ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ଆଜିଠୁ ୫ଜି ସେବା

ଭୁବନେଶ୍ବର : ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଓଡ଼ିଶାରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ଜି ସେବାର ଶୁଭାରମ୍ଭ କରିବେ।

ଓଡ଼ିଶାରେ ୫ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ୫୧୦ଟି ବିଟିଏସ୍‌ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି। ଭୁବନେଶ୍ବର, କଟକ ସମେତ ରାଜ୍ୟ ଆଉ କିଛି ସହରର କିଛି ଅଞ୍ଚଳରେ ଏହି ୫ଜି ସେବା ଉପଲବ୍ଧ ହେବ। ଏହାକୁ କେବଳ ୫ଜି ମୋବାଇଲ୍ ଥିବା ଉପଭୋକ୍ତା ବ୍ୟବହାର କରିପାରିବେ। ହେଲେ ୫ଜି ସେବା ଆରମ୍ଭ ହେଲେ କେଉଁ ସହରର କେତେ ଅଞ୍ଚଳରେ ଏହା ଉପଲବ୍ଧ ହେବ, ଉପଭୋକ୍ତାଙ୍କୁ କେତେ ସ୍ପିଡ୍‌ରେ ବ୍ରାଉଜିଂ ସୁବିଧା ମିଳିବ ସେନେଇ କୌଣସି ଟେଲିକମ୍‌ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।