ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀଘ୍ର ସରିଗଲା ଦିନ: ଆଜିଠାରୁ ଦିନ ବଢ଼ିବ, ଛୋଟ ହେବ ରାତି

ଭୁବନେଶ୍ବର : ଗତକାଲି (ଗୁରୁବାର) ଥିଲା ଚଳିତ ବର୍ଷର ସବୁଠୁ ଛୋଟ ଦିନ। ସକାଳ ପ୍ରାୟ ୬ଟା ୧୭ରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସଂଧ୍ୟା ୫ଟା ୧୨ରେ ସୂର୍ଯ୍ୟାସ୍ତ ହୋଇଥିଲା। ଆଜିଠାରୁ ଦିନ ବଢ଼ିବ ଓ ରାତି ଛୋଟ ହୋଇଯିବ।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନାନୁସାରେ, ବର୍ଷକୁ ଗୋଟେ ଦିନ ବଡ଼ ଓ ଗୋଟେ ଦିନ ଛୋଟ ହୁଏ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହୋଇଥାଏ। ଯେମିତି ଡିସେମ୍ବର ୨୨ତାରିଖ ଏ ବର୍ଷର ସବୁଠାରୁ ‌ଛୋଟ ଦିନ ହେଲା, ଏହାର ପୂର୍ବ ରାତି ଅର୍ଥାତ ଗତ ୨୧ ତାରିଖ ରାତି ସବୁଠାରୁ ବଡ଼ ରାତି ହୋଇଥିଲା। ଏହାକୁ ‘ୱିଣ୍ଟର ସୋଲ୍‌ଷ୍ଟାଇସ୍‌’ ବୋଲି କୁହାଯାଏ। ଏମିତି ହେବା ପଛର କାରଣ ହେଲା, ସମସ୍ତେ ଜାଣନ୍ତି ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି। ଯେତେବେଳେ ସୂର୍ଯ୍ୟଙ୍କଠାରୁ ସବୁଠାରୁ ଅଧିକ ଦୂରତାରେ ପୃଥିବୀ ରୁହେ, ସେ ସମୟରେ ସୂର୍ଯ୍ୟକିରଣ ତୀର୍ଯକ ଭାବେ ପୃଥିବୀରେ ପଡ଼ିଥାଏ। ପୃଥିବୀ ଉପରେ କମ୍‌ ସମୟ ସୂର୍ଯ୍ୟକିରଣ ପଡ଼ିବା ଯୋଗୁଁ ଦିନ ଛୋଟ ହୋଇଥାଏ ଓ ରାତି ବଡ଼ ହୋଇଥାଏ। ପୃଥିବୀ ଯେତେଯେତେ ସୂର୍ଯ୍ୟଙ୍କ ନିକଟତର ହେବ, ଦିନର ଅବଧି ବଢ଼ିବ ଓ ରାତିର ଅବଧି କମି କମି ଯିବ। ଆଜିଠାରୁ ପ୍ରାୟ ଛଅ ମାସ ପରେ ସୂର୍ଯ୍ୟଙ୍କ ଅତି ନିକଟତର ହେବ ପୃଥିବୀ। ଫଳରେ ଜୁନ୍ ୨୧ ବା ୨୨ ତାରିଖ ବର୍ଷର ସବୁଠାରୁ ବଡ଼ ଦିନ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।