ଅପରାଧ ରାଜ୍ୟ

କଲେଜ ଛାତ୍ରୀଙ୍କୁ ଅପହରଣ କରି ଫିଙ୍ଗିଦେଲେ: ହାତ-ଗୋଡ଼-ମୁହଁ ବନ୍ଧା ଅବସ୍ଥାରେ ଉଦ୍ଧାର

ସାଲେପୁର: ସାଲେପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମ କରିଛନ୍ତି। ଦିନ ଦ୍ବିପହରରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଛାତ୍ରୀଙ୍କୁ ଚିତ୍ରୋତ୍ପଳା ନଦୀପଠାରେ ଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର ଗୃହରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କର ହାତ, ଗୋଡ଼ ଓ ମୁହଁ ବାନ୍ଧି ଦୁର୍ବୃତ୍ତମାନେ ସେଠାରେ ପକାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ସାଲେପୁର କଲେଜରେ +୨ ପ୍ରଥମ ବର୍ଷ ବିଜ୍ଞାନ ପଢ଼ୁଥିବା ଜଗତପୁର ଥାନା ପାଗା ଫାଣ୍ଡି ଅଞ୍ଚଳର ଛାତ୍ରୀ ଜଣକ ଆଜି ବସ୍‌ ଯୋଗେ କଲେଜକୁ ଆସିଥିଲେ। ପରୀକ୍ଷା ପାଇଁ ମଧ୍ୟାହ୍ନରେ କଲେଜ ସସ୍‌ପେଣ୍ଡ ହୋଇଯାଇଥିବା ନେଇ ଛାତ୍ରୀଜଣକ ଫୋନ୍‌ କରି ଘରକୁ ଜଣାଇଥିଲେ। ଏହାପରେ ତାଙ୍କର ଫୋନ୍‌ ସ୍ବିଚ୍‌ଅଫ୍‌ ହୋଇଯାଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଛାତ୍ରୀଜଣକ ପଟ୍ଟାମୁଣ୍ଡାଇ କେନାଲବନ୍ଧସ୍ଥିତ ମା’ ବୁଢ଼ୀ ଜାଗୁଳାଇ ମନ୍ଦିର ନିକଟ ଚିତ୍ରୋତ୍ପଳା ନଦୀ ପଠାରେ ଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର ଗୃହରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଘଟଣା ପ୍ରଚାରିତ ହେବାପରେ ସାଲେପୁର କଲେଜର କେତେକ ଛାତ୍ରଛାତ୍ରୀ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ଚିହ୍ନଟ କରିଥିଲେ। ପରେ ଅଞ୍ଚଳବାସୀ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଚିକିତ୍ସା ପାଇଁ ବାଇକ୍‌ ଯୋଗେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ସତ୍ତ୍ବେ ଅବସ୍ଥା ନ ସୁଧୁରିବାରୁ ଆମ୍ବୁଲାନ୍ସରେ ଛାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ରାତିରେ ଛାତ୍ରୀଙ୍କ ଚେତା ଫେରିଥିବା ସୂଚନା ମିଳିଛି।

ଅପରପକ୍ଷରେ, ଛାତ୍ରୀଜଣକ କଲେଜରୁ ଚାଲିଚାଲି ସାଲେପୁର ବଜାରକୁ ଆସୁଥିଲା ବେଳେ ଏକ ଅଜଣା ଝିଅ ସହ ତାଙ୍କର ଦେଖା ହୋଇଥିଲା। ସେ ତାଙ୍କୁ ବସ୍‌ଷ୍ଟାଣ୍ଡ ନିକଟ ସାଲେପୁର ତହସିଲ ପଛପଟକୁ ନେଇଯାଇଥିଲେ। ସେଠାରେ ବାଇକ୍‌ରେ ଦୁଇଜଣ ଯୁବକ ପହଞ୍ଚି ବାପା ଡାକୁଛନ୍ତି ବୋଲି ତାଙ୍କୁ କହିଥିଲେ। ଏହାପରେ ଛାତ୍ରୀଜଣକ କିଛି ଜାଣିପାରି ନ ଥିବା କହିଛନ୍ତି। ତେବେ, ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି। ସାଲେପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।