ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ କଫି ମିସନ୍, ୬ ଜିଲ୍ଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ

ଭୁବନେଶ୍ବର : ଓଡ଼ିଶାରେ ଖୁବ୍‌ଶୀଘ୍ର କଫି ମିସନ ଆରମ୍ଭ କରାଯିବ। ଏନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି। ୬ଟି ଜିଲ୍ଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଇ ୧୪ ହଜାର ୪୬୦ ମେଟ୍ରିକ ଟନ୍‌ ଉତ୍ପାଦନର ଆଶା ରହିଛି। ରାଜ୍ୟରେ ମିଲେଟ୍ ମିସନ ଏବଂ ପଣସ ମିସନ୍ କାର୍ଯ୍ୟକାରୀ ହୋଇଛି। ଫୁଲ, ମସଲା ମିସନ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିଛି ଦିନ ପୂର୍ବରୁ ଛତୁ ମିସନ କାର୍ଯ୍ୟକାରୀ ନେଇ ମଧ୍ୟ କୃଷି ମନ୍ତ୍ରୀ ଏବଂ ସଚିବ ସୂଚନା ଦେଇଥିଲେ।

ସୂଚନା ଅନୁଯାୟୀ, ୭୦ ଦଶକରେ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୩.୪୭ ଲକ୍ଷ ହେକ୍ଟର ଜମିରେ କଫି ଚାଷ କରାଯାଇ ପାରିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ୧.୪୬ ଲକ୍ଷ ହେକ୍ଟର କଫି ଚାଷର କ୍ଷମତା ଥିବା ନେଇ ଆକଳନ କରିଛି କଫି ବୋର୍ଡ। ରାଜ୍ୟରେ ବର୍ତ୍ତମାନ ୪୪୦୦ ହେକ୍ଟର ଜମିରେ ଏହି ଚାଷ ହେଉଛି। ସରକାରଙ୍କ ସହଯୋଗରେ କୋରାପୁଟରେ ଚଳିତ ବର୍ଷ ୩୩୦୦ ଏକର ଜମିରେ ଚାଷ କରାଯାଉଛି। ଚଳିତ ବର୍ଷ ସରକାରଙ୍କ ସହଯୋଗରେ କଳାହାଣ୍ଡିରେ ୧୦ ହେକ୍ଟର ଜମିରେ ଚାଷ କରାଯାଇଛି। କଫି ମିସନ କାର୍ଯ୍ୟକାରୀ ହେଲେ ପ୍ରାଥମିକ ପର୍ଯ୍ୟାୟରେ କୋରାପୁଟ ଏବଂ କଳାହାଣ୍ଡି ସହିତ ରାୟଗଡ଼ା, ଗଜପତି, କେନ୍ଦୁଝର ଏବଂ କନ୍ଧମାଳରେ କାର୍ଯ୍ୟକାରୀ ହେବ। ଏଥିରେ ସରକାରୀ ଭାବରେ ୮୦ ହଜାର ଏବଂ କମ୍ପାନି ପକ୍ଷରୁ ୧୦ ହଜାର ଏକର ଜମିରେ ଚାଷ କରାଯିବ। ବର୍ତ୍ତମାନ ରାଜ୍ୟରେ ୪୬୦ ମେଟ୍ରିକ ଟନ କଫି ଉତ୍ପାଦିତ ହେଉଛି। କୋରାପୁଟ କଫି ବର୍ତ୍ତମାନ ଜାପାନ ସମେତ ବାହାର ରାଜ୍ୟକୁ ରପ୍ତାନି ହେଉଛି। ମିସନ କାର୍ଯ୍ୟକାରୀ ହେଲେ ଆହୁରି ୧୦ ହଜାର ମେଟ୍ରିକ ଟନ କଫି ଉତ୍ପାଦିତ ହେବ। କଫି ମିସନର ରୂପରେଖ ଏବଂ ବଜେଟ ଆକଳନ ଜାରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।