ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିବେ ଅଲିଭ୍‌ ରିଡ୍‌ଲେ; ଋଷିକୁଲ୍ୟା ମେଲିଛି ଦୁଇ ମୁହାଣ, ପ୍ରକୃତି ସଜେଇଛି ‘ଡାଇନାମିକ୍‌ ବିଚ୍‌’

ବ୍ରହ୍ମପୁର : ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ସମୟ ପାଖେଇ ଆସୁଛି। ଏବେ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ସମୁଦ୍ରରେ ସେମାନଙ୍କ ମିଳନ ପର୍ବ ଚାଲିଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଋଷିକୁଲ୍ୟା ସମୁଦ୍ରରେ ମିଶିବା ସ୍ଥାନକୁ ଦୁଇଭାଗ କରି ଦେଇଛି। ମେଲିଥିବା ଦୁଇ ମୁହାଣରୁ ପୋଡ଼ାମପେଟା ପଟେ ଯାଇଥିବା ମୁହାଣ ନିକଟରେ ଏକ ନୂଆ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ଯାହାକୁ ଡାଇନାମିକ ବିଚ ବୋଲି କୁହାଯାଉଛି। ଅଲିଭ ରିଡଲେମାନେ କେବଳ ଅଣ୍ଡା ଦେବା ପାଇଁ ପ୍ରକୃତି ମୁହାଣକୁ ଦୁଇ ଭାଗ କରି ନୂଆ ବାଲୁକା ଶଯ୍ୟାରେ ସଜେଇ ଦେଇଛି। ଅଣ୍ଡାଦାନ ପାଇଁ ଅଲିଭ ରିଡଲେମାନେ ଋଷିକୁଲ୍ୟା ପଠାକୁ ନିରାପଦ ମଣୁଥିବାରୁ ପ୍ରତିବର୍ଷ ଏଠାକୁ ଲକ୍ଷାଧିକ କଇଁଛ ଅଣ୍ଡା ଦେବାକୁ ଆସନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ଏହି ବାଲୁକା ଶଯ୍ୟାକୁ ଅଣ୍ଡା ଦେବାକୁ ଅଲିଭ ରିଡଲେମାନେ ଆସିବା ଅନୁମାନ କରାଯାଉଛି ବୋଲି ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି।

ଅଲିଭ୍‌ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ପଠାକୁ ସୁରକ୍ଷିତ ସ୍ଥାନ ଭାବେ ବାଛିଛନ୍ତି। ଗତବର୍ଷ ପ୍ରାୟ ସାଢ଼େ ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡାଦାନ କରିଥିଲେ। ଯାହାକି ଏକ ରେକର୍ଡ଼। ଚଳିତ ବର୍ଷ ମଧ୍ୟ ଅଣ୍ଡାଦାନ ପ୍ରକ୍ରିୟା ପାଖେଇ ଆସୁଛି। ଏଥିପାଇଁ ବନ ବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଋଷିକୁଲ୍ୟା ବେଳାଭୂମି ଅନ୍ୟ ବେଳାଭୂମି ଠାରୁ ଭିନ୍ନ। ଏଠାରେ କଇଁଛ ଗଣଅଣ୍ଡାଦାନ କରୁଥିବା ଯୋଗୁଁ ପ୍ରତିବର୍ଷ ମୁହାଣର ଦିଗ ପରିବର୍ତ୍ତନ ହୋଇ ନୂତନ ବେଳାଭୂମି ସୃଷ୍ଟି ହୋଇଥାଏ। କଇଁଛ ଅଣ୍ଡାଦାନ କରିବା ପରେ ସେଠାରେ ଲକ୍ଷାଧିକ ଖୋଳପା ପଡ଼ିଥାଏ। ପ୍ରାକୃତିକ ପଦ୍ଧତିରେ ନଷ୍ଟ ହେବାକୁ ସମୟ ଲାଗିଥାଏ। ବାଲିରେ ତାହା ଦୀର୍ଘଦିନ ଧରି ରହିବା ପରେ କଠିନ ହୋଇଯାଏ। ଫଳରେ ତାହା ନଷ୍ଟ ହୋଇପାରେ ନାହିଁ। ଏହାଦ୍ବାରା କଇଁଛମାନେ ଅଣ୍ଡାଦାନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏପରିକି ବାଲି ଖୋଳିବାରେ ସେମାନଙ୍କୁ ଅସୁବିଧା ହୁଏ। କିନ୍ତୁ ପ୍ରତିବର୍ଷ ନୂତନ ବେଳାଭୂମି ସୃଷ୍ଟି ହେଉଥିବାରୁ କଇଁଛ ସେଠାରେ ଅଣ୍ଡାଦାନ କରିଥାନ୍ତି।

ପ୍ରାକୃତିକ ପ୍ରକ୍ରିୟାରେ ପ୍ରତିବର୍ଷ ନୂତନ ବେଳାଭୂମି ସୃଷ୍ଟି ହୋଇଥାଏ। ଏଭଳି ବେଳାଭୂମିକୁ ‘ଡାଇନାମିକ୍‌ ବିଚ୍‌’ କୁହାଯାଏ ବୋଲି ଶ୍ରୀ ସାହୁ କହିଛନ୍ତି। ନୂତନ ବାଲୁକାଶଯ୍ୟା ପ୍ରାୟ ୧କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ‌ହୋଇଛି। ପୂର୍ବରୁ ପୋଡ଼ମପେଟା ନିକଟରେ ବେଳାଭୂମି ଥିଲା। କିନ୍ତୁ ତାହା ଧୋଇ ହୋଇ ଯାଇଥିଲା। ଏବେ ପୁଣିଥରେ ସେଠାରେ ସମୁଦ୍ରରୁ ବାଲି ଆସି ଜମା ହୋଇ ନୂତନ ବାଲୁକାଶଯ୍ୟା ସୃଷ୍ଟି ହୋଇଛି।

ସାଧାରଣତଃ ପୁରୁଣାବନ୍ଧରୁ ପୋଡ଼ମପେଟା ମଧ୍ୟରେ ମୁହାଣ ରହିଥାଏ। ବିଭିନ୍ନ ସମୟରେ ତା’ର ଗତିପଥ ପରିବର୍ତ୍ତନ ହୋଇଥାଏ। ଏଥର ମଧ୍ୟ ପୋଡ଼ମପେଟା ପଟ ମୁହାଣର ଗତିପଥ ପରିବର୍ତ୍ତନ ହୋଇଛି। ଚଳିତ ବର୍ଷ ‌ଗୋଖରକୁଦା ପାଖରେ ଋଷିକୁଲ୍ୟାର ମୁହାଣ ଖୋଲି ସମୁଦ୍ରରେ ମିଶିଛି। ଆଉ ଏକ ମୁହାଣ ପୁରୁଣାବନ୍ଧ ନିକଟରେ ରହିଛି। ତେବେ ଏହି ଦୁଇଟି ମୁହାଣ ପାର୍ଶ୍ବରେ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ କଇଁଛଙ୍କ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।