ରାଜ୍ୟ ସ୍ପେଶାଲ ରିପୋର୍ଟ

ଟଙ୍କା ପାଇଁ ବନ୍ଧା ପଡ଼ିଲା ଶବ

ସୁନ୍ଦରଗଡ଼/ବୁର୍ଲା : ଭିମ୍‌ସାରରେ ଆଇସିୟୁ ଶଯ୍ୟା ନପାଇ ସୁନ୍ଦରଗଡ଼ର ଜଣେ ଗରିବ ମହିଳା ଆରୋଗ୍ୟ ଲାଭ ଆଶାରେ ଏକ ଘରୋଇ ନର୍ସିଂହୋମକୁ ଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ, ନର୍ସିଂହୋମ କର୍ତ୍ତୃପକ୍ଷ ଟଙ୍କା ପାଇଁ ମୃତ ମହିଳା ସବିତା ହାତୀଙ୍କ ଶବକୁ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ନଛାଡ଼ିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ପ୍ରସୂତିଜନିତ ଯନ୍ତ୍ରଣା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ କିଞ୍ଜିର୍ମା ଅଞ୍ଚଳର ମଣ୍ଟୁ କର୍ତ୍ତା ନିଜ ପତ୍ନୀ ସବିତା ହାତୀ (୩୦)ଙ୍କୁ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସବିତା ୧୬ ତାରିଖ ଦିନ ଅସ୍ତ୍ରୋପଚାର ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମଣ୍ଟୁ ପତ୍ନୀ ସବିତାଙ୍କୁ ଗୁରୁତର ଅବସ୍ଥାରେ ୧୮ ତାରିଖରେ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରିଥିଲେ। ସବିତାଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ଡାକ୍ତର ତାଙ୍କୁ ଆଇସିୟୁ ଶଯ୍ୟାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଭିମ୍‌ସାରରେ ଆଇସିୟୁ ଶଯ୍ୟା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ, ଡାକ୍ତରଖାନାରେ ଆଇସିୟୁ ଶଯ୍ୟା ଖାଲି ନଥିଲା। ସେ ବାଧ୍ୟହୋଇ ନିଜ ପତ୍ନୀଙ୍କ ଜୀବନ ରକ୍ଷା ପାଇଁ କେତେକ କର୍ମଚାରୀଙ୍କ ପରାମର୍ଶକ୍ରମେ ୧୯ ତାରିଖରେ ବୁର୍ଲା ଏଲ୍‌ଆଇସି କାର୍ଯ୍ୟାଳୟ ନିକଟସ୍ଥ ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ଭର୍ତ୍ତି ସମୟରେ ମଣ୍ଟୁ ନର୍ସିଂହୋମରେ ୨୦ ହଜାର ଟଙ୍କା ଜମା କରିଥିଲେ। ମଣ୍ଟୁ ଜଣେ ଗରିବ ଶ୍ରେଣୀର ଲୋକ। ତଥାପି ନିଜ ପତ୍ନୀଙ୍କ ଜୀବନ ରକ୍ଷା ପାଇଁ ସେଠାରେ ଔଷଧ ବାବଦକୁ ପ୍ରାୟ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ, ଗତରାତିରେ ସେଠାରେ ସବିତାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ମଣ୍ଟୁ ପୂରା ଭାଙ୍ଗି ପଡ଼ିଥିଲେ।

ସକାଳେ ଶବ ନେବାପାଇଁ କହିବାରୁ ନର୍ସିଂହୋମ କର୍ମଚାରୀମାନେ ବକେୟା ବିଲ୍ (ଲକ୍ଷାଧିକ ଟଙ୍କା) ପଇଠ କରି ଶବ ନେବା ପାଇଁ କହିଥିଲେ। ମଣ୍ଟୁଙ୍କ ପାଖରେ ଟଙ୍କା ନଥିଲା। ତେଣୁ ସେ ଘରକୁ ଯାଇ ଘର ଜମି ବନ୍ଧା ପକାଇ ଅର୍ଥ ପଇଠ କରିବେ ବୋଲି ପ୍ରସ୍ତାବ ଦେଇଥିଲେ। ଏପରିକି ଏଥିପାଇଁ ଷ୍ଟାମ୍ପ୍‌ ପେପରରେ ଅଣ୍ଡରଟେକିଂ ମଧ୍ୟ ଲେଖିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଥିଲେ। ମାତ୍ର, ନର୍ସିଂହୋମ କର୍ତ୍ତୃପକ୍ଷ ବିଲ୍ ପଇଠ ନହେବା ପର୍ଯ୍ୟନ୍ତ ଶବ ଛଡ଼ା ଯିବନାହିଁ ବୋଲି କହିଥିବା ମଣ୍ଟୁ ଅଭିଯୋଗ କରିଛନ୍ତି। ଏହାପରେ ବଡ଼କଷ୍ଟରେ ୩୦ ହଜାର ଟଙ୍କା ଯୋଗଡ଼ କରି ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ ଦେବାପରେ ‌ସେମାନେ ଅପରାହ୍ନ ପ୍ରାୟ ୪ଟାରେ ଶବ ହସ୍ତାନ୍ତର କରିଥିବା ମଣ୍ଟୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ବୁର୍ଲା ଭିମ୍‌ସାରର ଆଇସିୟୁ ଶଯ୍ୟା ଅଭାବ ଯୋଗୁଁ ଗରିବ ଶ୍ରେଣୀର ରୋଗୀଟେ ଘରୋଇ ନର୍ସିଂହୋମକୁ ଯାଇ ହଇରାଣ ହେବା ଆଲୋଡ଼ନ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।