ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠ ଭଙ୍ଗା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠ ଭଙ୍ଗା ଘଟଣାରେ ଦିଲ୍ଲୀ, ମହାରାଷ୍ଟ୍ର, ଝାଡ଼ଖଣ୍ଡର ଭକ୍ତମାନେ ଏହି ଘଟଣାରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ଦିଲ୍ଲୀର ଜଗଜିତ ସିଂହ, ରାଜୀବ କୁମାର, ଝାଡ଼ଖଣ୍ଡର ସଚ୍ଚା ସିଂହ, ମହାରାଷ୍ଟ୍ରର ଭିକି ଥୋମାସ୍‌ ଏହି ମାମଲା ଦାୟର କରି ଅଭିଯୋଗ କରିଛନ୍ତି ଯେ ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ତରଫରୁ ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ।

୨୦୧୯ ଅକ୍ଟୋବର ୨୧ ତାରିଖର ଏହି ସତ୍ୟପାଠରେ ଓଡ଼ିଶା ସରକାର ଏକ ଅତିରିକ୍ତ ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ। ଏଥିରେ ରାଜ୍ୟ ସରକାର ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ଜରୁରୀକାଳୀନ ସେବା, ଦଳାଚକଟା ଭଳି ପରିସ୍ଥିତିକୁ ଦୂରେଇବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖାଲି କରାଯାଉଛି। ଏହିକ୍ରମରେ ଶ୍ରୀମନ୍ଦିର ଚାରିପଟେ ଯେଉଁ ମଠ, ମନ୍ଦିର ଭଙ୍ଗାଯାଉଛି, ତାର ଗାଦିଘର, ଦେବଦେବୀ ପ୍ରତିମୂର୍ତ୍ତି, ସମାଧି ଆଦି ଅକ୍ଷତ ରହିବ। ଯେଉଁ ଜାଗାରେ ମଠ ରହିଛି, ସେହି ଜାଗାରେ ରହିବା ସହ ଏହାକୁ ଆହୁରି ସୁନ୍ଦର କାରୁକାର୍ଯ୍ୟରେ ଭରି ଦିଆଯିବ। କଳିଙ୍ଗ ସ୍ଥାପତ୍ୟର ଛାପ ଏଥିରେ ରହିବ। ଏହି ଆଧାରରେ ମୃଣାଳିନୀ ପାଢ଼ୀଙ୍କ ମାମଲାରେ ଗତ ୨୦୧୯ ନଭେମ୍ବର ୪ରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ, ତାକୁ ଓଡ଼ିଶା ସରକାର ଖୋଲା ଉଲ୍ଲଂଘନ କରିଛନ୍ତି। ମଙ୍ଗୁ ମଠ କ୍ଷେତ୍ରରେ ଏହା କରାଯାଇଛି। ଗୁରୁ ନାନକଙ୍କ ସ୍ମୃତିରେ ଥିବା ଏହି ବହୁ ପ୍ରାଚୀନ ମଙ୍ଗୁ ମଠର ଅସ୍ତିତ୍ବ ହଜାଇ ଦିଆଯାଇଛି। ଏଣୁ ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଥିଲେ, ତାହାର ଯେପରି ସଠିକ୍‌ ଅନୁପାଳନ ହୋଇପାରିବ, ସେ ଉପରେ ସୁପ୍ରିମକୋର୍ଟ କଡ଼ା ଆଦେଶ ଦେବାକୁ ଆବେଦନକାରୀ ନିବେଦନ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ମଙ୍ଗୁ ମଠ ମହନ୍ତ ଭବାନୀ ଶଙ୍କର ଦାସ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଦେବୋତ୍ତର କମିସନର ଶିଶିର କୁମାର ରଥଙ୍କୁ ପକ୍ଷଭୁକ୍ତ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।