ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିନ୍ନ ମୋଡ଼ ନେଇପାରେ ଓକିଲ ଆନ୍ଦୋଳନ: ନୂଆ ବର୍ଷରେ ସିଏସିର ନୂଆ ନିଷ୍ପତ୍ତି!

ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ବେଳେ ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣାକୁ କେନ୍ଦ୍ରକରି ଏବେ ସମ୍ବଲପୁର‌ରେ କୋର୍ଟଗୁଡ଼ିକରେ ଅଚଳାବସ୍ଥା ଜାରି ରହିଛି। ତେବେ, ସୁପ୍ରିମ୍‌ କୋର୍ଟଙ୍କ କଡ଼ା ଅଭିମୁଖ୍ୟ, ଓକିଲ ସଂଘର ସଦସ୍ୟମାନଙ୍କ ମନୋଭାବ ଓ ସର୍ବୋପରି ଅଂଚଳବାସୀଙ୍କ ଚିନ୍ତାଧାରାକୁ ନେଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି)ର ଗମ୍ଭୀରତାର ସହିତ ବିଚାରବିମର୍ଶ କରୁଛି। ଏଭଳି ସ୍ଥିତିରେ ସିଏସି ନୂଆ ବର୍ଷରେ ସମ୍ବଲପୁରରେ ଜାରି ରହିଥିବା ଓକିଲ ଆନ୍ଦୋଳନ ଉପରେ ସମସ୍ତଙ୍କୁ ସୁହାଇଲା ଭଳି ଏକ ନିଷ୍ପତ୍ତି ନେଇପାରେ ବୋଲି ସାଧାରଣରେ ଆଶା ରହିଛି। ଏପରିକି, ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶକୁ ସମ୍ମାନ ଜଣାଇ ସିଏସି ଆନ୍ଦୋଳନରୁ ଓହରି ଯାଇପାରେ ବୋଲି ମଧ୍ୟ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

ଗତ ୧୨ ଡିସେମ୍ବରର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାକୁ ସୁପ୍ରିମ୍‌ କୋର୍ଟ ଭର୍ତ୍ସନା କରିଥିବା ବେଳେ ପୁଲିସ ଏହି ଘଟଣାରେ ବେଶ୍‌ ତତ୍ପରତା ଦେଖାଇଛି। ଏପର୍ଯ୍ୟନ୍ତ ୩୦ ଜଣ ଆଇନଜୀବୀଙ୍କ ସହିତ ୩୯ ଜଣ ଏହି ଘଟଣାରେ ଏବେବି ଜେଲ୍ ହାଜତରେ ଅଛନ୍ତି। ତେବେ, ଉକ୍ତ ଅଭାବନୀୟ ଘଟଣା ପରଠାରୁ ଏପର୍ଯ୍ୟନ୍ତ ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରି ନାହିଁ। କୋର୍ଟ ଖୋଲା ରହିବା ସହିତ ବିଚାରପତିମାନେ କୋର୍ଟକୁ ଯାଉଥିଲେ ବି ଓକିଲଙ୍କ ଅସହଯୋଗ ଯୋଗୁ କାମ କିନ୍ତୁ ଆଗେଇ ପାରୁନାହିଁ। ‌୫୪ ଜଣ ବ୍ୟତୀତ ଅନ୍ୟମାନଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିଲେ ବି କୌଣସି ଓକିଲ କୋର୍ଟ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ବିଚାର ବିଭାଗୀୟ ଅଦାଲତ ସାଂଗକୁ ରାଜସ୍ବ ଅଦାଲତ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଛି। ପୁଲିସର କାର୍ଯ୍ୟାନୁଷ୍ଠାନ ଦେଖି ଲୋକେ ଏପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇନଥିଲେ ବି ରାଜ୍ୟ ସରକାରଙ୍କ ନିରବତାକୁ ଲୋକେ ଭିନ୍ନ ଚକ୍ଷୁରେ ଦେଖୁଛନ୍ତି।

ତ‌େବେ, ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର ଝାରସୁଗୁଡ଼ା ବୈଠକରେ ଏହି ପ୍ରସଂଗକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ସୁପ୍ରିମ୍‌ କୋର୍ଟ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ଭେଟିବା ପାଇଁ ସ୍ଥିର କରାଯାଇଛି। ସମ୍ବଲପୁର ଓକିଲମାନଙ୍କୁ ଜେଲ୍‌ରୁ ବାହାର କରିବା ଏବଂ ସମ୍ବଲପୁରରେ ସ୍ବାଭାବିକତା ଫେରାଇବା ପାଇଁ ସିଏସି ଉପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ ବୈଠକରେ ସିଏସି ଉପ‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ନ୍ୟସ୍ତ କରାଯାଇଛି। ଏଭଳି ସ୍ଥିତିରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁରୂପ ଆନ୍ଦୋଳନରୁ ଓହରିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ, ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଅନ୍ୟ ରୂପ ନେବ ବୋଲି ଅନୁମାନ କରାଯାଉଛି। ରାଜ୍ୟ ସରକାର ଦମନମୂଳକ ନୀତି ଆପଣେଉଥିବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନ ଆଗାମୀ ଦିନରେ ସ୍ବତନ୍ତ୍ର ପଶ୍ଚିମ ଓଡ଼ିଶା ରାଜ୍ୟ ଦାବି ଆଡ଼କୁ ଗତି କରିବ ବୋଲି ଚର୍ଚ୍ଚା ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।