ଦେଶ ବିଦେଶ ରାଜନୀତି

ଜାନୁଆରି ୨୭ରେ ହେବ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆସନ୍ତା ଜାନୁୟାରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିୟମରେ ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି ଯେଉଁଥିରେ ସାରା ଦେଶ ଓ ବିଦେଶରୁ ମଧ୍ୟ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ତାଙ୍କ ସହିତ ପରୀକ୍ଷା ଏବଂ ସ୍କୁଲ୍ ପରେ ଜୀବନ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥାନ୍ତି। ଏହି କାର୍ଯ୍ୟକ୍ରମ ଜୀବନକୁ ଉତ୍ସବ ଭାବରେ ପାଳନ କରିବା ଓ ଚାପ ଉପରେ ନିୟନ୍ତ୍ରଣ ରଖିବାରେ ସହାୟତା କରିଥାଏ। ଏହି କାର୍ଯ୍ୟକ୍ରମ ଗତ ପାଞ୍ଚ ବର୍ଷ ଧରି ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ବାରା ସଫଳତାପୂର୍ବକ ଆୟୋଜିତ ହେଉଛି।

ପରୀକ୍ଷା ପେ ଚର୍ଚ୍ଚା-୨୦୨୩ ପାଇଁ ୩୮.୮ ଲକ୍ଷ ପଞ୍ଜୀକରଣ କରିଛନ୍ତି, ୨୦୨୨ରେ ୧୫.୭ ଲକ୍ଷ ପଞ୍ଜୀକରଣ କରିଥିଲେ
୧୫୦ରୁ ଅଧିକ ଦେଶର ଛାତ୍ର, ୫୧ ଦେଶର ଶିକ୍ଷକ ଏବଂ ୫୦ ଦେଶର ଅଭିଭାବକ ପଞ୍ଜୀକରଣ କରିଛନ୍ତି

ପରୀକ୍ଷା ପେ ଚର୍ଚ୍ଚାରେ ରାଜ୍ୟ ବୋର୍ଡ଼, ସିବିଏସ୍‌ଇ, କେଭିଏସ୍‌, ଏନ୍‌ଭିଏସ୍ ଏବଂ ଅନ୍ୟ ବୋର୍ଡ଼ରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ଉତ୍ସାହ ସହକାରେ ଭାଗ ନେଇଛନ୍ତି। ୨୦୨୨ ତୁଳନାରେ ଚଳିତ ବର୍ଷ ପଞ୍ଜୀକରଣ ଦୁଇଗୁଣା ଅଧିକ ହୋଇଛି। ପରୀକ୍ଷା ପେ ଚର୍ଚ୍ଚା-୨୦୨୩ ପାଇଁ ପ୍ରାୟ ୩୮.୮ ଲକ୍ଷ ଅଂଶଗ୍ରହଣକାରୀ (ଛାତ୍ର ୩୧.୨୪ ଲକ୍ଷ, ଶିକ୍ଷକ ୫.୬ ଲକ୍ଷ, ଅଭିଭାବକ ୧.୯୫ ଲକ୍ଷ) ପଞ୍ଜୀକରଣ କରିଛନ୍ତି, ଯେତେବେଳେ କି ପରୀକ୍ଷା ପେ ଚର୍ଚ୍ଚା-୨୦୨୨ରେ ପ୍ରାୟ ୧୫.୭ ଲକ୍ଷ ଅଂଶଗ୍ରହଣକାରୀମାନେ ପଞ୍ଜୀକରଣ କରିଥିଲେ। ୧୫୦ରୁ ଅଧିକ ଦେଶର ଛାତ୍ର, ୫୧ ଦେଶର ଶିକ୍ଷକ ଏବଂ ୫୦ଟି ଦେଶର ଅଭିଭାବକ ମଧ୍ୟ ପରୀକ୍ଷା ପେ ଚର୍ଚ୍ଚା-୨୦୨୩ ପାଇଁ ପଞ୍ଜୀକରଣ କରାଇଛନ୍ତି।

ଅଂଶଗ୍ରହଣକାରୀ (୯ମରୁ ୧୨ଶ ଶ୍ରେଣୀର ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ)ଙ୍କୁ ଚୟନ କରିବା ପାଇ ୨୫ ନଭେମ୍ବର ଏବଂ ୩୦ ଡିସେମ୍ବର ୨୦୨୨ ମଧ୍ୟରେ ନିମ୍ନଲିଖିତ ବିଭିନ୍ନ ବିଷୟ ଉପରେ https://innovateindia.mygov.in/ppc-2023/ରେ ଏକ ଅନ୍‌ଲାଇନ୍ ସୃଜନଶୀଳ ଲେଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଛାତ୍ରମାନଙ୍କ ପାଇଁ ଥିବା ବିଷୟବସ୍ତୁ ହେଉଛି: ଆମ ସ୍ବାଧୀନତାର ହିରୋମାନଙ୍କୁ ଜାଣନ୍ତୁ, ଆମର ସଂସ୍କୃତି ଆମର ଗର୍ବ, ମୋର ପ୍ରିୟ ପୁସ୍ତକ, ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷା, ଉତ୍ତମ ସ୍ବାସ୍ଥ୍ୟ କାହିଁକି ଆବଶ୍ୟକ, ମୋର ଷ୍ଟାର୍ଟଅପର ସ୍ବପ୍ନ, ସୀମା ବିନା ଶିକ୍ଷା, ବିଦ୍ୟାଳୟରେ ଶିଖିବା ପାଇଁ ଖେଳନା ଓ ଖେଳ। ଶିକ୍ଷକଙ୍କ ପାଇଁ ରଖାଯାଇଥିବା ବିଷୟବସ୍ତୁ ହେଉଛି: ଆମର ଐତିହ୍ୟ, ଶିଖିବା ପାଇଁ ସମର୍ଥ ବାତାବରଣ, ଦକ୍ଷତା ପାଇଁ ଶିକ୍ଷା, ପାଠ୍ୟକ୍ରମର କମ୍ ଭାର ଏବଂ ପରୀକ୍ଷାର କୌଣସି ଭୟ ନାହିଁ, ଭବିଷ୍ୟତରେ ଶିକ୍ଷାର ଆହ୍ବାନ। ମାତାପିତାଙ୍କ ପାଇଁ ବିଷୟବସ୍ତୁ ଥିଲା: ମୋର ସନ୍ତାନ, ମୋର ଶିକ୍ଷକ, ପୌଢ଼ ଶିକ୍ଷା – ସଭିଙ୍କୁ ସାକ୍ଷର କରିବା, ଶିଖିବା ଏବଂ ଏକ ସହିତ ଆଗକୁ ବଢ଼ିବା।

ରଚନାତ୍ମକ ଲେଖନ ପ୍ରତିଯୋଗିତା ମାଧ୍ୟମରେ ବଛା ଯାଇଥିବା ପ୍ରାୟ ୨୦୫୦ ଅଂଶଗ୍ରହଣକାରୀଙ୍କୁ ଏକ ବିଶେଷ ପରୀକ୍ଷାରେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀରେ ପରୀକ୍ଷା ଯୋଦ୍ଧାମାନଙ୍କର ପୁସ୍ତକ ଏବଂ ଏକ ପ୍ରମାଣପତ୍ର ସାମିଲ୍ ରହିଛି। ଏନ୍‌ସିଇଆର୍‌ଟି ଦ୍ବାରା ବଛା ଯିବାକୁ ଥିବା ଅଂଶଗ୍ରହଣକାରୀଙ୍କ କିଛି ପ୍ରଶ୍ନ ପରୀକ୍ଷା ପେ ଚର୍ଚ୍ଚା-୨୦୨୩ରେ ସାମିଲ୍ ହୋଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର