ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧର୍ମାନ୍ତରୀକରଣ ଅତି ସାଂଘାତିକ ପ୍ରସଙ୍ଗ: ପଦକ୍ଷେପ ପାଇଁ ଏଜିଙ୍କ ସହଯୋଗ ଲୋଡ଼ିଲେ ସୁପ୍ରିମକୋର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ଦେଶରେ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ପଦକ୍ଷେପ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ ଆଜି ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣିଙ୍କ ସହଯୋଗ ଲୋଡ଼ିଛନ୍ତି। ଜଷ୍ଟିସ ଏମ୍‌ଆର ଶାହ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ ଧର୍ମାନ୍ତରୀକରଣ ବିରୋଧରେ ଏକ ଆବେଦନର ଶୁଣାଣି କରି ଧର୍ମାନ୍ତରୀକରଣ ବିରୋଧରେ କେଉଁ ପଦକ୍ଷେପ ଗ୍ରହଣ କରିହେବ ସେନେଇ ଆଟର୍ଣ୍ଣି ଜେନେରାଲଙ୍କ ସହଯୋଗ ଲୋଡ଼ିଛନ୍ତି।

ଥାଞ୍ଜାଭୁର ଧର୍ମାନ୍ତରୀକରଣ ଏବଂ ଛାତ୍ରୀ ମୃତ୍ୟୁ ଘଟଣାର ଏନ୍‌ଆଇଏ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିବା‌ବେଳେ ତାମିଲନାଡ଼ୁ ସରକାର ଏହାକୁ ବିରୋଧ କରିଥିଲେ। ତାମିଲନାଡ଼ୁ ସରକାରଙ୍କ ଓକିଲ କହିଥ‌ିଲେ ଯେ ଏଭଳି ଏକ ଆବେଦନ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ କୋର୍ଟ ଏହି ମାମଲାର ଶୁଣାଣି ନକରିବା ଉଚିତ। ତାମିଲନାଡ଼ୁରେ ଏଭଳି କିଛି ଘଟଣା ଘଟିନି ବୋଲି ସେ କହିଥିଲେ। ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି ୱିଲସନ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପିଆଇଏଲ୍‌। କିନ୍ତୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ଉକ୍ତ ପ୍ରସଙ୍ଗ ଅତି ସାଂଘାତିକ ହୋଇଥିବାରୁ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। ଜଷ୍ଟିସ ଶାହ କହିଛନ୍ତି, ଆମେମାନେ ସାରା ଦେଶ ଏବଂ ସମସ୍ତ ରାଜ୍ୟ ପାଇଁ ଚିନ୍ତିତ।

ଯଦି ଏଭଳି କାର୍ଯ୍ୟ ତୁମ ରାଜ୍ୟରେ ‌ହେଉଥାଏ ତେବେ ଏହା ଅତି ଖରାପ। ଯଦି ହୋଇନଥାଏ ତେବେ ଏହା ଭଲ। ତେବେ ଏହ‌ି ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିରୁ ଗ୍ରହଣ କରନା। ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତାର କହିଥିଲେ, ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ବେଆଇନ ଧର୍ମାନ୍ତରୀକରଣ ପାଇଁ କୌଣସି ଆଇନ ନାହିଁ। ଖଣ୍ଡପୀଠ କହିଛନ୍ତି, ସରକାର ଏଦିଗରେ ବିଚାର କରିବେ। ତେବେ ଆଟର୍ଣ୍ଣି ଜେନେରାଲ ଏହି ମାମଲାରେ ଆମିକସ୍‌ କ୍ୟୁରି ଭାବେ ଉପସ୍ଥିତ ରହି ମାମଲାରେ କେଉଁ ପଦକ୍ଷେପ ଗ୍ରହଣ କରି‌ହେବ ସେନେଇ କୋର୍ଟଙ୍କୁ ସହଯୋଗ କରିବାକୁ ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଶାହ କହିଛନ୍ତି, ଧାର୍ମିକ ସ୍ବାଧୀନତା ଏବଂ ଜୋରଜବରଦସ୍ତି ମଧ୍ୟରେ ପାର୍ଥକ୍ୟ ରହିଛି। ତାମିଲନାଡ଼ୁ ସରକାର ଏହି ମାମଲାରେ ଜବାବ ରଖିବାପାଇଁ କୋର୍ଟ ଅନୁମତି ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ