ଅପରାଧ ରାଜ୍ୟ

ପୁଲିସ ମାମଲାରେ ଦୋଷୀ ସାବ୍ୟସ୍ତ ସ୍ଥିତି ଉଦ୍‌ବେଗଜନକ: ୧୦୦ ଅଭିଯୁକ୍ତରେ ମାତ୍ର ୬ ଦୋଷୀ

କଟକ, (ଚିରଂଜୀବୀ କର): ସମ୍ବେଦନଶୀଳ ଅପରାଧୀକ ମାମଲାରେ ସରକାରୀ ସାକ୍ଷୀ ଭାବେ ତଳିଆ ପୁଲିସ କର୍ମଚାରୀମାନେ କୋର୍ଟରେ ବୟାନ ବଦଳାଉଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀ ତାଲିକାରେ ଦସ୍ତଖତ କରିଥିବା ସତ୍ତ୍ବେ କୋର୍ଟରେ ଏହାକୁ ଏଡ଼ାଇ ଦେଉଛନ୍ତି। ତଦନ୍ତକାରୀ ଅଧିକାରୀ ଜବତ ତାଲିକାରେ ଯେଉଁ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରୁଛନ୍ତି, ସେ ସଂପର୍କରେ ସାକ୍ଷୀଙ୍କୁ ଉପଯୁକ୍ତ ଭାବେ ଅବଗତ କରାଯାଉନାହିଁ। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଦୋଷୀ ସାବ୍ୟସ୍ତ ହାର ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି।

ସୂଚନା ଅନୁଯାୟୀ, ୨୦୨୧ ବର୍ଷରେ ଓଡ଼ିଶା ପୁଲିସରେ ଆଇପିସିର ବିଭିନ୍ନ ଧାରାରେ ରୁଜୁ ହୋଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୫.୭ ପ୍ରତିଶତ ହୋଇଥିବା ବେଳେ ସ୍ବତନ୍ତ୍ର ଏବଂ ସ୍ଥାନୀୟ ଆଇନ(ଏସଏଲଏଲ) ବଳରେ ରୁଜୁ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୩.୮ ପ୍ରତିଶତ ରହିଛି। ଏଭଳି ଦୟନୀୟ ସ୍ଥିତିର କାରଣ ସଂପର୍କରେ ଯେଉଁ କଥା କୁହାଯାଉଛି, ତାହା ଆହୁରି ଉଦବେଗଜନକ। ମୁଖ୍ୟତଃ ଏନ୍‌ଡିପିଏସ୍‌, ପୋସ୍‌କୋ ଏବ˚ ଟ୍ରାଇବାଲ୍‌ କିମ୍ବା ଅନ୍ୟ କୌଣସି ଅପରାଧୀକ ମାମଲାରେ ସରକାରୀ ସାକ୍ଷୀ ଭାବେ କନଷ୍ଟେବଳ, ହୋମଗାର୍ଡ ଏବ˚ ଗ୍ରାମରକ୍ଷୀଙ୍କୁ ରଖାଯାଏ। ଜବତ ସାମଗ୍ରୀ ତାଲିକାରେ ଏମାନଙ୍କ ଦସ୍ତଖତ ରହୁଥିବା ବେଳେ ସେମାନଙ୍କୁ ଜବତ ସାମଗ୍ରୀ ସମ୍ପର୍କରେ ଅନେକ ସମୟର ଅବଗତ କରାଯାଉ ନଥିବା ଯୋଗୁଁ କୋର୍ଟରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଉଛି। କୋର୍ଟରେ ସାକ୍ଷ୍ୟ ଦେଲା ବେଳେ ସେମାନେ ଜବତ ସାମଗ୍ରୀ ସଂପର୍କରେ ତଥ୍ୟ ଦେଇ ପାରୁ ନାହାନ୍ତି।

ଏହାବାଦ୍ ଜିଲ୍ଲାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି ସ˚କ୍ରାନ୍ତ କୌଣସି ତଥ୍ୟ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ନିୟମିତ ବ୍ୟବଧାନରେ ରହୁନାହିଁ। ବଦଳି ହୋଇଥିବା ଅଫିସରଙ୍କ ସ୍ଥାନରେ ନିଯୁକ୍ତ ନୂଆ ଅଫିସର‌୍‌ଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରାଯାଉନାହିଁ। ଯଦ୍ବାରା ପୂର୍ବରୁ ମାମଲାର ତଦନ୍ତ ଦାୟିତ୍ବ ନେଇଥିବା ଅଧିକାରୀଙ୍କ ମାମଲାର କାଗଜପତ୍ର ତାଙ୍କ ବଦଳି ପରେ କୋର୍ଟରେ ଠିକ୍‌ ସମୟରେ ଦାଖଲ ହୋଇପାରୁ ନାହିଁ। ପ୍ରମାଣ ଦାଖଲ ନହେବାରୁ ବର୍ଷ ବର୍ଷ ଧରି ମାମଲା କୋର୍ଟରେ ପଡ଼ି ରହୁଥିବା ଏକ ସମୀକ୍ଷାରୁ ଜାଣିବାକୁ ପାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତ୍ୟେଜ ଜିଲ୍ଲାର ତଦନ୍ତକାରୀ ଅଧିକାରୀଙ୍କ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର ଏବ˚ ଇ-ମେଲ୍‌ ଆଇଡି proscidcb.orpol@nic.in ରେ ଦାଖଲ କରିବାକୁ କୁହାଯାଇଛି। କୌଣସି ତଦନ୍ତକାରୀ ଅଧିକାରୀଙ୍କ ଜିଲ୍ଲା ବାହାରକୁ ବଦଳି ହେଲେ, ସେ ସ˚କ୍ରାନ୍ତରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ତୁରନ୍ତ ଅବଗତ କରାଯିବ। ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ସ୍ଥାନରେ ଅନ୍ୟ କେଉଁ ଅଫିସର‌୍‌ ନିଯୁକ୍ତ ହେଲେ, ସେ ସ˚କ୍ରାନ୍ତରେ ମଧ୍ୟ ଅବଗତ କରିବାକୁ କୁହାଯାଇଛି। ଯଦ୍ବାରା କୋର୍ଟରେ ମାମଲାର ସାକ୍ଷ୍ୟ ପ୍ରମାଣ ଠିକ ସମୟରେ ଦାଖଲ ସହିତ ଅଭିଯୁକ୍ତଙ୍କ ବିରୋଧରେ ତ୍ବରିତ ଶୁଣାଣି କରାଯାଇପାରିବ।

ସିସିଟିଏନ୍‌ଏସ୍‌(କ୍ରାଇମ୍‌ ଆଣ୍ତ କ୍ରିମିନାଲ୍‌ ଟ୍ରାକି˚ ନେଟ୍‌ଵାର୍କ ଆଣ୍ତ ସିଷ୍ଟମ୍‌) ମାଧ୍ୟମରେ ମାମଲା ରୁଜୁ ସମୟରେ ତଦନ୍ତକାରୀ ଅଧିକାରୀ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି ଲେଖିବା ବାଧ୍ୟତାମୂଳକ। ଯଦ୍ବାରା ମାମଲା ସ˚କ୍ରାନ୍ତ ପ୍ରମାଣ ଦାଖଲ ପାଇଁ କୋର୍ଟ ଯୋଗାଯୋଗ କରିବାରେ ସହଜ ହୋଇପାରିବ। କୋର୍ଟରେ ମାମଲାର ଶୁଣାଣି ସମୟରେ ସାକ୍ଷ୍ୟ ପ୍ରମାଣ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀମାନେ ଏପିପିଙ୍କ ସହିତ ପ୍ରତ୍ୟେକ ମାସରେ ଦୁଇ ଥର ସେମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ଶୁଣାଣି ସମୟରେ କୋର୍ଟରେ ତଦନ୍ତକାରୀ ଅଧିକାରୀମାନେ କେଉଁ ତାରିଖରେ ହାଜର ହେବେ, ସେ ସମ୍ପର୍କରେ ଏସ୍‌ପି କିମ୍ବା ଏସ୍‌ଡିପିଓମାନେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରାଇବା ସହିତ କୋର୍ଟର ଧାର୍ଯ୍ୟ ତାରିଖ ଅନୁଯାୟୀ ହାଜର ହେଉଛନ୍ତି କି ନାହିଁ, ଏହାରି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ହେଲେ ମାମଲାରେ ଦୋଷୀ ସାବ୍ୟସ୍ତ ହାର ସଂଖ୍ୟା ବୃଦ୍ଧି ପାଇପାରିବା ନେଇ ପୁଲିସ ବିଭାଗର ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶା ପୁଲିସରେ ଏଭଳି ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ଓଡ଼ିଶା ପୁଲିସ ଉପରେ ମାମଲା ପରିଚାଳନା ସହିତ ଆଇନଶୃଙ୍ଖଳା ନିୟନ୍ତ୍ରଣର ଚାପ ରହୁଛି। ଏଥିପାଇଁ ଗୁଣାତ୍ମକ ତଦନ୍ତ ବି ବାଧାପ୍ରାପ୍ତ ହେଉଛି। କିନ୍ତୁ ନ୍ୟାୟ ଅପେକ୍ଷାରେ ବର୍ଷ ବର୍ଷ ଅଦାଲତ ଦୌଡ଼ୁଥିବା ସାଧାରଣ ଜନତାଙ୍କ ପାଇଁ ଗୁଣାତ୍ମକ ତଦନ୍ତ ଉପରେ ଅଧିକ ଧ୍ୟାନ ଦେଲେ ଦୋଷୀ ସାବ୍ୟସ୍ତ ହାର ନିଶ୍ଚିତ ବୃଦ୍ଧି ପାଇ ପାରିବ ବୋଲି କୁହାଯାଉଛି।

ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ ଜବତ ତାଲିକାରେ ତଦନ୍ତକାରୀ ଅଧିକାରୀ ସରକାରୀ ସାକ୍ଷୀଙ୍କୁ ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ଭାବେ ବୁଝାଇବାକ କଥା। ନବୁଝାଇବା ଦ୍ବାରା ଅନେକ ସମୟରେ କୋର୍ଟରେ ସେମାନେ ଏହାକୁ ମନା କରୁଥିବାରୁ ମାମଲା ପ୍ରଭାବିତ ହେଉଥିବା ଶ୍ରୀ ମାରିକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।