ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅର୍ଥନୀତିକୁ ବଞ୍ଚାଇବାକୁ ଏବେ ଦୋକାନବଜାର ବନ୍ଦ କରୁଛି ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ଆର୍ଥିକ ଦୁଃସ୍ଥିତି ତା’ର ବ୍ୟବସାୟିକ କାରବାରକୁ ନିରନ୍ତର ପ୍ରଭାବିତ କରିଚାଲିଛି। ସେହବାଜ ସରିଫ ସରକାର ଏବେ ନେଇଥିବା ଏକ ବଡ଼ ନିଷ୍ପତ୍ତି ଅନୁସାରେ ଶକ୍ତି ବଞ୍ଚାଇବାକୁ ସବୁ ମଲ୍ ଓ ବଜାରଗୁଡ଼ିକ ରାତ୍ରି ସାଢ଼େ ୮ଟା ସୁଦ୍ଧା ବନ୍ଦ ହେବ। ସେତିକି ନୁହେଁ, ଅଲ୍ ଜଜିରାର ରିପୋର୍ଟ ଅନୁସାରେ ସବୁ ସରକାରୀ କାର୍ଯ୍ୟାଳୟକୁ ୩୦ ପ୍ରତିଶତ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବାକୁ ଆଦେଶ ଦିଆଯାଇଛି। ସେହିପରି ବିବାହ ମଣ୍ଡପ ଓ ରେସ୍ତୋରାଁଗୁଡ଼ିକୁ ରାତ୍ରି ୧୦ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାକିସ୍ତାନ କ୍ୟାବିନେଟ୍‌ରେ ଗୃହୀତ ଏହି ନିଷ୍ପତ୍ତି ଫଳରେ ୬୨ ବିଲିୟନ ପାକିସ୍ତାନୀ ଟଙ୍କା (୨୭୨ ନିୟୁତ ଡଲାର) ସଞ୍ଚୟ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏ ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଶକ୍ତି ସଞ୍ଚୟ କରିବାକୁ ଅଧିକ ବିଜୁଳି ଆବଶ୍ୟକ କରୁଥିବା ବଲ୍‌ବ ଓ ଫ୍ୟାନ୍ ଉତ୍ପାଦନକୁ ଯଥାକ୍ରମେ ଆସନ୍ତା ଫେବ୍ରୁଆରି ଓ ଜୁଲାଇ ମାସରୁ ନିଷିଦ୍ଧ କରାଯାଇଛି। ଶକ୍ତି ବଞ୍ଚାଇବାକୁ ଦେଶର ଅଧା ଷ୍ଟ୍ରିଟ୍ ଲାଇଟ୍‌ ମଧ୍ୟ ଜଳାଯିବ ନାହିଁ।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ୧.୧ ବିଲିୟନ ଡଲାର ଅର୍ଥ ପ୍ରଦାନରେ ବିଳମ୍ବ କରୁଥିବାରୁ ଦେଶର ଅର୍ଥନୀତି ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି। ପାକିସ୍ତାନ ସରକାର କେତେକ ନୀତି ଓ ସଂସ୍କାର କାର୍ଯ୍ୟକାରୀ କରି ନ ଥିବାରୁ ଆଇଏମ୍‌ଏଫ୍‌ ଅର୍ଥ ପ୍ରଦାନ କରିବାରେ ବିଳମ୍ବ କରୁଛି। ଦେଶର ମୁଦ୍ରାସ୍ଫୀତି ୨୧-୨୩ ପ୍ରତିଶତ ଭିତରେ ରହିଥିବା ବେଳେ ବିତ୍ତୀୟ ନିଅଣ୍ଟ ପ୍ରଥମ ଚାରିମାସରେ (ଜୁଲାଇ-ଅକ୍ଟୋବର) ୧୧୫ ପ୍ରତିଶତ ରହିଛି। ଦେଶ ଏବେ ଋଣଭାରରେ ବୁଡ଼ିଛି। ସେଥିପାଇଁ ବାଧ୍ୟ ହୋଇ ପାକିସ୍ତାନ ତା’ର ପୁରୁଣା ଦୂତାବାସ କୋଠାଗୁଡ଼ିକୁ ଗତମାସରେ ବିକ୍ରି କରିଛି କାରଣ ସେଗୁଡ଼ିକ ଗତ ୧୫ ବର୍ଷ ହେଲା ଖାଲି ପଡ଼ିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ