମ୍ନ ୧୧.୫ ରହିଛି। ପରିବେଶରେ ୪୧.୭ ସ୍କୋର ସହ ଓଡ଼ିଶା ୧୧ତମ ସ୍ଥାନରେ ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।