ଅପରାଧ ରାଜ୍ୟ

ଅର୍ଚ୍ଚନା ନାଗ ମାମଲା: ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ଇଡି

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ। ନୋଟିସରେ ଇଡି ପଚାରିଛି ଏତେ ଗୁଡ଼ିଏ ସମ୍ପତ୍ତି ତୁମେମାନେ ଏତେ କମ ଦିନରେ କେମିତି ଅର୍ଜନ କଲ, ତାର ଉତ୍ତର ରଖ। ଯଦି ଠିକ୍ ଭାବେ ଉତ୍ତର ନ ରଖି ପାରୁଛ, ତୁମ ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନ ହେବ, ତୁରନ୍ତ ଜଣାଅ। ଏଭଳି ଏକ ନୋଟିସ୍ ଧରି ଇଡି ଝାରପଡ଼ା ଜେଲ ଯାଇ ୩ ଜଣଙ୍କୁ ପ୍ରଦାନ କରିବାକୁ ସ୍ଥିର କରିଛି। ଇଡିର କେତେକ ଅଧିକାରୀ ଏଥିପାଇଁ ଦିଲ୍ଲୀ ଯାଇ ବରିଷ୍ଠ ଅଧିକାରୀ ଓ ଏଡଜୁକେଟିଙ୍ଗ୍ ଅଥରିଟିଙ୍କୁ ମଧ୍ୟ ଅବଗତ କରା‌ଇଥିଲେ। ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ବର ମାତ୍ର ୫ ବର୍ଷ ମଧ୍ୟରେ ସେକ୍ସୋଟର୍ସନ ମାଧ୍ୟମରେ ବ୍ଲାକମେଲ୍‌ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା କୁହାଯାଉଛି। ଯେଉଁ ଟଙ୍କା ତିନି ଜଣଙ୍କ ଆକାଉଣ୍ଟକୁ ଆସିଛି ତାର କୌଣସି ହିସାବ ମିଳୁ ନାହିଁ। ଅର୍ଥାତ ବେଆଇନ ଭାବେ ଟଙ୍କା କାରବାର ହୋଇଥିବା ସନ୍ଦେହ ଘନୀଭୂତ ହେଉଛି। ତେଣୁ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଅନୁମତି ଦିଆଯାଉ। ଏଡଜୁକେଟିଙ୍ଗ୍ ଅଥରିଟି ଅନୁମତି ଦେବା ପରେ ଇଡି ୩ ଜଣଙ୍କ ସମ୍ପତ୍ତି ଆଟାଚ୍ କରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ନୋଟିସ୍
କୋର୍ଟ ଦେଲେ ଅନୁମତି, ଜେଲରେ ହେବ ଜେରା
ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ୬ ଘଣ୍ଟା ଜେରା
ଫୋରେନସିକ୍ ରିପୋର୍ଟକୁ ନାହିଁ ଭରସା, ହାଇକୋର୍ଟ ଗଲା ଇଡି

ସେହିପରି ଅର୍ଚ୍ଚନା ଓ ଖଗେଶ୍ବରଙ୍କୁ ଗୋଟିଏ ଗୋଟିଏ ଦିନ ଜେରା କରିବା ନେଇ ଇଡି କୋର୍ଟରେ କରିଥିବା ଆବେଦନ ଗ୍ରହଣ ହୋଇଛି। କୋର୍ଟ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି। ତେଣୁ ଆସନ୍ତା ୪ ତାରିଖ ( ବୁଧବାର)ରେ ଇଡି ଅର୍ଚ୍ଚନାକୁ ଜେରା କରିବାକୁ ଥିବାବେଳେ ୫ ତାରିଖରେ ଖଗେଶ୍ବରକୁ ଜେରା କରାଯିବ। ମନି ଲଣ୍ଡରିଂ ମାମଲାରେ ଦୁଇ ଜଣଙ୍କ ବିରୋଧରେ ପୁଣି ଥରେ ଅନେକ ତଥ୍ୟ ଓ ପ୍ରମାଣ ମିଳିଛି। ସେହି ତଥ୍ୟ ଓ ପ୍ରମାଣ ସହିତ ଦୁହିଁଙ୍କ କଥାବାର୍ତାର ସତ୍ୟତା ଯାଞ୍ଚ ପାଇଁ ଜେରା କରାଯିବ ବୋଲି ଜଣାପଡ଼ିଛି। ଏନେଇ ଜେଲ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛି ଇଡି। ଅନ୍ୟପକ୍ଷରେ ଆଜି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ପୁଣି ଥରେ ଇଡିରେ ହାଜର ହୋଇ ଦୀର୍ଘ ୬ ଘଣ୍ଟା କାଳ ଜେରାର ସମ୍ମୁଖୀନ ହୋଇଥିଲେ। ଇଡି କାର୍ଯ୍ୟାଳୟରୁ ବାହାରିବାବେଳେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଅର୍ଚ୍ଚନା ତାଙ୍କ ଘରେ ଭଡ଼ାରେ ଥିଲେ। ସେହି ଭଡ଼ା ଥିବା ସମୟର କେତେକ ପ୍ରଶ୍ନ ଇଡିର ଅଧିକାରୀମାନେ ପଚାରିଥିଲେ। ସମସ୍ତ ପ୍ରଶ୍ନର ଉତ୍ତର ସେ ଇଡିକୁ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି।

ତେବେ ରାଜ୍ୟ ଫୋରେନସିକ୍ ରିପୋର୍ଟ ଯେଉଁ ଡିଜିଟାଲ ତଥ୍ୟ ଇଡିକୁ ଦେଇଛି, ସେଥିରେ ଅର୍ଚ୍ଚନାଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ନାହିଁ। ତେଣୁ କମିସନରେଟ ପୁଲିସ ଜବତ କରିଥିବା, ମୋବାଇଲ ଫୋନ୍, ପେନ୍ ଡ୍ରାଇଭ, ଲାପଟପ୍, କମ୍ପ୍ୟୁଟର, ହାର୍ଡଡିସ୍କ ଆଦି ଇଡିକୁ ଦେଉ। ଇଡି ଏ ସବୁର ଯାଞ୍ଚ କେନ୍ଦ୍ରୀୟ ଫୋରେନସିକ୍ ଲାବୋରଟାରିରେ କରାଇବ। ଇଡି ଏଭଳି ପ୍ରାର୍ଥନା ହାଇକୋର୍ଟରେ କରିଛି। କିନ୍ତୁ କୋର୍ଟ ଏଯାଏ ଅନୁମତି ଦେଇନାହାନ୍ତି।
ଏଠାରେ ପ୍ରକାଶଥାଉକି, ଇଡି ଅର୍ଚ୍ଚନା ନାଗକୁ ୧୩ ଦିନ , ଜଗବନ୍ଧୁକୁ ୧୨ ଦିନ ଓ ଖଗେଶ୍ୱରକୁ ୧୦ ଦିନ ରିମାଣ୍ଡରେ ନେଇ ଜେରା କରିବା ବେଳେ ମନି ଲଣ୍ଡରିଂ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ଏବେ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ‌ ହେବା ପରେ ସତ୍ୟବିହାରରେ ଥିବା ତାଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।