ରାଜନୀତି ରାଜ୍ୟ

୨୪ ପାଇଁ ୨୯ରେ ବଳ କଷାକଷି: ଗୋଟିଏ ଦିନରେ ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ରେ ହେବ। ଏପରିକି ଆଗୁଆ ନିର୍ବାଚନ ହେବାନେଇ ବି ଚର୍ଚ୍ଚା ଚାଲିଛି। ଏହିସମୟରେ ବିଜେଡି ଓ ବ‌ିଜେପି ମଧ୍ୟରେ ଅନୁଗୁଳରେ ଆଗୁଆ ବଳ କଷାକଷି ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି। ଠିକ୍‌ ସେହିଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଆସିବେ। ଗୋଟିଏଦିନରେ ଦୁଇ ପ୍ରମୁଖ ଦଳର ହେଭିୱେଟ୍‌ ଅନୁଗୁଳ ଆସୁଥିବାରୁ ଉଭୟ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଥିବା ଆଲୋଚନା ହେଉଛି। ଯଦିଓ ଉଭୟ ଦଳର ନେତାମାନେ ସରକାରୀ ଗସ୍ତରେ ଆସୁଛନ୍ତି, ତଥାପି ନିର୍ବାଚନ ପୂର୍ବରୁ ଏହା ପ୍ରାକ୍‌-ଲଢ଼େଇ ବୋଲି ଚର୍ଚ୍ଚା ହେଉଛି।

୨୯ ତାରିଖ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି‌ବାର କାର୍ଯ୍ୟକ୍ରମ ରହିଛି। ସେ ଅନୁଗୁଳ ଷ୍ଟାଡିୟମ୍‌ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।ଏଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାସହିତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଅନୁଗୁଳ ରେଳଷ୍ଟେସନ୍‌ରେ ରେଳ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେଡି‌ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ଦଳ ଏଥିରୁ କେମିତି ଫାଇଦା ହାସଲ କରିପାରିବ, ସେଥିନେଇ ସବୁ ପ୍ରୟାସ ଚାଲିଛି।

ଅପରପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ଦିନ ୩ ଜଣ କେନ୍ଦ୍ରମନ୍ତ୍ରୀ ଜିଲ୍ଲାକୁ ଆସୁଛନ୍ତି। ସ୍ଥାନୀୟ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ‌କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସୁଥିବା ସୂଚନା ମିଳିଛି। ସେମାନେ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରେଳ ଲାଇନ୍‌ର ଲୋକାର୍ପଣ, ନୂତନ ଟ୍ରେନ୍‌କୁ ପତାକା ଦେଖାଇବା ସହିତ ରାଣୀଗୋଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‌ ପାଇଁ ଭୂମିପୂଜା କରାଯିବ। ଏହା ବି ସମ୍ପୂର୍ଣ୍ଣ ସରକାରୀ ଗସ୍ତ। କିନ୍ତୁ ଗୋଟିଏଦିନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି। କେନ୍ଦ୍ରମନ୍ତ୍ରୀମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ଗସ୍ତକୁ ସଫଳ କରିବା ପାଇଁ ଦଳର ନେତାମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଗୋଟିଏଦିନରେ ମୁଖ୍ୟମନ୍ତ୍ରୀ ଓ ୩ ହେଭିୱେଟ୍‌ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଆସିବା ଜଣାପଡ଼ିବା ପରେ ଜିଲ୍ଲାର ରାଜନୀତି ସରଗରମ ହୋଇଛି। ସରକାରୀ କାର୍ଯ୍ୟକ୍ରମ ବାହାନାରେ ଏହା ଦୁଇଦଳ ଭିତରେ ଶକ୍ତି ପ୍ରଦର୍ଶନ ହେବ। ତେଣୁ, କେହି ପଛରେ ରହିବାକୁ ଚାହୁନାହାନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଏକ ମାହୋଲ ତିଆରି କରିବାପାଇଁ ଏହା ଏକ ସୁ‌ଯୋଗ ଆଣିଥିଲାବେଳେ ‌କେହି ଏହାକୁ ହାତଛଡ଼ା କରିବେନି ବୋଲି ରାଜନୈତକ ବିଶେଷଜ୍ଞଙ୍କ ମହଲରେ ଆଲୋଚନା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର