ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଧର୍ମଶାଳା ନିର୍ମାଣ, ଶସ୍ତାରେ ଶ୍ରୀକ୍ଷେତ୍ରରେ ରହିବେ ସାଧାରଣ ଭକ୍ତ

ପୁରୀ : ଶସ୍ତାରେ ଶ୍ରୀକ୍ଷେତ୍ରରେ ରହିବେ ସାଧାରଣ ଭକ୍ତ। ହୋଟେଲ ଓ ଲଜ୍‌ର ରୁମ୍‌ ଦର ଶୁଣି ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ରାତି କାଟି ଦେଉଥିବା ଭକ୍ତମାନେ ଏଣିକି ମାତ୍ର ଦେଢ଼ଶହ କିମ୍ବା ଦୁଇଶହ ଟଙ୍କା ଦେଇ ରାତି କାଟିପାରିବେ। ଗତ ଜୁଲାଇରେ କ୍ୟାବିନେଟ୍‌ ଅନୁମୋଦନ ପରେ ଏବେ ବାସେଳିସାହି ନିକଟରେ ୧୦ ଏକର ଜମିରେ କାମ ଆରମ୍ଭ ହୋଇଯାଇଛି। ୪ ତାଲା ବିଶିଷ୍ଟ ୬ଟି ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୧୩୫ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ଧର୍ମଶାଳାର ନିର୍ମାଣ କାର୍ଯ୍ୟ ୨୦୨୪ ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

୨୦୨୦ ମସିହାରେ ଏହି ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇଥିଲା। ଗତବର୍ଷ ଜୁଲାଇରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା। ବାସେଳିସାହିରେ ମହାପ୍ରଭୁଙ୍କ ଜମିରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୬ଟି ବ୍ଲକ୍‌ରେ ଡର୍ମିଟାରି ବ୍ୟବସ୍ଥା ସହ ୨ ଓ ୩ ଶଯ୍ୟା ବିଶିଷ୍ଟ ଧର୍ମଶାଳା କକ୍ଷ ଯୋଗାଇ ଦିଆଯିବ। ଏଠାରୁ ଶ୍ରୀମନ୍ଦିରକୁ ଭକ୍ତମାନେ ଯାତାୟାତ କରିବା ସୁଗମ ହେବ। ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଓବିସିସିର ବରିଷ୍ଠ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭକ୍ତଙ୍କୁ ଦୃଷ୍ଟିରେ ରଖି ୩ଟି ଭକ୍ତ ନିବାସ ନିର୍ମିତ ହୋଇଛି। ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୭୭ଟି କୋଠରି, ନୀଳାଦ୍ରି ଭକ୍ତ ନିବାସରେ ୧୦୮ କୋଠରି ଓ ନୀଳାଚଳ ଭକ୍ତ ନିବାସରେ ୬୦ରୁ ଅଧିକ କୋଠରି ରହିଛି। ମାତ୍ର ଏଠାରେ ରହଣି ଦର ତାରକା ହୋଟେଲ୍‌ଠୁ କମ୍‌ ନୁହେଁ। ଅନ୍ତତଃ ପକ୍ଷେ ସାଧାରଣ ଭକ୍ତମାନେ ରାତି ବିତାଇବା ପାଇଁ ୧୬୦୦ ଟଙ୍କା ଦେବା ସମ୍ଭବ ହେଉନଥିବାରୁ ଧର୍ମଶାଳାର ନିତାନ୍ତ ଆବଶ୍ୟକତା ରହିଛି। ବିଳମ୍ବରେ ହେଉ ପଛେ ସରକାର ଏଠାରେ ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଏହା ଗରିବ ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ବସ୍ତି ଆଣିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।