ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟରଥ

କୋଣାର୍କ : ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହିତ ଜଡ଼ିତ ପବିତ୍ର ଶାମ୍ବ ଦଶମୀ ଅବସରରେ ରବିବାର ଦିନ ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ବଞ୍ଚାଇ ରଖିବା ଲକ୍ଷ୍ୟ ନେଇ ଶହଶହ ବର୍ଷ ଧରି ଶାମ୍ବଦଶମୀ ‌ତିଥି ପାଳିତ ହୋଇ ଆସୁଛି। ଶାମ୍ବଦଶମୀ ତିଥି ଅବସରରେ କୋଣାର୍କ ସୌରମହାଯଜ୍ଞ କମିଟି ପକ୍ଷରୁ ଦୁଇଦିନ ପୂର୍ବରୁ ତ୍ରିଦିବସୀୟ ସୌରମହାଯଜ୍ଞ ଆୟୋଜନ କରାଯାଇଥିଲା। ଆଜି ଶାମ୍ବ ଦଶମୀ ଅବସରରେ ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁମାନଙ୍କ ନାହିଁ ନ ଥିବା ଭିଡ଼ ଜମିଥିଲା। ଚନ୍ଦ୍ରଭାଗାରେ ସ୍ନାନ ସାରି ଶ୍ରଦ୍ଧାଳୁମାନେ ସୂର୍ଯ୍ର୍ୟପୂଜା କରିଥିଲେ। ସେଠାରୁ ଫେରି ନବଗ୍ରହ ପୀଠରେ ଗ୍ରହଶାନ୍ତି ରିଷ୍ଟକଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା କରିଥିଲେ। ଏଥି ସହିତ ଜଗନ୍ନାଥ ମନ୍ଦିର ସନ୍ନିକଟ ସୌମହାଯଜ୍ଞ ପୀଠରୁ ହଜାରହଜାର ଜନସାଧାରଣ ଏକ ବିରାଟ ପଟୁଆରରେ ଘଣ୍ଟମର୍ଦ୍ଦଳ ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ଯାଇ ସୂର୍ଯ୍ୟମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ଅର୍କକ୍ଷେତ୍ରରେ ପ୍ରାଚୀନ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି।

ଅବଧୁତ ମଠର ମଠାଧିଶ ଆଦିତ୍ୟଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ଼ କରାଇବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ସୂର୍ଯ୍ୟନାରାୟଣ ନାରା ଦେଇ ସହସ୍ରାଧିକ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସମୟରେ ହଜାର ହଜାର ସଂଖ୍ୟାର ଦେଶୀ ବିଦେଣୀ ପର୍ଯ୍ୟଟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସୂର୍ଯ୍ୟ ରଥଯାତ୍ରା ସହିତ ଆଜି ଗାୟତ୍ରୀ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିସାରିବା ପରେ ମଧ୍ୟାହ୍ନରେ ଚନ୍ଦ୍ରଭାଗାରେ ପହଞ୍ଚିଥିଲା। ସେଠାରେ ଏହି ରଥ ୨୭ ତିଥି ନକ୍ଷତ୍ରରେ ପୂଜାହେବା ପରେ ଆସନ୍ତା ମାଘସପ୍ତମୀ ତିଥିରେ ପୁଣି ଅବଧୁତ ମଠକୁ ବାହୁଡ଼ିବେ ବୋଲି ଜଣାପଡ଼ିଛି। ରଥଟଣା ଶେଷ ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସନ୍ନିକଟ ସୌର ମହାଯଜ୍ଞ ମଣ୍ଡପରେ ଚାଲିଥିବା ତ୍ରିଦିବସୀୟ ସୌରମହାଯଜ୍ଞ ପୀଠରୁ ଏକ ଶୋଭାଯାତ୍ର ବାହାରି କୋଣାର୍କ ପରିକ୍ରମା କରିବା ପରେ ସୂର୍ଯ୍ୟମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଅପରାହ୍ଣରେ ସୌରମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା। ଆଜି ଶାମ୍ବଦଶମୀ ପାଇଁ କୋଣାର୍କରେ ସାଧୁସନ୍ଥଙ୍କ ସମାଗମ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।