ଅପରାଧ ଦେଶ ବିଦେଶ

ବିମାନରେ ପରିସ୍ରା କାଣ୍ଡ: ‘ଘଟଣା ମତେ ବ୍ୟକ୍ତିଗତ ପୀଡ଼ା ଦେଇଛି’

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଜଣେ ମଦ୍ୟପ ଯାତ୍ରୀ ପରିସ୍ରା କରିବା ମାମଲାରେ ଆଜି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ତାଙ୍କୁ ବ୍ୟକ୍ତିଗତ ଭାବେ ପୀଡ଼ା ଦେଇଛି ବୋଲି ସେ କହିଛନ୍ତି। ଆମେ ପରିସ୍ଥିତି ସମ୍ଭାଳିବାରେ ଏବଂ ତତ୍କାଳ ପଦକ୍ଷେପ ନେଇ ଉଚିତ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛୁ ବୋଲି ଚନ୍ଦ୍ରଶେଖରନ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ଉକ୍ତ ବିମାନର ପରିଚାଳକ ଦଳ ସଦସ୍ୟ ଏବଂ ପାଇଲଟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବା ସହ ଦାୟିତ୍ବରୁ ହଟାଇ ଦିଆଯାଇଛି । ତେବେ ଏ କ୍ଷେତ୍ରରେ ପଦକ୍ଷେପ ବହୁତ ବିଳମ୍ବରେ ଗ୍ରହଣ କରାଯାଇଥିବାରୁ ଚନ୍ଦ୍ରଶେଖରନ ଏ ନେଇ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟାଟା ଗ୍ରୁପ୍‌ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନରେ ମଦ୍ୟପ ଯାତ୍ରୀଙ୍କ ଦ୍ବାରା ପରିସ୍ରା କାଣ୍ଡ ଦୁଇଥର ଘଟିଥିବାରୁ ଟ୍ରାଟା ଗ୍ରୁପ୍‌ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ