ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପ୍ରତ୍ୟକ୍ଷଦର୍ଶୀ ତଥା ଅଞ୍ଜଳିଙ୍କ ସହିତ ସ୍କୁଟରରେ ଯାଉଥିବା ନିଧିଙ୍କ ନାମରେ ଡ୍ରଗ କାରବାର ଅଭିଯୋଗ ରହିଛି। ୨୦୨୦ ଡ୍ରଗ ମାମଲାରେ ଆଗ୍ରା ଜିଆର୍ପି ତାଙ୍କୁ ଧରିଥିଲା। ଏଥିସହିତ ତା’ ନାମରେ ଏକାଧିକ ଟ୍ରାଫିକ ଚାଲାଣ ରହିଛି ଯାହାର ଅର୍ଥ ସେ ପୈଠ କରିନାହିଁ। ଦୁର୍ଘଟଣା ଘଟିବା ସମୟରେ ସେ ଅଞ୍ଜଳି ସହିତ ଥିଲା ଏବଂ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ଏହି ମାମଲାକୁ ପୁଲିସ ଅତ୍ୟନ୍ତ ଯତ୍ନର ସହ ବୁଝୁଛି। ଦୁର୍ଘଟଣା ବେଳେ ଉଭୟ ମହିଳା ତଳେ ପଡ଼ି ଯାଇଥିଲେ। ତେବେ ନିଧି ଘଟଣାସ୍ଥଳ ଛାଡ଼ି ପଳାଇଥିଲା। ଦୁର୍ଘଟଣା ସମୟରେ ଅଞ୍ଜଳି ନିଶାସକ୍ତ ଥିବା ଏବଂ ସ୍କୁଟି ଚଳାଇବାକୁ ଜିଦ୍ ଧରିବା ନେଇ ନିଧି ମନ୍ତବ୍ୟ ଦେଇଛି।
ଏହା କହିବା ପରେ ଅଞ୍ଜଳି ପରିବାରର ଟାର୍ଗେଟକୁ ନିଧି ଆସିଯାଇଛି। ଏହାବ୍ୟତୀତ ସିସିଟିଭି ଫୁଟେଜରୁ ଜଣାଯାଇଛି ଅଞ୍ଜଳି ପ୍ରାୟ ୬ ମାସ ପୂର୍ବେ ଆଉ ଏକ ଦୁର୍ଘଟଣାର ଶିକାର ହୋଇଥିଲା। କିନ୍ତୁ ସେ ସମୟରେ ଅଳ୍ପକେ ସେ ବର୍ତ୍ତି ଯାଇଥିଲା ବୋଲି ପୁଲିସ କହିଛି। ତେବେ ପୁଲିସ କୌଣସି ନିଷ୍କର୍ସରେ ନପହଞ୍ଚି ଯେଉଁସବୁ ଅଭିଯୋଗ ଓ ତଥ୍ୟ
ସାମ୍ନାକୁ ଆସୁଛି ସେଗୁଡ଼ିକୁ ଯାଞ୍ଚ କରୁଛି। ଆବଶ୍ୟକ ପଡ଼ିଲେ ନିଧି ଏବଂ ଅନ୍ୟ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ ହୋଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l