ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହସ୍ପିଟାଲ୍‌ର ପ୍ରଦର୍ଶନକୁ ମାପି ଗ୍ରେଡ୍ ପ୍ରଦାନ ହେବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାର ମାନକୁ ବିଚାରକୁ ନେଇ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ମାପିବା ଲକ୍ଷ୍ୟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଏକ ବ୍ୟବସ୍ଥା ପ୍ରବର୍ତ୍ତନ କରୁଛି। ଏଥିରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଓ ଯତ୍ନକୁ ବିଚାରକୁ ନେଇ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ଓ ଗ୍ରେଡ୍ ନିର୍ଦ୍ଧାରିତ ହେବ। ଯେଉଁସବୁ ହସ୍‌ପିଟାଲ ଆୟୁଷ୍ମାନ ଭାରତ-ପିଏମ୍‌-ଜେଏୱାଇ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି ଏଣିକି ସେମାନଙ୍କର ପ୍ରଦର୍ଶନ ଓ ଗ୍ରେଡ୍ ନୂଆ ବ୍ୟବସ୍ଥାରେ ନିର୍ଦ୍ଧାରିତ ହେବ।

ପାରମ୍ପରିକ ଭାବେ, ଅର୍ଥ ପ୍ରଦାନକାରୀଙ୍କ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟସେବାର ଢାଞ୍ଚା ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସେବାର ସଂଖ୍ୟା ଉପରେ ଗୁରୁତ୍ୱ ଦିଏ। ଏଥିରେ ରୋଗୀର ଚିକିତ୍ସା ପାଇଁ ହସ୍‌ପିଟାଲକୁ ଯେଉଁ ଅର୍ଥ ପ୍ରଦାନ କରାଯାଏ ସେଥିରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ଚିକିତ୍ସା ସେବାକୁ ହିସାବକୁ ନିଆଯାଏ ଏବଂ ଏହା ବଣ୍ଡଲ ପେମେଣ୍ଟ ନାମରେ ପରିଚିତ। ତେବେ ନୂଆ ବ୍ୟବସ୍ଥାରେ ଏକଥା ରହିବ ନାହିଁ। ଏଥିରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଭାଲ୍ୟୁ ବେସ୍‌ଡ କେୟାର ଗୁରୁତ୍ୱ ପାଇବ। ସୁତରାଂ ଏଥିରେ ବଣ୍ଡଲ ପେମେଣ୍ଟ ନ ହୋଇ ଚିକିତ୍ସାର ନିର୍ଯାସ ବା ଫଳାଫଳକୁ ଗୁରୁତ୍ୱ ଦିଆଯିବ। କୌଣସି ସେବା ଯୋଗାଣ ଦ୍ୱାରା ରୋଗୀର ଯଦି କିଛି ଉପକାର ନ ହୁଏ, ସେ କ୍ଷେତ୍ରରେ ସେହି ଚିକିତ୍ସା ପାଇଁ ହସ୍‌ପିଟାଲ ଅର୍ଥ ନେବାକୁ ହକ୍‌ଦାର ହେବ ନାହିଁ। ଅତଏବ ହସ୍‌ପିଟାଲସମୂହ ସେମାନଙ୍କର ଚିକିତ୍ସା ଓ ସେବାର ମାନ ଏବଂ ଫଳାଫଳ ବିଚାରରେ ପୁରସ୍କୃତ ହେବେ। ନୂଆ ମଡେଲରେ ରୋଗୀ ଚିକିତ୍ସା ଗୁରୁତ୍ୱ ପାଇବ। ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲେ ବା ସେମାନେ ସୁସ୍ଥ ହେଲେ ହସ୍‌ପିଟାଲକୁ ତାହାର ଆଧାରରେ ଗ୍ରେଡ ପ୍ରଦାନ କରାଯିବ। ଏହାଦ୍ୱାରା ହସ୍‌ପିଟାଲଗୁଡିକୁ ବିଭିନ୍ନ ସେବା ଯୋଗାଣର ପ୍ରାବଲ୍ୟ ପରିବର୍ତ୍ତେ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ଓ ଯତ୍ନ୍ ଉପରେ ଗୁରୁତ୍ୱ ଦେବେ। ଏହା ଫଳରେ ଲୋକଙ୍କ ବ୍ୟାଧିର ବୋଝ ଓ ପ୍ରଭାବ ଦୀର୍ଘମିଆଦି ନୀତିରେ ହ୍ରାସ ପାଇବ।

ଏହି ପଦକ୍ଷେପ ଦ୍ୱାରା ସାମଗ୍ରିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥାରେ ବିଶେଷ ଉନ୍ନତି ଆସିବାର ସମ୍ଭାବନା ଅଧିକ। ଏହାଦ୍ୱାରା ଉଭୟ ରୋଗୀ ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଉପକୃତ ହେବେ। ତା’ଛଡା ରୋଗୀଙ୍କ ବୀମା ବାବଦ ଅର୍ଥ ଯୋଗାଉଥିବା ସରକାର ବା ସମ୍ପୃକ୍ତ ପକ୍ଷ ମଧ୍ୟ ନିଜର ଲକ୍ଷ୍ୟ ସାଧନରେ ସଫଳ ହୋଇପାରିବେ। ରୋଗୀ ଆରୋଗ୍ୟ ଲାଭ କରି ଖୁସି ହେବେ ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଅର୍ଥ ପାଇବେ। ବୀମାବାବଦ ଅର୍ଥ ପ୍ରଦାନକାରୀ ଏହି ବ୍ୟବସ୍ଥାରେ ନିଜର ଖର୍ଚ୍ଚ ତୁଳନାରେ ଅଧିକ ସଫଳତା ପାଇବେ।

ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍‌.ଏସ. ଶର୍ମା କହିଛନ୍ତି ଯେ ପ୍ରତ୍ୟେକ ତାଲିକାଭୁକ୍ତ ହସ୍‌ପିଟାଲରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରତ୍ୟେକ ହିତାଧିକାରୀ ଯେପରି କ୍ୟାସଲେସ ବ୍ୟବସ୍ଥାରେ ଉଚ୍ଚମାନର ଚିକିତ୍ସା ସେବା ପାଆନ୍ତି ତାହାକୁ ସୁନିଶ୍ଚିତ କରିବାକୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ସୂଚକାଙ୍କ ଭିତ୍ତିରେ ପ୍ରସ୍ତୁତ ହସ୍‌ପିଟାଲଗୁଡିକର ପ୍ରଦର୍ଶନ ତାଲିକାକୁ ପବ୍ଲିକ ଡ୍ୟାସବୋର୍ଡରେ ସ୍ଥାନିତ କରାଯିବ। ଏହାର ଏକ ଉତ୍ତମ ପ୍ରଭାବ ରୋଗୀ ଏବଂ ହିତାଧିକାରୀଙ୍କ ଉପରେ ପଡିବ। ସେମାନେ ପ୍ରଦର୍ଶନ ଦେଖି ହସ୍‌ପିଟାଲ ବାଛିବେ ଓ ବିଚାରବନ୍ତ ନିଷ୍ପତ୍ତି ନେବେ। ସୁତରାଂ ଏହା ଦ୍ୱାରା ହସ୍‌ପିଟାଲ ପ୍ରଦର୍ଶନ ତାହାର ଆର୍ଥିକ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ। ଭଲ ଚିକିତ୍ସା ପାଇଁ ଅଧିକରୁ ଅଧିକ ବୀମାକୃତ ରୋଗୀ ଆସିଲେ ହସ୍ପିଟାଲର ଆୟ ବଢିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ