ରାଜ୍ୟ ସ୍ପେଶାଲ ରିପୋର୍ଟ

୨୯ଦିନ ପରେ ଗୋଟିଏ ମେସିନରେ ଚାଳିଲା ଜୟପୁର କାଗଜକଳ

ଜୟପୁର: କଂଚାମାଲ ଅଭାବରୁ ଜୟପୁର ସେବା କାଗଜକଳ ଦୀର୍ଘ ୨୯ଦିନ ବନ୍ଦ ରହି ରବିବାର ଠାରୁ ଆରମ୍ଭ ହୋଇଛି। ତେବେ ଦୁଇଟି ମେସିନ୍ ବଦଳରେ ଗୋଟିଏରେ ଆରମ୍ଭ ହୋଇଥିବା ବେଳେ ଏବେ ବି ପୁର୍ଣ୍ଣମାତ୍ରାରେ ଚାଳି ପାରିନଥିବା ସୂଚନା ମିଳିଛି। ଗତ ମାସ ୨୭ତାରିଖ ଦିନ କାଠ, କୋଇଲା, କେମିକାଲ ସବୁ ସରିଯାଇଥିବାରୁ କାଗଜକଳ ବନ୍ଦ ରହିଥିଲା। ଶନିବାର ସଂଧ୍ୟାରେ ବୟଲରକୁ ଆରମ୍ଭ କରାଯାଇଥିବା ବେଳେ ରବିବାର ସକାଳରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ କାଗଳକଳ ଚାଳିବା ପରେ ପୁଣି ବନ୍ଦ କରାଯାଇଥିଲା।

ସୋମବାର ସକାଳରୁ ପୁଣି ଆରମ୍ଭ ହୋଇଥିବା ସୂଚନା ମିଳିଛି। କର୍ମଚାରୀମାନେ ସିଫଟ ଅନୁଯାୟୀ ନିଜ ଡ୍ୟୁଟିକୁ ଯାଇ ଡ୍ୟୁଟି କରିଥିବା ଶ୍ରମିକ ନେତାମାନେ କହିଛନ୍ତି। ମଦର ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନି ପର୍ଯ୍ୟାପ୍ତ ପରିମାଣର କଂଚାମାଲ ଜମା କରି ରଖିବା ସହ ୨ୟ ମେସିନ୍ ଚାଳୁ କଲେ ଯାଇ କର୍ମଚାରୀ, ଠିକା କର୍ମଚାରୀ ଓ ଅନ୍ୟ କଂଚାମାଲ ଯୋଗାଇ ଆସୁଥିବା ଯୋଗାଣକାରୀ ସଂସ୍ଥା, ଠିକାଦାରମାନେ ଭରସା କରି ପାରିବେ ବୋଲି କହିଛନ୍ତି ଶ୍ରମିକ ନେତା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।