ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରି ‘ଦି ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’କୁ ନିଷିଦ୍ଧ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ଶାଖା ବୋଲି ଘୋଷଣା କରି ଗୁରୁବାର ଦିନ କେନ୍ଦ୍ର ସରକାର ‘ଦି ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’କୁ (ଟିଆର୍‌ଏଫ୍‌) ନିଷିଦ୍ଧ ଘୋଷଣା କରିଛନ୍ତି ବୋଲି ‘ପିଟିଆଇ’ ରିପୋର୍ଟ କରିଛି।

୧୯୬୭ର ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆଇନ ଅନୁସାରେ ଜାରି କରିଥିବା ବିଜ୍ଞପ୍ତିରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଭାରତର ଜାତୀୟ ନିରାପତ୍ତା ଏବଂ ସାର୍ବଭୌମତ୍ତ୍ବ ପ୍ରତି ‘ଟିଆର୍‌ଏଫ୍‌’ ବିପଜ୍ଜନକ।

୨୦୧୯ରେ ଗଠିତ ‘ଟିଆର୍‌ଏଫ୍‌’ ଅନ୍‌ଲାଇନ୍‌ରେ ଯୁବାମାନଙ୍କୁ ଚୟନ କରି ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ କରୁଛି ବୋଲି କେନ୍ଦ୍ର ବ୍ୟାପାର ଗୃହମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ କହିଛି।

ସେହିପରି, ୧୯୬୭ର ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆଇନର ୪ର୍ଥ ସ୍କିଡ୍ୟୁଲ୍‌ ଅନୁଯାୟୀ ‘ଟିଆର୍‌ଏଫ୍‌’ର ଅନ୍ୟତମ କମାଣ୍ଡର୍‌ ଶେଖ୍‌ ସଜ୍ଜାଦ୍‌ ଗୁଲ୍‌ଙ୍କୁ ଜଣେ ଆତଙ୍କବାଦୀ ଭାବେ ଅଭିହିତ କରିଛି।

ସୀମାପାରି ଅନୁପ୍ରବେଶ ଏବଂ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ ଚୋରାଚାଲାଣରେ ‘ଟିଆର୍‌ଏଫ୍‌’ର ସମ୍ପୃକ୍ତି ରହିଛି। ସାମାଜିକ ଗଣମାଧ୍ୟମରେ ବି ଏହି ସଙ୍ଗଠନ ଜମ୍ମୁ ଓ କଶ୍ମୀରବାସୀଙ୍କୁ ଭାରତ ବିରୋଧରେ ଉସ୍‌କାଉଛି ବୋଲି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି।

ନିରାପତ୍ତା ବଳ ଓ ସାଧାରଣ ନାଗରିକମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବାରୁ ‘ଟିଆର୍‌ଏଫ୍‌’ ସଦସ୍ୟମାନଙ୍କ ନାଁରେ ବହୁସଂଖ୍ୟକ ମାମଲା ରୁଜୁ କରାଯାଇଛି।

ଏହାଛଡ଼ା, ସମ୍ପ୍ରତି ପାକିସ୍ତାନରେ ବାସ କରୁଥିବା ଜମ୍ମୁ ଓ କଶ୍ମୀରର ମୂଳ ବାସିନ୍ଦା ମହମ୍ମଦ ଅମିନ ଓରଫ୍‌ ଅବୁ ଖୁବୈବ୍‌ଙ୍କୁ ମଧ୍ୟ ସରକାର ଏକକ ଆତଙ୍କବାଦୀ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ସେ ‘ଲଶ୍କର୍‌-ଏ-ତୈବା’ର ଲଞ୍ଚିଙ୍ଗ୍‌ କମାଣ୍ଡର୍‌ ଭାବେ କାର୍ଯ୍ୟରତ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ