ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଆଜି

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ। ପୂର୍ବାହ୍ନରେ ହେବାକୁ ଥିବା ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାଂସଦ ଅଚ୍ୟୁତ ସାମନ୍ତ ଓ ଡିଆର୍‌ଡିଓର ଏରୋନେଟିକାଲ ସିଷ୍ଟମ୍ସ(ଏଏସ୍‌)ର ମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଟେସି ଥୋମାସ୍‌ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯିବ। ଏଥିସହ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ୧୬୩ଜଣଙ୍କୁ ପିଏଚ୍‍ଡି ଡିଗ୍ରି, ୯୯ଜଣଙ୍କୁ ସ୍ୱର୍ଣ୍ଣପଦକ, ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଡି. ଏସ୍‌ସି ଓ ଡି.ଲିଟ୍‌ ଡିଗ୍ରି ମିଳିବ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଲ ଗୌଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପ୍ରଫେସର୍‌ ଆଚାର୍ଯ୍ୟ କହିଛନ୍ତି ଯେ ୪ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଊର୍ଦ୍ଧ୍ୱ ବିଭାଗରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୯ଟି ଉତ୍କର୍ଷ କେନ୍ଦ୍ର, ୨ଟି ସହବନ୍ଧିତ ଆଇନ ମହାବିଦ୍ୟାଳୟ ଓ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ ରହିଛି। ବର୍ତ୍ତମାନ ୧୭ଟି ସ୍ୱୟଂଶାସିତ କଲେଜ ସମେତ ୩୮୦ରୁ ଅଧିକ ଅନୁବନ୍ଧିତ ମହାବିଦ୍ୟାଳୟରେ ୨.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଶ୍ବବିଦ୍ୟାଳୟ କ୍ରମାଗତ ଭାବେ ଜାତୀୟ ରାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ଆଞ୍ଚଳିକସ୍ତରରେ ବୃହତ୍ତର ଗବେଷଣା ପାଇଁ ‘ସେଣ୍ଟର୍‌ ଫର୍‌ ଇନୋଭେସନ୍‌ ଆଣ୍ଡ୍‌ ଇନ୍‌କ୍ୟୁବେସନ୍‌(ସିଆଇଆଇ)’ କାର୍ଯ୍ୟକ୍ଷମ ହୋଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ର ଆର୍ଥିକ ସହାୟତାରେ ୧୦ଟି ଓ ବିଶ୍ୱବ୍ୟାଙ୍କ ଆର୍ଥିକ ଅନୁଦାନରେ ୩ଟି ଉତ୍କର୍ଷ ଗବେଷଣା କେନ୍ଦ୍ର ସ୍ଥାପନ, ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରାବାସଗୁଡ଼ିକର ନବୀକରଣ ହୋଇଛି। ୩ଟି ଛାତ୍ରୀନିବାସ ନବୀକରଣ କାର୍ଯ୍ୟ ଚାଲିଛି। ଏକବିଂଶ ଶତାବ୍ଦୀରେ ନିଜକୁ ବିଶ୍ୱର ଅନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭଳି ଆତ୍ମନିର୍ଭରଶୀଳ ଓ ସମକକ୍ଷ କରିବା ପାଇଁ ଏହି ଅନୁଷ୍ଠାନ ସମାଜର ସବୁବର୍ଗରୁ ସହଯୋଗ, ସଦିଚ୍ଛା ଓ ସକାରାତ୍ମକ ସ୍ୱାୟତ୍ତତା ଓ ସ୍ୱାଧୀନତାର ଅପେକ୍ଷା ରଖୁଛି ବୋଲି କୁଳପତି କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ କଲେଜ ଡେଭଲପ୍‌ମେଣ୍ଟ କାଉନସିଲ୍‌(ସିଡିସି) ନିର୍ଦ୍ଦେଶକ ପ୍ରଫେସର୍‌ ନିଗମାନନ୍ଦ ଦାଶ, କୁଳସଚିବ ଅଭୟ କୁମାର ନାୟକ, ଉପ କୁଳସଚିବ ମନୋଜ କୁମାର ସାଡୁଆଲ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।