ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାସ୍କେଲ୍‌, ଇନ୍ଦ୍ରାବତୀରୁ ବି ଛତିଶଗଡ଼ର ଫାଇଦା

ଚାଷ ସହିତ ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ପାଣି ଯୋଗାଉଛି, ଓଡ଼ିଶାରେ ପ୍ରସ୍ତାବରେ ଅଟକିଛି ଭାସ୍କେଲ୍‌ ଜଳପ୍ରକଳ୍ପ
ଜିଲ୍ଲାନବରଙ୍ଗପୁର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ୍‌ ଦେଇ ଚିରସ୍ରୋତା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ପ୍ରବାହିତ ହେଉଛି। ତଥାପି ଓଡ଼ିଶା ସରକାର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିପାରୁନଥିବା ବେଳେ ତଳମୁଣ୍ଡରେ ଆନିକଟ ବାନ୍ଧି ଛତିଶଗଡ଼ ଫାଇଦା ଉଠାଉଛି। କେବଳ ମହାନଦୀ ନୁହେଁ, ଅନ୍ୟ ନଦୀରୁ ବି ଏହିଭଳି ଭାବେ ଫାଇଦା ଉଠାଉଥିବା ବେଳେ ଓଡ଼ିଶାରେ ଲୋୟର ଭାସ୍କେଲ ଜଳସେଚନ ପ୍ରକଳ୍ପ କେବଳ ପ୍ରସ୍ତାବରେ ଅଟକିଛି।

କୋଷାଗୁମୁଡା ବ୍ଲକ୍‌ର ଆଟିଗାଁ,ବଡ଼ଦାନୁଆ, ଏକୋରୀ, ବି.ଏମ୍‌ ସେମଳା, ବାଲେଗାଁ, ଟେମରା, କୋଷାଗୁମୁଡ଼ା, ବଡ଼ଆମଡା, ମାଝୀଦାନୁଆ, ସନ୍ତୋଷପୁର, ଉକିଆପଲ୍ଲୀ ଦେଇ ଘାଟବାସୁଲିଠାରେ ଇନ୍ଦ୍ରାବତୀ ନଦୀରେ ମିଶିଛି ଭାସ୍କେଲ ନଦୀ। ଯାହାର ଦୈର୍ଘ୍ୟ ପ୍ରାୟ ୪୦ କିଲୋମିଟର ହେବ। ସେହିପରି ଇନ୍ଦ୍ରାବତୀ ନଦୀ ଚିରମା, ପୋକଡିସେମଳା, ବାମୁଣି, ସାନଆମଡ଼ା, ବିଞ୍ଜିଲି, ସାନ ଉକିଆପଲ୍ଲୀ, ଘାଟବାସୁଲି ଦେଇ ପ୍ରବାହିତ ହୋଇ ଛତିଶଗଡ଼ରେ ମିଶିଛି। ଯାହାର ଦୈର୍ଘ୍ୟ ପ୍ରାୟ ୨୦କିଲୋମିଟରରୁ ଊର୍ଦ୍ଧ୍ବ ହେବ। ମାତ୍ର, କୋଷାଗୁମୁଡ଼ା ବ୍ଲକ୍‌ ଦେଇ ଏହି ଦୁଇ ଚିରସ୍ରୋତା ନଦୀ ପ୍ରବାହିତ ହେଉଥିଲେ ହେଁ ଉପରମୁଣ୍ଡରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ କିମ୍ବା ଆନିକଟ ନିର୍ମାଣ ହୋଇପାରୁନି। ଏପରିକି ଝାଡ଼ସେମଳାରେ ଲୋୟର ଭା‌ସ୍କେଲ ପ୍ରକଳ୍ପ ନିର୍ମାଣ ବହୁ ବର୍ଷ ତଳେ ହୋଇଥିବା ପ୍ରସ୍ତାବ ରହିଥିଲା। ଏହି ପ୍ରକଳ୍ପ ଦ୍ବାରା କୋଷାଗୁମୁଡ଼ା ବ୍ଲକର ୧୩୭୪୩ ହେକ୍ଟର ଓ ଡାବୁଗାଁ ବ୍ଲକର ୬୬୫ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଧାର୍ଯ୍ୟ ‌ହୋଇଥିଲା। ଏହି ପ୍ରକଳ୍ପ କେବଳ ଡିପିଆର୍‌ରେ ହିଁ ସୀମିତ ରହିଛି।

ଅନ୍ୟପଟେ, ସୀମାନ୍ତ ଘାଟବାସୁଲି ନିକଟରେ ଛତିଶଗଡ଼ ପକ୍ଷରୁ ଏକ ଆନିକଟ ନିର୍ମାଣ କରାଯାଇ ଏହି ନଦୀର ପାଣି ଚାଷୀଙ୍କ ଜମିରେ ପହଞ୍ଚାଇବା ସହିତ ନଗରନାରଠାରେ ଚାଲିଥିବା ଷ୍ଟିଲ୍‌ ପ୍ଲାଣ୍ଟକୁ ପାଣି ଯୋଗାଇବା ବ୍ୟବସ୍ଥା କରାଯାଉଛି। କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ, ତଳମୁଣ୍ଡରେ ଛତିଶଗଡ଼ ବହୁସ୍ଥାନରେ ଏପରି ଚେକ୍ ଡ୍ୟାମ୍‌ ନିର୍ମାଣ କରି ଫାଇଦା ଉଠାଉଛି।

ଛତିଶଗଡ଼ ଏହି ନଦୀ ଦ୍ବାରା ଫାଇଦା ଉଠାଉଥିବା ବେଳେ ଓଡ଼ିଶା ସରକାର ଜଳସେଚନ ପ୍ରକଳ୍ପ ନିର୍ମାଣ କରିପାରିନି। ଭାସ୍କେଲ ନଦୀର ବିଭିନ୍ନ ସ୍ଥାନରେ ଚେକ୍ ଡ୍ୟାମ୍ ନିର୍ମାଣ କରିବା ପାଇଁ କୋଷାଗୁମୁଡା ବ୍ଲକ୍‌ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ ଗତ କିଛି ଦିନ ତଳେ ଜଳସେନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି କରି ଜଣା‌ଇଛନ୍ତି। ଏହି ଚିଠି ଉପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ଏଯାବତ୍‌ ଜଣାପଡ଼ିନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।