ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଞ୍ଜା ସୂତା ସଂପୂର୍ଣ୍ଣ ନିଷେଧ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ମାଞ୍ଜା ସୂତା ବ୍ୟବହାର ସଂପୂର୍ଣ୍ଣ ଭାବେ ନିଷେଧ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସ୍ବପ୍ନ ଫାଉଣ୍ଡେସନ୍ ସଦସ୍ୟା ତଥା ସାମାଜିକ କର୍ମୀ ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଗୁଡ଼ି ଉଡ଼ାରେ ମ‌ାଞ୍ଜା ସୂତା ବ୍ୟବହାର ଦ୍ବାରା ଲୋକଙ୍କ ଧନଜୀବନ ହାନି ହେଉଛି। ଏଥିସହିତ ଚାଇନିଜ୍ ମାଞ୍ଜା ଭାବେ ପରିଚିତ ନାଇଲନ୍ ଓ ପ୍ଲାଷ୍ଟିକ୍ ସୂତା ମଧ୍ୟ ଗୁଡ଼ି ଉଡ଼ା ପାଇଁ ବ୍ୟବହାର କରାଯାଉଛି। ଏହା ମଣିଷ ଓ ପଶୁ-ପକ୍ଷୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ୨୦୧୬ରେ ସୁପ୍ରିମକୋର୍ଟ ଓ ୨୦୧୭ରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ୍‌ ନାଇଲନ୍‌, ପ୍ଲାଷ୍ଟିକ୍ ଓ ମାଞ୍ଜା ସୂତା ନିଷେଧ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସୁପ୍ରିମକୋର୍ଟ ଓ ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟର ମାଞ୍ଜା ସୂତାର ବ୍ୟାପକ ବ୍ୟବହାର କରାଯାଉଛି।

୨୦୧୬ରେ ଏନେଇ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ଏହାପରେ ପୌର ନିଗମ ତରଫରୁ ମାଞ୍ଜା ସୂତାକୁ ନି‌ଷେଧ କରାଯାଇଥିଲା। କିନ୍ତୁ, ନିଷେଧାଦେଶ ସତ୍ତ୍ବେ ମାଞ୍ଜା ସୂତା ଏବେ ବି ଗୁଡ଼ିଉଡ଼ାରେ ବ୍ୟବହାର ହେଉଛି। ଆସନ୍ତା ସପ୍ତାହରେ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁଆରି ୧୪ରେ ମକର ସଂକ୍ରାନ୍ତି। ଏଭଳି ସ୍ଥିତିରେ ସମ୍ଭାବ୍ୟ ଅଘଟଣ ଏଡ଼ାଇବା ପାଇଁ ମାଞ୍ଜା ସୂତା ବ୍ୟବହାର ଉପରେ ତୁରନ୍ତ କଡ଼ା କଟକଣା ଜାରି କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପୁଲିସ ଡିଜି, କଟକ ଡିସିପି, ଜିଲ୍ଲାପାଳ, କଟକ ପୌର ନିଗମ ଓ ଭୁବନେଶ୍ବର ପୌର ନିଗମକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।