ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଲଗାତାର ୫ ଦିନ ଧରି ଦିଲ୍ଲୀରେ ପ୍ରବଳ ଶୀତ ଲହରି ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନର ତାପମାତ୍ରାଠାରୁ ମଧ୍ୟ କମ୍ ରହୁଛି। ବିଭିନ୍ନ ସ୍ଥାନରେ କେବଳ ୨୫ମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଆଜି ସକାଳେ ୩.୮ ଡିଗ୍ରି ସେଲସିୟସ ଥିଲା। ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି ସମସ୍ୟା ପାଇଁ ୩୦୦ରୁ ଅଧିକ ଟ୍ରେନ ବାତିଲ କରାଯାଇଛି ଏବଂ ୧୭୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି।
ସେହିପରି ଖରାପ ପାଗ ପାଇଁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୧୮ଟି ଘରୋଇ ବିମାନ ଚଳାଚଳ ବିଳମ୍ବ ହୋଇଛି। ସେହିପରି ୩୨ଟି ଘରୋଇ ବିମାନ ମଧ୍ୟ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ପହଞ୍ଚିଛି। ଘନ କୁହୁଡ଼ି ଯୋଗୁଁ କିଛି ଦୃଶ୍ୟମାନ ହେଉନଥିବାରୁ ୩ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଏବଂ ଉତ୍ତରପଶ୍ଚିମ ଅଞ୍ଚଳରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l