ରାଜ୍ୟ ସ୍ପେଶାଲ ରିପୋର୍ଟ

ସରିଲା କୋରାପୁଟ ରେଳ ପ୍ରକଳ୍ପର ବହୁ ଦୋହରୀକରଣ କାର୍ଯ୍ୟ

ଭୁବନେଶ୍ବର : ପୂର୍ବତଟ ରେଳପଥର କୋରାପୁଟ-ଜଗଦଲପୁର ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ମାନବାର ରେଳ ଷ୍ଟେସନ ମଧ୍ୟରେ ଦ୍ବିତୀୟ ଲାଇନ୍‌, କୋରାପୁଟ-ରାୟଗଡ଼ା ରେଳ ଦୋହରୀକରଣ ପ୍ରକଳ୍ପର କୋରାପୁଟ-ଡୁମୁରିପୁଟ, ଡୁମୁରିପୁଟ-ମାନବାର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସରିଛି। ଏହି ପ୍ରକଳ୍ପଗୁଡ଼ିକର ନନ-ଇଣ୍ଟରଲକିଂ ଓ ସିଗନାଲ୍ ସିଷ୍ଟମର ସଂସ୍ଥାପନ ସହ ରେଳ ଟ୍ରାକଗୁଡ଼ିକୁ ସଂଯୋଗ ପାଇଁ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ତେଣୁ ନନ୍‌-ଇଣ୍ଟରଲକିଂ କାର୍ଯ୍ୟ ଲାଗି ଜାନୁଆରି ୬ ଓ ୭ରେ ମାନବାର ଷ୍ଟେସନରେ, ୮ ତାରିଖ ପର୍ଯ୍ୟନ୍ତ ଡୁମୁରିପୁଟ ଷ୍ଟେସନରେ, ୧୦ ତାରିଖ ପର୍ଯ୍ୟନ୍ତ କୋରାପୁଟ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ କରାଯିବାକୁ ଥିବା ଟ୍ରେନ୍‌ ସେବା ପ୍ରଭାବିତ ହେବ।

ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ (୧୮୧୦୭/୧୮୧୦୮) ୬ ତାରିଖରେ ଜଗଦଲପୁରରୁ ବାତିଲ କରାଯାଇଛି। ଆଂଶିକ ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭) ୫ରେ ଭୁବନେଶ୍ୱରରୁ ରାୟଗଡ଼ା ପର୍ଯ୍ୟନ୍ତ ଚାଲିବ। ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ (୧୮୪୪୮) ୬ରେ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରୁ ଛାଡ଼ିବ ଏବଂ ଜଗଦଲପୁରରୁ ରାୟଗଡ଼ା ମଧ୍ୟ ବାତିଲ ରହିବ। ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ (୧୮୦୦୬) ଜାନୁଆରି ୭ରେ ଜଗଦଲପୁର ପରିବର୍ତ୍ତେ ଟିଟିଲାଗଡ଼ରୁ ଛାଡ଼ିବ। ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେସାଲ(୦୮୫୪୬) ୫ରୁ ୧୦ ତାରିଖ ମଧ୍ୟରେ ଲକ୍ଷ୍ମୀପୁର ରୋଡରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ କରାଯାଇଛି। କୋରାପୁଟ-ବିଶାଖାପାଟଣା ପାସେଞ୍ଜର (୦୮୫୪୫) ଜାନୁଆରି ୬ରୁ ୧୧ ମଧ୍ୟରେ କୋରାପୁଟ-ଲକ୍ଷ୍ମୀପୁର ରୋଡ ମଧ୍ୟ ବାତିଲ ରହିବ। ବିଶାଖାପାଟଣା-କୋରାପୁଟ ଏକ୍ସପ୍ରେସ(୧୮୫୧୨) ଜାନୁଆରି ୬ରୁ ୯ ଯାଏ ଦାମନଯୋଡ଼ିରୁ କୋରାପୁଟ ମଧ୍ୟରେ ବାତିଲ ରହିବ।

କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ (୧୮୫୧୧) ୬ରୁ ୧୧ ତାରିଖ ମଧ୍ୟରେ କୋରାପୁଟ-ଦାମନଯୋଡ଼ି ମଧ୍ୟରେ ବାତିଲ ରହିବ। ବିଶାଖାପାଟଣା-କିରାଣ୍ଡୁଲ୍ ପାସେଞ୍ଜର(୦୮୫୫୧) ଜାନୁଆରି ୬ରେ ବିଶାଖାପାଟଣାରୁ ଆରାକୁ ପର୍ଯ୍ୟନ୍ତ ଏବଂ କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର (୦୮୫୫୨) ୬ ତାରିଖରେ କିରାଣ୍ଡୁଲରୁ ଜୟପୁର ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭) ଜାନୁଆରି ୬ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରରୁ, ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୮) ୬ରୁ ୧୦ ପର୍ଯ୍ୟନ୍ତ ଜଗଦଲପୁରରୁ, ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ (୧୮୦୦୫) ୬ରୁ ୯ ତାରିଖ ପର୍ଯ୍ୟନ୍ତ ହାଓଡ଼ାରୁ, ଜଗଦଲପୁର-ହାଓଡ଼ା ସମଲେଶ୍ବରୀ ଏକ୍ସପ୍ରେସ (୧୮୦୦୬) ୮ରୁ ୧୦ ତାରିଖ ମଧ୍ୟରେ ଜଗଦଲପୁରରୁ, ରାଉରକେଲା-ଜଗଦଲପୁର ଏକ୍ସପ୍ରେସ (୧୮୧୦୭) ୬ରୁ ୯ ତାରିଖ ମଧ୍ୟରେ ରାଉରକେଲାରୁ, ଜଗଦଲପୁର-ରାଉରକେଲା ଏକ୍ସପ୍ରେସ (୧୮୧୦୮) ୭ରୁ ୧୦ ତାରିଖ ମଧ୍ୟରେ ଜଗଦଲପୁରରୁ ବାତିଲ୍‌ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।