ରାଜ୍ୟ

ହାଇଦ୍ରାବାଦ ଶିଳ୍ପପତିଙ୍କ କବ୍‌ଜାରେ ଅନୁଗୁଳ ଜଙ୍ଗଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ହାଇଦ୍ରାବାଦ ଶିଳ୍ପପତିଙ୍କ କବ୍‌ଜାରେ ଅନୁଗୁଳର ଅମୂଲ୍ୟ ଜଙ୍ଗଲ ସମ୍ପଦ। ବିନା ଅନୁମତିରେ ଯେଉଁଠି ଗଛରୁ ପତ୍ରଟିଏ ବି ଆଣିବା ଅପରାଧ, ସେଠି ଜେସିବି ଭର୍ତ୍ତିକରି ମୂଲ୍ୟବାନ ଗଛ ସବୁ କାଟି ପଦା କରାଯାଇଛି। ଜଙ୍ଗଲୀ ହାତୀପଲଙ୍କ ଆଶ୍ରୟସ୍ଥଳକୁ ଜେସିବିରେ ଖୋଳି କେବଳ ସଫା କରାଯାଇ ନାହିଁ, ବରଂ ଜଙ୍ଗଲ ଆଇନ୍‌କୁ ଦଳିକମଚି ନଷ୍ଟ କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ବନଖଣ୍ଡର ପୋକୁଣ୍ଡା ସଂରକ୍ଷିତ ଜଙ୍ଗଲ ହେଉଛି ହାତୀମାନଙ୍କ ଆଶ୍ରୟସ୍ଥଳ। ଏବେ ବି ସେଠି ଦୁଇଟି ଗୋଷ୍ଠୀରେ ଦୁଇ ଗଣ୍ଡାରୁ ଅଧିକ ହାତୀ ବିଚରଣ କରୁଛନ୍ତି। ହାତୀମାନଙ୍କ ଆଶ୍ରୟ ପାଇଁ ଏ ଜଙ୍ଗଲକୁ ସରକାର ସଂରକ୍ଷିତ ଘୋଷଣା କରିଛନ୍ତି। ସଂରକ୍ଷିତ ନିୟମ କହୁଛି, ଏଥିରେ କାହାର ହସ୍ତକ୍ଷେପ ହୋଇପାରିବ ନାହିଁ। ଏମିତିକି, ଜଙ୍ଗଲରୁ ବାଉଁଶଟିଏ ବି କାଟିବା ଏଠି ଅପରାଧ। କିନ୍ତୁ, ‘ଗ୍ରାଉଣ୍ଡ ଜିରୋ’ରୁ ଜଙ୍ଗଲ ସ୍ଥିତି ତନଖିଲା ବେଳେ ଅନୁଗୁଳର ସଂରକ୍ଷିତ ଜଙ୍ଗଲକୁ କେମିତି ଲୁଟ୍ କରାଯାଉଛି ତାହା ସାମ୍ନାକୁ ଆସିଛି। ଅନୁଗୁଳରୁ ପୁରୁଣାଗଡ଼ରୁ ପୋକୁଣ୍ଡା ସେକ୍ସନ ଆଡ଼କୁ ଗଲାବେଳକୁ ପୋକୁଣ୍ଡା ସେକ୍ସନ୍‌ ପୂର୍ବରୁ ବାମକୁ କୁଲାସିଂହା ଗାଁ ଦେଇ କୁରୁଡ଼ୁ ଗାଁକୁ ଗଲା ବେଳେ ଜଙ୍ଗଲ ଭିତରେ ଏସବୁ କାଣ୍ଡ କାରନାମା କରାଯାଇଛି। କୁରୁଡ଼ୁ ଗାଁ ମୁହଁ ଦେଇ ବହି ଯାଇଥିବା ନାଳର ଠିକ୍‌ ୧୦୦ ମିଟର ପୂର୍ବରୁ ଡାହାଣ ପାର୍ଶ୍ବରେ ଥିବା ସଂରକ୍ଷିତ ଜଙ୍ଗଲ ଭିତରେ ପ୍ରାୟ ୧୨ଫୁଟ୍‌ ଓସାରର ଏ ରାସ୍ତା ଫିଟାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ହାଇଦ୍ରାବାଦ ଅଞ୍ଚଳର ଜଣେ ବ୍ୟକ୍ତି ଏକ ଶିଳ୍ପ ନାଁରେ ଅନୁଗୁଳ ତହସିଲ୍‌ରୁ ନିକଟରେ ପ୍ରାୟ ୩୨ଏକର ଜାଗା କ୍ରୟ କରିଛନ୍ତି। ସେ ପ୍ଲଟ୍‌କୁ ଯିବାପାଇଁ ସ୍ଥାନୀୟ ଲୋକେ ରାସ୍ତା ଛାଡ଼ିଲେ ନାହିଁ। ତେଣୁ, ପୋକୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଶିଳ୍ପସଂସ୍ଥା ତାର ବିକଳ୍ପ ବାଟ କରିଛି। ଦୁଇ ସପ୍ତାହ ଜଙ୍ଗଲ ଭିତରେ ଜେସିବି ପଶିଥିଲା। ଗଛଲତା ସବୁ ଧୀରେ ଧୀରେ ପଦା କରି ପ୍ରାୟ ୧୨ଫୁଟ୍ ଓସାରରେ ନିଜ ପ୍ଲଟ୍‌କୁ ଦୁଇ କିଲୋମିଟର ଲମ୍ବାର ରାସ୍ତା ତିଆରି କରିଛନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି।

ଜଙ୍ଗଲ ଭିତରେ ଏ ରାସ୍ତା କିଏ କଲା? କାହା ସହଯୋଗରେ ବାହାର ରାଜ୍ୟରୁ ଆସି ଜଣେ ଜମି ମାଲିକ ଅନୁଗୁଳର ସଂରକ୍ଷିତ ଜଙ୍ଗଲକୁ ଖୋଳିବାକୁ ସାହସ କଲେ? ତାହାକୁ ନେଇ ସ୍ବାଭାବିକ ପ୍ରଶ୍ନ ଉଠୁଥିବା ବେଳେ ଏଥିରେ ସ୍ଥାନୀୟ ଜଙ୍ଗଲ ବିଭାଗର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉଠିଛି।

ଏନେଇ ଅନୁଗୁଳ ଡିଏଫ୍‌ଓ ବିବେକ କୁମାରଙ୍କୁ ଅବଗତ କରାଯାଇଥିଲା। ସେ କହିଛନ୍ତି, ପୋକୁଣ୍ଡା ସଂରକ୍ଷିତ ଜଙ୍ଗଲରେ ରାସ୍ତା କରିବାକୁ କାହାରିକୁ ଅନୁମତି ନାହିଁ। ସଂରକ୍ଷିତ ଜଙ୍ଗଲ ଭିତରେ ଯଦି ରାସ୍ତା ହୋଇଥାଏ, ତାହା ବେଆଇନ। ଘଟଣାର ତଦନ୍ତ କରାଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।