ରାଜ୍ୟ ସ୍ପେଶାଲ ରିପୋର୍ଟ

ସଂଗୀତ ପାଇଁ କଟିଗଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ବଡ଼ ସୁଯୋଗ ଥିଲା। ମେଢ଼ର ଡିଜାଇନ୍ ବି ବିଚାରକ ମଣ୍ଡଳୀ ଦ୍ବାରା ଗ୍ରହଣୀୟ ହୋଇଥିଲା। ହେଲେ ଏଥିପାଇଁ ପ୍ରସ୍ତୁତ ହୋଇଥିବା ସଂଗୀତକୁ ନେଇ ବିଚାରକ ମଣ୍ଡଳୀ ସନ୍ତୁଷ୍ଟ ନଥିଲେ। ଯେଉଁଥିପାଇଁ ଏଥର ବି ଦିଲ୍ଲୀରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବାର ସୁଯୋଗ ହରାଇଲା।

ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାଧାରଣ ତନ୍ତ୍ର ଦିବସରେ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ର ଆହ୍ବାନ କରାଯାଇଥିଲା। ହେଲେ ମାତ୍ର ୪/୫ଟି ମେଢ଼ ଆସିଥିଲା। ଏଥିରୁ ଗଜେନ୍ଦ୍ର ସାହୁଙ୍କ ଉତ୍କଳୀୟ ମନ୍ଦିର କଳା ଓ ସଂସ୍କୃତିକୁ ନେଇ ପ୍ରସ୍ତୁତ ମେଢ଼ ଏବଂ କୀର୍ତ୍ତି ମହାରଣାଙ୍କ ମହିଳା ସଶକ୍ତୀକରଣ ଉପରେ ପ୍ରସ୍ତୁତ ମେଢ଼ ଦିଲ୍ଲୀ ଯିବା ପାଇଁ ଚୟନ ହୋଇଥିଲା। କୀର୍ତ୍ତି ମହାରଣାଙ୍କ ମେଢ଼ ଦ୍ବିତୀୟ ବୈଠକରେ କାଟ୍ ଖାଇଯାଇଥିଲା। ଏହାପରେ ଗଜେନ୍ଦ୍ର ସାହୁଙ୍କ ଦ୍ବାରା ପ୍ରସ୍ତୁତ ମେଢ଼କୁ ନେଇ ଆମର ଆଶା ବଢ଼ିଥିଲା। ବିଚାରକ ମଣ୍ଡଳୀ ଏହାକୁ ବି ପ୍ରଶଂସା କରିଥିଲେ।

ଚତୁର୍ଥ ବୈଠକରେ ବିଚାରକ କମିଟି କହିଥିଲେ ଯେ, ସଂଗୀତର ରିଦିମ୍ ଭଲ ନାହିଁ। ଏହାକୁ ବଦଳାଅ। ଏଥିରେ ମାହା‌ରୀ ନୃତ୍ୟଶିଳ୍ପୀ ବିଭିନ୍ନ ମୁଦ୍ରାରେ ଛିଡ଼ା ହେବାର ଥିବାବେଳେ ଓଡ଼ିଶୀ ଥିମ୍‌ର ସଂଗୀତ ଥିଲା। କିନ୍ତୁ ବିଚାରକମାନେ କହିଥିଲେ ଯେ, ଏଥିରେ ଡାଲଖାଇ କି ଘୁମୁରା ସଂଗୀତ ଓ ନୃତ୍ୟଶିଳ୍ପୀଙ୍କୁ ସାମିଲ୍‌ କର। ଏହାପରେ ଆମେ ଘୁମୁରାକୁ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଥିଲୁ ଏବଂ ସେହି ଅନୁଯାୟୀ ୧୯ତାରିଖ ସୁଦ୍ଧା ସଂଗୀତ ବି ପ୍ରସ୍ତୁତ କରିଥିଲୁ। କିନ୍ତୁ ୫ମ ବୈଠକ ନେଇ ଯେତେବେଳେ ପ୍ରଜ୍ଞାପନ ମେଢ଼ ତାଲିକା ପ୍ରକାଶ ପାଇଲା ସେଥିରେ ଆମ ରାଜ୍ୟ ନାମ ନଥିଲା। ତେଣୁ ଆମେ ଜାଣିଲୁ ଯେ ଓଡ଼ିଶା କଟିଯାଇଛି। ହେଲେ କାହିଁକି କଟାଗଲା ସେନେଇ ଆମକୁ କେହି କିଛି କହିନାହାନ୍ତି କି ଆମେ କାହାକୁ ପଚାରିନୁ। ଯେହେତୁ ବିଚାରକ ମଣ୍ଡଳୀ ଆମ ସଙ୍ଗୀତ ନେଇ ପ୍ରଶ୍ନ ଉଠାଇଥିଲେ ସେଥିଯୋଗୁଁ କିଛି ନକରାତ୍ମକ ନିଷ୍ପତ୍ତି ନେଇପାରିଥାନ୍ତି ବୋଲି ଭାବୁଛୁ।

ଅପରପକ୍ଷେ ଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି ଯେ, ସମ୍ପୂର୍ଣ୍ଣ ମଡେଲ ଓ ସଙ୍ଗୀତକୁ ନେଇ ଆମ ପ୍ରସ୍ତୁତି ଆମେ ପ୍ରଦର୍ଶିତ କରିଥିଲୁ। ୪ର୍ଥ ବୈଠକରେ ଏହା ଅନୁମୋଦିତ ହୋଇଥିଲା। ସଙ୍ଗୀତରେ କିଛି ପରିବର୍ତ୍ତନ କରିବାକୁ କୁହାଯାଇଥିଲା। ଚୂଡ଼ାନ୍ତ ‌ମଡେଲ ସହ ମାହାରୀ ଓ ଘୁମୁରାକୁ ନେଇ ଗୀତ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଗୀତ ରେକର୍ଡିଂ ସରିଥିଲା। କିନ୍ତୁ ଆଜି ଏନେଇ ପଞ୍ଚମ ବୈଠକ ବସିବାକୁ ଥିବା ବେଳେ ଏହି ବୈଠକକୁ ଓଡ଼ିଶାକୁ ଡକାଯାଇନଥିଲା। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ୫ମ ବୈଠକରେ ଓଡ଼ିଶାର ମେଢ଼କୁ କାଟି ଦିଆଯାଇଛି। ମୁଁ ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ଅବସରପ୍ରାପ୍ତ କଳାକାର। ଏହି ବୟସରେ ଏହି ପ୍ରଜ୍ଞାପନ ମେଢ଼ ପାଇଁ ମୁଁ ବହୁ ପରିଶ୍ରମ କରି ଓଡ଼ିଶାର ଟେକ ରଖିବାକୁ ବହୁ ଚେଷ୍ଟା କରିଥିଲି। କିନ୍ତୁ ଲଗାତାର ତୃତୀୟ ଥର ପାଇଁ ଓଡ଼ିଶାକୁ ଏହି ସୁଯୋଗ ମିଳିଲା ନାହିଁ। ପ୍ରଜ୍ଞାପନ ମେଢ଼ରୁ ଆମକୁ ବାଦ୍‌ ଦିଆଗଲା। ଏହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।