ରାଜନୀତି ରାଜ୍ୟ

‘ଆଗାମୀ ନିର୍ବାଚନରେ ଦୁଇ ସୂତ୍ରୀ ଫର୍ମୁଲା’

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଜେଡି ସଂଗଠନକୁ ସୁଦୃଢ କରିବାରେ ଲାଗି ପଡ଼ିଥିବା ବେଳେ ବିଜେପି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଆଣି ବିଭିନ୍ନ ସ୍ଥାନରେ ସାଧାରଣ ସଭା ଆୟୋଜନ କରି ହାୱା ସୃଷ୍ଟି କରୁଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘନଘନ ଓଡ଼ିଶା ଗସ୍ତରେ ଆସି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ଆମେ ଦୁଇ ସୂତ୍ରୀ ଫର୍ମୁଲାକୁ ଏଜେଣ୍ଡା କରିବୁ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରଥମ ଫର୍ମୁଲା ହେବ ବୁଥ୍‌ ସ୍ତରରେ ଦଳର ସଂଗଠନକୁ ମଜବୁତ୍‌ କରିବା ଏବଂ ଦ୍ବିତୀୟରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଓ ଅପାରଗତା ଏବଂ ମୋଦୀ ସରକାରଙ୍କ ସଫଳତାକୁ ପ୍ରତି ଘରେ ପହଞ୍ଚାଇବା ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ କରିବା ଆମ ଦଳର ମୁଖ୍ୟ ଲକ୍ଷ୍ୟ। ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨୦୨୩ ବର୍ଷ ଓଡ଼ିଶା ଏବଂ ଆମ ଦଳ ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ ହେବ। ଏକ ଦାୟିତ୍ୱସମ୍ପନ୍ନ ଓ କ୍ରମବର୍ଦ୍ଧିଷ୍ଣୁ ଶକ୍ତିଶାଳୀ ସଂଗଠନ ଭାବେ ଆମ ଦଳ ନିର୍ବାଚନରେ ପ୍ରଥମତଃ ଗରିବ, ମହିଳା, ଜନଜାତି ଏବଂ ଯୁବବର୍ଗଙ୍କର ଥିବା ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବ। ସ୍ଥାନୀୟ ସରକାର ବିରୋଧରେ ଥିବା ଅବ୍ୟବସ୍ଥା ଓ ଅସନ୍ତୋଷର ପ୍ରବକ୍ତା ହେବ । ଦ୍ୱିତୀୟତଃ ସୁଦୃଢ଼ ଜନସଂଗଠନ ପାଇଁ ଉଦ୍ୟମ କରାଯିବ। ରାଜ୍ୟର ୩୭ ହଜାରୁ ଉର୍ଦ୍ଧ୍ୱ ବୁଥ୍‌ରେ ସଂଗଠନାତ୍ମକ କାର୍ଯ୍ୟକୁ ଅଧିକ ମଜବୁତ୍ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାର୍ତ୍ତାକୁ ଓଡ଼ିଶାରେ ପ୍ରତ୍ୟେକ ଘରେ ପହଞ୍ଚାଯିବ। ଏଥିପାଇଁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି। ବିଭିନ୍ନ ସଭାସମିତି, ସାମାଜିକ ଗଣମାଧ୍ୟମ, ପ୍ରବ‌ାସ ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର