ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି।
ଆଜି ପୂର୍ବାହ୍ନରେ ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନା ନାମକ ଜଣେ ରୋଗୀଙ୍କୁ ଏହି ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଡ଼ାକ୍ତର ସଞ୍ଜୟ ପଣ୍ଡାଙ୍କୁ ଟଣା ଓଟରା କରିବା ସହ ତାଙ୍କ ମୋବାଇଲକୁ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଡାକ୍ତର ଶ୍ରୀ ପଣ୍ଡା ସେଠାରୁ କୌଣସି ମତେ ଖସି ପଳାଇଥିଲେ। ଏହି ଘଟଣାରେ ଜଳେଶ୍ଵର ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି।ଖବର ପାଇ ଜଳେଶ୍ଵର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ