ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଚଳଚ୍ଚିତ୍ର ଜଗତ’ର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ: ଦମନ, ଶେଷରାତି ଶ୍ରେଷ୍ଠ ଚଳଚ୍ଚିତ୍ର

ପୁରୀ : ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା କଳାକାରଙ୍କୁ ସମ୍ମାନିତ କରିଛି ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’। ପୁରୀ ପୌରସଦନ ମଞ୍ଚରେ ପତ୍ରିକାର ୪୭ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ କଳାକାର ସମ୍ବର୍ଦ୍ଧନା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି। କ୍ୟାମେରାମ୍ୟାନ ଶ୍ରୀନିବାସ ମହାପାତ୍ରଙ୍କୁ ନିତାଇ ପାଲିତ ପୁରସ୍କାର, ଅଭିନେତା ଓ ନାଟ୍ୟକାର ନବକିଶୋର ଆଚାର୍ଯ୍ୟଙ୍କୁ ଭୀମ ସିଂହ ସ୍ମାରକୀ ସମ୍ମାନ ଏବଂ ସଂଗୀତ ନିର୍ଦ୍ଦେଶକ ଅଲୋକ ମହାପାତ୍ରଙ୍କୁ ସତ୍ୟନାରାୟଣ ଅଗ୍ରୱାଲ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି। ୩ ପ୍ରତିଭାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରାଯାଇଛି।

‘ଦମନ’ ଚଳଚ୍ଚିତ୍ରକୁ (ପପୁଲାର୍‌) ଓ ‘ଶେଷରାତି’କୁ (କ୍ରିଟିକ) ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଉଭୟ ଚଳଚ୍ଚିତ୍ରର ଦୀପେନ୍ଦ୍ର ସାମଲ ଓ ପ୍ରୀତମ ସାହୁଙ୍କୁ ପୁରସ୍କୃତ କରାଯାଇଛି। ‘ମହାବାହୁ’ରେ ଅଭିନୟ ପାଇଁ ଆକାଶ ଦାସନାୟକଙ୍କୁ ଶ୍ରେଷ୍ଠ ନାୟକ ଓ ଶେଷରାତିରେ ଅଭିନୟ ପାଇଁ ରିୟା ଦେଙ୍କୁ ଶ୍ରେଷ୍ଠ ନାୟିକା ଭାବେ ସମ୍ମାନିତ କରାଯାଇଛି। ଦମନର ନିର୍ଦ୍ଦେଶନା ପାଇଁ ବିଶାଳ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ଏବଂ ଶେଷରାତିରେ ନିର୍ଦ୍ଦେଶନା ପାଇଁ ଅମରେଶ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଛି। ରୁଦ୍ରାଣୀରେ ଅଭିନୟ ପାଇଁ ସାୱନ ସୁମନ ନାଏକଙ୍କୁ ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ପୁରସ୍କୃତ କରାଯାଇଛି। ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ପ୍ରଯୋଜକ ଅନୁପମ ପଟ୍ଟନାୟକଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି।

ସମ୍ପାଦକ ଆଦିକନ୍ଦ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥ‌ିଲେ। ସହସମ୍ପାଦକ ସ୍ଥିତପ୍ରଜ୍ଞ ରାଉତ ସ୍ବାଗତ ଭାଷର ଦେଇଥିବା ବେଳେ । ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।