କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର; ଜାନୁଆରି ୩ରୁ ସର୍ବସାଧାରଣ କରିପାରିବେ ଦର୍ଶନ ଦର୍ଶନ ଲାଗି ଜରୁରୀ କୋଭିଡ୍ ନେଗେଟିଭ ରିପୋର୍ଟ

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ସଂକ୍ରମଣ ପାଇଁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ଥିବା ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ଆସନ୍ତା ୨୭ ତାରିଖରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାର ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ବାସିନ୍ଦା ଓ ଏହାପରେ ରାଜ୍ୟବାସୀ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଆସନ୍ତା ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ। ୨୭ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ପୂଜକ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ନୂଆବର୍ଷ ଅବସରରେ ଜାନୁଆରି ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ। ଏହା ପରେ ୩ରୁ ୫ ତାରିଖ ମଧ୍ୟରେ ରାଜଧାନୀବାସୀଙ୍କୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଜାନୁଆରି ୬ରୁ ୩୧ତାରିଖ ଯାଏଁ ରାଜ୍ୟବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ। ଲିଙ୍ଗରାଜ ମନ୍ଦିରରେ କୋଭିଡ ଗାଇଡଲାଇନକୁ ପାଳନ କରି ଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଯେଉଁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଚାହିଁବେ ସେମାନେ ୪ରୁ ୫ ଦିନ ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏତଦ୍‌ ବ୍ୟତୀତ ମନ୍ଦିର ନିକଟରେ ଏକ କରୋନା ପରୀକ୍ଷା କେନ୍ଦ୍ର ରହିବ। ପଜିଟିଭ ବ୍ୟକ୍ତିମାନଙ୍କୁ ଦର୍ଶନ ସୁଯୋଗ ମିଳିପାରିବ ନାହିଁ। ଏତଦ୍‌ ବ୍ୟତୀତ ଆସନ୍ତା ୩ ତାରିଖ ଠାରୁ ମହାନଗର ନିଗମ ଅଂଚଳରେ ଯେଉଁମାନେ ମନ୍ଦିର ଖୋଲିବାକୁ ଚାହୁଁଛନ୍ତି ଅଣ୍ଡରଟେକିଂ ଦେଇ ଖୋଲି ପାରିବେ।

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ବଡ଼ ପର୍ବ ବଡ଼ଦିନ ଆଉ ମାତ୍ର ୧୦ ଦିନ ଅଛି। ଏହାକୁ ଦୃଷ୍ଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୫ ତାରିଖରେ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ପର୍ବ ପାଳନ କରିବାକୁ ହେଲେ ଅଣ୍ଡରଟେକିଂ ଦେବାକୁ ହେବ। ସେମାନେ ସାମାଜିକ ଦୂରତାକୁ ରକ୍ଷା କରି ପାଳନ କରିପାରିବେ। ସେହିଭଳି ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ଧର୍ମାନୁଷ୍ଠାନର କମିଟିମାନେ ଆମକୁ ଅଣ୍ଡରଟେକିଂ ଜରିଆରେ ପ୍ରସ୍ତାବ ଦେଇପାରିବେ। ପ୍ରସ୍ତାବକୁ ଦେଖି ବିଏମ୍‌ସି ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,