କିବ୍: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ୍ର ରାଜଧାନୀ କିବ୍ରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି। କେନ୍ଦ୍ରୀୟ କିବ୍କୁ ଟାର୍ଗେଟ୍ କରି ୧୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏୟାର ରେଡ୍ ସାଇରନ ତୁହାକୁ ତୁହା ବାଜୁଥିବା ବେଳେ ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିଛନ୍ତି।
ୟୁକ୍ରେନ୍ର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ଅନେକ ରୁଷୀୟ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଥିଲେ ମଧ୍ୟ କ୍ଷେପଣାସ୍ତ୍ରର ଏକ ଲହରକୁ ରୋକିବା ସମ୍ଭବ ହେଉନାହିଁ । ଦୁଇଦିନ ତଳେ ରୁଷ୍ ୧୨୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲା। ପଶ୍ଚିମ ରାଷ୍ଟ୍ରମାନେ ୟୁକ୍ରେନ୍କୁ ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଇ ଯୁଦ୍ଧକୁ ଲମ୍ବା ଟାଣିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟପଟେ ରୁଷ୍ ୟୁକ୍ରେନ୍କୁ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିବା ଯୋଜନାରେ ଆକ୍ରମଣକୁ ତୀବ୍ର କରିଛି।