ରାଜ୍ୟ ସ୍ପେଶାଲ ରିପୋର୍ଟ

ବାକ୍‌ ସ୍ବାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବାକ୍‌ ସ୍ବାଧୀନତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଏକ ରାୟରେ କହିଛନ୍ତି ଯେ କୌଣସି ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ବୟାନକୁ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ିଦିଆଯାଇପାରିବ ନାହିଁ। ସାମୁହିକ ଦାୟିତ୍ବ ନୀତିକୁ ଲାଗୁ କରିବା ସତ୍ତ୍ବେ କୌଣସି ମନ୍ତ୍ରୀଙ୍କ ବୟାନ ସରକାରଙ୍କ ଅଧିକୃତ ବୟାନ ଭାବେ ଗ୍ରହଣ କରାଯିବ ନାହିଁ। ବାକ୍‌ ସ୍ବାଧୀନତା ତଥା ମତପ୍ରକାଶର ଅଧିକାରକୁ ନେଇ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସାର୍ବଜନୀନ ପଦରେ ଆସୀନ ବ୍ୟକ୍ତି ପାଇଁ ମତପ୍ରକାଶ କରିବା ସ୍ବାଧୀନତା ଉପରେ କୌଣସି ଅତିରିକ୍ତ କଟକଣା ଲାଗୁ ହୋଇପାରିବ ନାହିଁ ବୋଲି ସମ୍ବିଧାନ ପୀଠ କହିଛନ୍ତି। ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ବାକ୍‌ ସ୍ବାଧୀନତା ନେଇ ଅଦାଲତ କହିଛନ୍ତି ଯେ ସେମାନଙ୍କ ବୟାନ ପାଇଁ ସେମାନେ ନିଜେ ଦାୟୀ। ସମ୍ବିଧାନର ଧାରା ୧୯(୨)ରେ ପୂର୍ବରୁ ଏହି ସ୍ବାଧୀନତା ଉପରେ କିଛି ଅଙ୍କୁଶ ରହିଛି । ଏହି ଧାରା ବାହାରେ ସେମାନଙ୍କ ଉପରେ କୌଣସି ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ଅଦାଲତ ୪:୧ ବହୁମତ ଆଧାରରେ ରାୟ ଶୁଣାଇଛନ୍ତି। ୫ ଜଣିଆ ସମ୍ବିଧାନ ପୀଠରେ କେବଳ ଜଣେ ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା ଭିନ୍ନମତ ରଖିଥିଲେ। ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିରଙ୍କ ତତ୍ତ୍ବାବଧାନରେ ଗଠିତ ଏହି ଖଣ୍ଡପୀଠର ଅନ୍ୟ ବିଚାରପତିମାନେ ହେଲେ ବିଆର୍‌ ଗଭାଇ, ଏ.ଏସ୍‌. ବୋପନ୍ନା ଏବଂ ଭି. ରାମସୁବ୍ରମଣ୍ୟମ ।

ସରକାରରେ ଥିବା ପଦାଧିକାରଙ୍କ ଭାଷଣ ଏବଂ ଅଭିବ୍ୟକ୍ତିର ଅଧିକାର ଉପରେ ଅତିରିକ୍ତ କଟକଣା ଲଗାଇବା ପାଇଁ ସମ୍ବିଧାନ ପୀଠ ଉଚିତ ମଣିନାହାନ୍ତି। ଏଭଳି ବ୍ୟକ୍ତିବିଶେଷ ତଥା କୌଣସି ମନ୍ତ୍ରୀଙ୍କ ବୟାନକୁ ପରୋକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ି ଏହାକୁ ସରକାରଙ୍କ ଆଭିମୁଖ୍ୟ ଭାବେ ଦର୍ଶାଯାଇ ପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ସମ୍ବିଧାନ ପୀଠ କହିଛନ୍ତି ଯେ ଧାରା ୧୯(୧) ଅନ୍ତର୍ଗତ ମୌଳିକ ଅଧିକାରର ପ୍ରୟୋଗ ରାଜ୍ୟ ସମେତ ଅନ୍ୟ ବ୍ୟବସ୍ଥା ଉପରେ ମଧ୍ୟ କରାଯାଇପାରିବ। ତେବେ ଜଷ୍ଟିସ ନାଗରତ୍ନା କହିଥିଲେ ଯେ କୌଣସି ମନ୍ତ୍ରୀ ଯଦି ତାଙ୍କ କ୍ଷମତା ଆଧାରରେ କୌଣସି ଅପମାନଜନକ ବୟାନ ଦିଅନ୍ତି, ତାହାକୁ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ା ଯାଇପାରିବ। ଘୃଣା ସୃଷ୍ଟିକାରୀ ଭାଷଣ ଭାରତ ଭଳି ରାଷ୍ଟ୍ରରେ ବିଭେଦ ଓ ବୈଷମ୍ୟ ବଢ଼ାଇଥାଏ। ଏହା ନାଗରିକମାନଙ୍କ ଉପରେ ପ୍ରହାର ବୋଲି ଜଷ୍ଟିସ ନାଗରତ୍ନା କହିଥିଲେ।

ସୂଚନାଯୋଗ୍ୟ, ଜୁଲାଇ, ୨୦୧୬ରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାକୁ ସମାଜବାଦୀ ପାର୍ଟି ନେତା ତଥା ତତ୍କାଳୀନ ମନ୍ତ୍ରୀ ଆଜମ ଖାନ ‘ଏକ ରାଜନୈତିକ ଷଡ଼ଯନ୍ତ୍ର’ ବୋଲି କହିଥିଲେ। ଜଣେ ମନ୍ତ୍ରୀଙ୍କ ଏଭଳି ଦାୟିତ୍ବହୀନ ବୟାନ ପରେ ମାମଲାର ତଦନ୍ତ ମଧ୍ୟ ପ୍ରଭାବିତ ହୋଇଥିଲା। ଯେଉଁ ବ୍ୟକ୍ତଙ୍କ ପତ୍ନୀ ଓ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲେ ସେ ଏହା ବିରୋଧରେ ନ୍ୟାୟ ଦାବି କରି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।