ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରତିବାଦକାରୀ କଶ୍ମୀରୀ ପଣ୍ଡିତଙ୍କୁ ଉପରାଜ୍ୟପାଳଙ୍କ କଡ଼ା ଚେତାବନୀ: ଘରେ ବସିଲେ ଦରମା ନାହିଁ

ଜମ୍ମୁ: ଯେଉଁମାନେ ଘରେ ବସୁଛନ୍ତି, ସେମାନଙ୍କୁ ଦରମା ମିଳିବ ନାହିଁ ବୋଲି ଉତ୍ତମ ନିରାପତ୍ତା ଓ କଶ୍ମୀର ବାହାରକୁ ସ୍ଥାନାନ୍ତରଣ ଦାବି‌ କରି ପ୍ରତିବାଦ ଚଳାଇଥିବା ଶହ ଶହ କଶ୍ମୀରୀ ପଣ୍ଡିତଙ୍କୁ କଡ଼ା ଚେତାବନୀ ଦେଇ ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମ‌ନୋଜ ସିହ୍ନା କହିଛନ୍ତି।

ସିହ୍ନା ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, କଶ୍ମୀରୀ ପଣ୍ଡିତଙ୍କ ସମେତ ଉପତ୍ୟକାର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଚଳିତ ବର୍ଷ ମେ ମାସରେ ରାହୁଲ୍‌ ଭଟ୍ଟ ଓ ରଜନୀ ଭଲ୍ଲା ନାମରେ ଦୁଇଜଣ ସହକର୍ମୀଙ୍କୁ ହତ୍ୟା କରାଯିବା ପରେ ପ୍ରତିବାଦ ଚଳାଇଥିବା ପ୍ରବାସୀ କଶ୍ମୀରୀ ପଣ୍ଡିତ କର୍ମଚାରୀ ଓ ଜମ୍ମୁସ୍ଥିତ ସଂରକ୍ଷଣ ବର୍ଗର କର୍ମଚାରୀମାନେ ଏପର୍ଯ୍ୟନ୍ତ ପ୍ରତିବାଦରୁ ଓହରି ନାହାନ୍ତି।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ସେମାନେ ଧର୍ମଘଟ ଚଳାଇଛନ୍ତି। ମୁଁ ନିରନ୍ତର ସେମାନଙ୍କ ସହିତ ଯୋଗାଯୋଗ ରଖିବା ସହିତ ବହୁଦିନରୁ ପଡ଼ିରହିଥିବା ସେମାନଙ୍କ ସମସ୍ୟା ସମାଧାନ କରିବା ଲାଗି ନିଷ୍ଠାପର ଭାବେ ଉଦ୍ୟମ ଚଳାଇଛି। ଜିଲ୍ଲା କମିସନର୍‌, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କ ସହିତ ପରାମର୍ଶ କରି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ଜିଲ୍ଳା ମୁଖ୍ୟାଳୟକୁ ବଦଳି କରାଯାଇ ସାରିଲାଣି।

କିନ୍ତୁ, କେତେକ ତହସିଲ୍‌ ମୁଖ୍ୟାଳୟ ଏବଂ ଆଉ କେତେକ ସହର ନିକଟବର୍ତ୍ତୀ ଗାଁରେ ନିଯୁକ୍ତି ପାଇଛନ୍ତି। ଗ୍ରାମୀଣ ବିକାଶ କ୍ଷେତ୍ରରେ ଥିବାରୁ ସେମାନଙ୍କୁ ସହରକୁ ବଦଳି କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ