ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନ୍‌ରେ ଦୈନିକ କରୋନା ମୃତ୍ୟୁ ୯ ହଜାର

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ଅତି ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ଚୀନ୍‌ କରୋନା ତଥ୍ୟ ଦେଉନଥିଲେ ସୁଦ୍ଧା‌ ବ୍ରି‌ଟେନର ଏକ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ ଚୀନ୍‌ରେ ଏବେ ଦୈନିକ ପ୍ରାୟ ୯ ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଚୀନ୍‌ କରୋନା କଟକଣା ହଟାଇବା ପରଠାରୁ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଚାଲିଛି। ଚୀନ୍‌ରେ କରୋନା ମୃତ୍ୟୁ ଡିସେମ୍ବରରେ ୧ ଲକ୍ଷ ଛୁଇଁଥାଇପାରେ ବୋଲି କୁହାଯାଉଛି। ଆକଳନ ଅନୁଯାୟୀ ଜାନୁଆରି ମଧ୍ୟଭାଗରେ ଚୀନ୍‌ରେ ଦୈନିକ ସଂକ୍ରମଣ ୩ କୋଟି ୭୦ ଲକ୍ଷରେ ପହଞ୍ଚିବ ଏବଂ ଜାନୁଆରି ୨୩ ସୁଦ୍ଧା ପ୍ରାୟ ୫,୮୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବ।

ଅନ୍ୟପକ୍ଷେ କରୋନା ତଥ୍ୟ ନଦେଇ ଚୀନ୍‌ କଡ଼ା ସମାଲୋଚନାର ଶିକାର ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ସହ ଚୀନ୍‌ ଅଧିକାରୀମାନେ ଏକ ବୈଠକ କରିଛନ୍ତି। ଅନଲାଇନ ମିଟିଂରେ ହୁ ଚୀନ୍‌କୁ ଜେନେଟିକ ସିକ୍ବେନ୍ସିଂ, ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା, ମୃତ୍ୟୁ ଏବଂ ଟିକାକରଣ ବାବଦରେ ଅଧିକ ତଥ୍ୟ ଦେବାପାଇଁ ଅନୁରୋଧ କରିଛି। ଏବେ ଭାରତ, ବ୍ରିଟେନ, ଆମେରିକା ସମେତ ୧୦ରୁ ଅଧିକ ରାଷ୍ଟ୍ର ଚୀନ୍‌ ବିରୋଧରେ କଠୋର ଯାତ୍ରା କଟକଣା ଜାରି କରିଛନ୍ତି। ଚୀନ୍‌ର ସବୁ ଅଞ୍ଚଳରେ କରୋନାର ଭୟାନକ ସଂକ୍ରମଣ ଲହର ଜାରି ରହିଥିବା ବେଳେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୀଷଣ ଚାପରେ ଅଛି। ପୂର୍ବରୁ ସଂକ୍ରମିତଙ୍କୁ ନେଇ ଅତି ସମ୍ବେଦନଶୀଳ ଥିବା ସରକାର ଏବେ ଏଥିପାଇଁ ଆଦୌ ଧ୍ୟାନ ଦେଉନାହାନ୍ତି। ଟେଷ୍ଟିଂ ମଧ୍ୟ କମାଇ ଦିଆଯାଇଛି । ଚୀନ୍‌ର ଏଭଳି ଆଭିମୁଖ୍ୟ ଯୋଗୁଁ ପୂରା ବିଶ୍ବରେ କରୋନାର ନୂଆ ଲହର ଆସିବା ଆଶଙ୍କା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ