ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ପୁରୀ/ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ନିକଟରେ ସୋମବାର ଦିନ ମଧ୍ୟପ୍ରଦେଶରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଥିବା ଏକ ଯାତ୍ରୀବାହୀ ବସ ସମ୍ପୂର୍ଣ୍ଣ ଜଳିଯାଇଛି। ସୌଭାଗ୍ୟକୁ ଅଗ୍ନିକାଣ୍ଡ ସମୟରେ ବସ୍ରେ କେହି ନଥିବାରୁ ସମସ୍ତ ତୀର୍ଥଯାତ୍ରୀ ରକ୍ଷା ପାଇଯାଇଥିବା ବେଳେ ବସ୍ରେ ଭିତରେ ଥିବା ଯାତ୍ରୀଙ୍କ ସମସ୍ତ ଆସବାବପତ୍ର, ନଗଦ ଟଙ୍କା, ମୋବାଇଲ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ବସ୍ର ବ୍ୟାଟେରି ସଟ୍ସର୍କିଟ୍ରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ଓ ମୋରେନା ଜିଲ୍ଲାର ଆଖପାଖ ଅଞ୍ଚଳର ୧୨୦ଜଣ ଯାତ୍ରୀ ତିନିଟି ବସରେ ତୀର୍ଥଯାତ୍ରାରେ ଦେଶ ଭ୍ରମଣ ବାହାରିଥିଲେ। ପ୍ରତି ବସ୍ରେ ୪୦ଜଣ ଲେଖାଏଁ ଯାତ୍ରୀ ରହିଥିଲେ। ଏହି ତୀର୍ଥଯାତ୍ରୀଙ୍କ ବସ୍ ସୋମବାର ଭୋର ୫ଟାରେ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିର ପାଖରେ ପହଞ୍ଚିଥିଲା। ଏଥିରୁ ଏକ ଗାଡ଼ି ସାକ୍ଷୀଗୋପାଳ ମନ୍ଦିର ପାଖ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖ ରାସ୍ତା ପାର୍କିଂ କରିଥିଲା। ଅପରାହ୍ନ ପ୍ରାୟ ୨ଟା ୧୫ରେ ହଠାତ୍ଏହି ୟୁପି-୭୫ଏଟି-୧୭୭୬ ନମ୍ବର ବିଶିଷ୍ଟ ବସ୍ଟି ହୁତ୍ହୁତ୍ ହୋଇ ଜଳିଥିଲା। ବସ୍ରେ ନିଆଁ ଲାଗିବା ସମୟରେ କେତେକ ଯାତ୍ରୀ ସାକ୍ଷୀଗୋପାଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଆଉ କେତେକ ବସ୍ ନିକଟରେ ରୋଷେଇ କରୁଥିଲେ। ଫଳରେ ବସ୍ ମଧ୍ୟରେ କେହି ନଥିବାରୁ ଏକ ବଡ଼ଧରଣର ବିପଦକୁ ଟାଳି ଦିଆଯାଇପାରିଛି।
ଏହି ବସ୍ରେ ପୁରୁଷ ଓ ମହିଳାଙ୍କୁ ମିଶାଇ ୪୦ଜଣ ଯାତ୍ରୀ ଓ ୪ଜଣ କର୍ମଚାରୀ ରହିଥିଲେ। ଏହି ତୀର୍ଥଯାତ୍ରୀମାନଙ୍କରେ ଆହୁରି ୨୦ ଦିନ ଯାତ୍ରା ବାକି ଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ