ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭଞ୍ଜନଗର : ପେସାରେ ଜଣେ ବ୍ୟବସାୟୀ। କିନ୍ତୁ ତାଙ୍କ ରୁଚି ହେଉଛି ନିଆରା। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଦେଶବିଦେଶର ପୁରାତନ ମୁଦ୍ରା ଓ ନୋଟ୍ ସଂଗ୍ରହ ସହ ନିଜ ଘରକୁ ଏକ ସଂଗ୍ରହାଳୟରେ ପରିଣତ କରିଛନ୍ତି। କେବଳ ଏତିକି ନୁହେଁ, ଚିତ୍ତାକର୍ଷକ ସୁକ୍ଷ୍ମ ଚିତ୍ରକଳାରେ ବି ସେ ବେଶ୍ ଭଲ ଅଭିଜ୍ଞତା ହାସଲ କରିଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଏସ୍.ବାଲାଜୀ ସୁବୁଦ୍ଧି। ବାଲାଜୀ ବର୍ତ୍ତମାନ ନିଜ ପାଖରେ ଭାରତରେ ପୂର୍ବରୁ ପ୍ରଚଳିତ ଥିବା ମୁଦ୍ରା ଯେପରିକି ଅଣା, କଣା ପଇସା ଓ ପୁରୁଣା ନୋଟ୍ ସବୁ ରଖିଛନ୍ତି। ଏହି ଅଭିଯାନ ସେ ଅଦ୍ୟାବଧି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଭାରତ ସମେତ ଥାଇଲାଣ୍ଡ, ମାଲେସିଆ, ବ୍ରିଟେନ୍, ଚୀନ୍, ସାଉଦିଆରବ, ସ୍ପେନ୍ ଓ ଭୁଟାନ୍ ଭଳି ପ୍ରାୟ ୪୦ରୁ ଅଧିକ ଦେଶର ପାଖାପାଖି ୫ହଜାର ମୁଦ୍ରା ଏବଂ ୪୦୦ରୁ ଅଧିକ ନୋଟ୍ ସଂଗ୍ରହ କରିଛନ୍ତି। ବିଶେଷକରି ବିଦେଶରେ ପ୍ରଚଳିତ ଅଧିକ ମୁଦ୍ରା ସଂଗ୍ରହ କରିବାରେ ତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିବା ବାଲାଜୀ କହିଛନ୍ତି।
ନିଜ ଅଭିଜ୍ଞତାକୁ ବଖାଣି ବାଲାଜୀ କହିଛନ୍ତି, ପୁରୁଣା ମୁଦ୍ରା ଓ ନୋଟ୍ ସଂଗ୍ରହ କରିବା ପାଇଁ ସେ ବଡ଼ଭାଇଙ୍କଠୁ ପ୍ରେରଣା ପାଇଥିଲେ। ୩୦ ବର୍ଷ ତଳେ ଭାଇ କିଛି ପୁରୁଣା ମୁଦ୍ରା ପାଖରେ ରଖିଥିବା ଜାଣିବା ପରେ ସେ ମଧ୍ୟ ଏହି ଅଭିଯାନରେ ନିଜକୁ ସାମିଲ କରିଥିଲେ। ବର୍ତ୍ତମାନ ଅନେକ ଅଚଳ ମୁଦ୍ରାକୁ ସ୍ମୃତି ଭାବେ ରଖିଥିବା ବାଲାଜୀ ପ୍ରକାଶ କରିଛନ୍ତି। ଆଉ ମୁଦ୍ରା ସଂଗ୍ରହ ନିଶାରେ ତାଙ୍କ ଘର ଏବେ ମିନି ସଂଗ୍ରହାଳୟରେ ପରିଣତ ହୋଇଛି। ଏଭଳି ପୁରୁଣା ଜିନିଷ ସଂଗ୍ରହ ବେଳେ ଭାରତ ଓ ବିଦେଶର ଅନେକ ଲୁକ୍କାୟିତ ତଥ୍ୟ ହାସଲ କରିପାରିଛନ୍ତି। ଆଗକୁ ଏହି କ୍ଷେତ୍ରରେ ସେ ନିଜ ନାମକୁ ଲିମ୍କା ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନିତ କରିବାକୁ ଚାହୁଁଥିବା ବାଲାଜୀ କହିଛନ୍ତି। କେବଳ ଏତିକି ନୁହେଁ, ସୁକ୍ଷ୍ମ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ବାଲାଜୀଙ୍କ ଆଗ୍ରହ ରହିଛି। ୩୬ଟି ଚାଉଳରେ ସେ ନିଜର ନାମ ଲେଖିପାରୁଛନ୍ତି। ଆଉ ଚାବି ରିଂରେ ମଧ୍ୟ ଚାଉଳରେ ନାମ ଲେଖି ସାଙ୍ଗମାନଙ୍କୁ ଉପହାର ଦେଉଛନ୍ତି। ୧୫ ବର୍ଷ ତଳେ ୫୫୪ଟି ଚାଉଳରେ ହନୁମାନ ଚାଳିଶା ଲେଖିଥିଲେ। ମୁଦ୍ରା ସଂଗ୍ରହ ଓ ଚିତ୍ରକଳାରେ ଆତ୍ମସନ୍ତୋଷ ମିଳୁଥିବା ବାଲାଜୀ କହିବା ସହ ପୁରାତନ ଜିନିଷ ଆମ ସମାଜର ଦର୍ପଣ ବୋଲି ମତବ୍ୟକ୍ତ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l