ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୩‌ରେ ସୁପ୍ରିମକୋର୍ଟ ପାଇଁ ନୂଆ ସଙ୍କଟ: ଅବସର ନେବେ ୯ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହଜାର ହଜାର ବକେୟା ମାମଲା ପଡ଼ି ରହିଥିବା ବେଳେ ୨୦୨୩ରେ ସୁପ୍ରିମକୋର୍ଟ ଆଉ ଏକ ସଙ୍କଟ ସାମ୍ନା କରିବ। ୨୦୨୩‌ରେ ସୁପ୍ରିମକୋର୍ଟରୁ ୯ ଜଣ ବିଚାରପତିଙ୍କ ଅବସର ସହ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦବି ସଂଖ୍ୟା ଆଗକୁ ଆହୁରି ବଢ଼ିଯିବ। ଜାନୁଆରି ୪ରେ ଜଷ୍ଟିସ ଅବଦୁଲ ନଜିର ଅବସର ନେବେ। ମେ’ରେ ଜଷ୍ଟିସ ଏମ୍‌ଆର ଶାହ ଅବସର ନେବେ। ଜଷ୍ଟିସ କେଏମ ଯୋସେଫ, ଅଜୟ ରସ୍ତୋଗି ଏବଂ ଭି ରାମସୁବ୍ରମନ୍ୟମ ଜୁନ୍‌ରେ ଅବସର ନେବେ। ଜଷ୍ଟିସ କ୍ରୀଷ୍ଣା ମୁରାରୀ ଜୁଲାଇରେ ଏବଂ ଜଷ୍ଟିସ ଏସ ରବିନ୍ଦ୍ର ଭଟ ଅକ୍ଟୋବରରେ ଅବସର ନେବେ । ଏହାପରେ ଜଷ୍ଟିସ ସଂଜୟ କିଶାନ କୌଲ ଡିସେମ୍ବରରେ ଅବସର ନେବେ।

ବିଚାରପତି ନିଯୁକ୍ତି ନେଇ କଲେଜିୟମ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପ୍ରଧାନବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଆଗକୁ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ଅଧିକ ଚାଲେଞ୍ଜର ସମ୍ମୁଖୀନ ହେବେ। ସୁପ୍ରିମକୋର୍ଟରେ ମୋଟ୍‌ ବିଚାରପତି ପଦବି ସଂଖ୍ୟା ୩୪। ଏବେ ସୁପ୍ରିମକୋର୍ଟରେ ୨୮ ଜଣ ବିଚାରପତି ଅଛନ୍ତି। ୬ ପଦବି ଖାଲି ପଡ଼ିଛି। ୨୦୨୩ରେ ୯ ବିଚାରପତି ଅବସର ନେବାକୁ ଥିବାରୁ ସୁପ୍ରିମକୋର୍ଟରେ ନୂଆ ନିଯୁକ୍ତି ଅତ୍ୟନ୍ତ ଜରୁରୀ। ଶେଷ କଲେଜିୟମ ବୈଠକରେ ନିଯୁକ୍ତି ପାଇଁ ୫ ଜଣଙ୍କ ନାମ ସୁପାରିସ କରାଯାଇଥିଲା। ଜଷ୍ଟିସ ପଙ୍କଜ ମିଥଲ, ଜଷ୍ଟିସ ସଂଜୟ କରୋଲ, ଜଷ୍ଟିସ ପିଭି ସଂଜୟ କୁମାର, ଜଷ୍ଟିସ ଅହସନଉଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ନାମ ନିଯୁକ୍ତି ପାଇଁ ସୁପାରିସ କରାଯାଇଥିଲା। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର କିଛି ସୁପାରିସକୁ ସ୍ବୀକୃତି ଦେଇପାରନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ