ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜନସଂଖ୍ୟା ନିୟନ୍ତ୍ରଣ ନେଇ ନୀତୀଶଙ୍କ ବିବାଦୀୟ ବୟାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବୈଶାଳୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ଗତକାଲି ନୀତୀଶ କହିଥିଲେ ଯେପର୍ଯ୍ୟନ୍ତ ପୁରୁଷ ଦାୟିତ୍ବ ନନେବେ ଏବଂ ମହିଳା ଅଶିକ୍ଷିତ ରହିବେ ସେପର୍ଯ୍ୟନ୍ତ ବିହାରରେ ଜନସଂଖ୍ୟା କମିବ ନାହିଁ। ବିରୋଧୀ ବିଜେପି ନୀତୀଶଙ୍କ ଉକ୍ତ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି। ଏଭଳି ଭାଷା କହିଥିବାରୁ ବିଜେପି ତାଙ୍କୁ ସମାଲୋଚନା କରିଛି।

‘ସମାଧାନ ଯାତ୍ରା’ରେ ମୁଖ୍ୟମନ୍ତ୍ରୀ ବୈଶାଳୀଠାରେ ଉଦବୋଧନ ଦେଇ କହିଥିଲେ କେବଳ ମହିଳାମାନେ ଶିକ୍ଷିତ ହେଲେ ପ୍ରଜନନ ହାର କମିବ ଏବଂ ଜନସଂଖ୍ୟା ବୃଦ୍ଧି ହାରକୁ ନିୟନ୍ତ୍ରଣ କରାଯାଇ ପାରିବ। ମହିଳାମାନେ ଅଧିକ ଶିକ୍ଷିତ ହୋଇଥିଲେ କିମ୍ବା ସଚେତନ ହୋଇଥିଲେ ଗର୍ଭବତୀ ହେବାରୁ ସେମାନେ ନିଜକୁ କିଭଳି ରକ୍ଷାକରିବେ ଜାଣିପାରନ୍ତେ। ପୁରୁଷମାନେ ସେମାନଙ୍କ କାର୍ଯ୍ୟର ପରିଣତିକୁ ବୁଝିବାକୁ ପ୍ରସ୍ତୁତ ହେଉନାହାନ୍ତି। ମହିଳାମାନେ ଉପଯୁକ୍ତ ଭାବେ ଶିକ୍ଷିତ ହୋଇ ନଥିବାରୁ ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ପାରୁନି ବୋଲି ନୀତୀଶ କହିଛନ୍ତି। ବିଜେପି ନେତା ସମ୍ରାଟ ଚୌଧୁରୀ କହିଛନ୍ତି ନୀତୀଶ ଏଭଳି ମନ୍ତବ୍ୟ ଦେଇ ରାଜ୍ୟର ଭାବମୂ୍ର୍ତ୍ତିକୁ କ୍ଷୁଣ୍ଣ କରିଛନ୍ତି। ସର୍ବସାଧାରଣରେ ନୀତୀଶ ଅଶାଳୀନ ଭାଷା ବ୍ୟବହାର କରିଥିବା ସେ ମତ ଦେଇଛନ୍ତି। ଏହାଦ୍ବାରା ନୀତୀଶ ମୁଖ୍ୟମନ୍ତ୍ରୀ ପଦର ଗରିମାକୁ ନଷ୍ଟ କରିଥିବା ଶ୍ରୀ ଚୌଧୁରୀ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ