ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସବୁ ୱିଣ୍ଡୋ ପିସିରେ କାମ ଦେବନି ଗୁଗୁଲ୍‌ କ୍ରୋମ୍‌

ନୂଆଦିଲ୍ଲୀ : ସବୁ ୱିଣ୍ଡୋ ପିସିରେ ଗୁଗୁଲ୍ କ୍ରୋମ ଆସନ୍ତା ସପ୍ତାହରୁ କାମ ଦେବନି। ବିଶେଷକରି ୱିଣ୍ଡୋଜ୍‌ ୭, ୱିଣ୍ଡୋଜ୍‌ ୮/୮.୧ରେ ଏହା କାମ ଦେବନାହିଁ। ଏଗୁଡ଼ିକରେ କ୍ରୋମ ୧୦୯ ଚାଲୁଛି। ଆସନ୍ତାମାସ ୭ ତାରିଖରେ ଗୁଗୁଲ୍‌ କ୍ରୋମ ୧୧୦ ଆରମ୍ଭ କରିବ। ତେବେ ନୂଆ ଅପଡେଟ୍ କ୍ରୋମ ୧୧୦ କେବଳ ୱିଣ୍ଡୋଜ୍ ୧୦ ଏବଂ ତା ପରବର୍ତ୍ତୀ ୱିଣ୍ଡୋଜ୍‌ରେ ଉପଲବ୍ଧ ହେବ।

କ୍ରୋମର ପୁରୁଣା ଭର୍ସନ ଯେଉଁସବୁ ଡିଭାଇସରେ ରହିଛି ତାହା କାର୍ଯ୍ୟ କରିଲେ ବି ସେଥିରେ କୌଣସି ଅପଡେଟ୍ ହେବ ନାହିଁ। ଯଦି ଆପଣ ଏବେ ୱିଣ୍ଡୋଜ୍ ୭, ୱିଣ୍ଡୋଜ୍‌ ୮/୮.୧ରେ ରହିଛନ୍ତି ତାହେଲେ ନୂଆ ୱିଣ୍ଡୋଜ୍‌ ଭର୍ସନକୁ ଯାଆନ୍ତୁ ଯେଉଁଥିରେ ନୂଆ ସିକ୍ୟୁରିଟି ଅପଡେଟ୍‌ ଏବଂ କ୍ରୋମ୍‌ର ଫିଚର ମିଳିବ ବୋଲି ଗୁଗୁଲ୍‌ କହିଛି। ଜାନୁଆରି ୧୦ ତାରିଖରୁ ୱିଣ୍ଡୋଜ ୭ ଓ ୱିଣ୍ଡୋଜ୍ ୮.୧ରେ ସିକ୍ୟୁରିଟି ଅପଡେଟ୍ ଏବଂ ବୈଷୟିକ ସହାୟତା ମିଳିବ ନାହିଁ ମାଇକ୍ରୋସଫ୍ଟ ଘୋଷଣା କରିବା ପରେ ଗୁଗୁଲ୍‌ ଏହା କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ