ଅପରାଧ ରାଜ୍ୟ

ହୋମଗାର୍ଡଙ୍କୁ ଚପାଇ ପଳାଇଲା ଭ୍ୟାନ୍: ଘଟଣାସ୍ଥଳରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର ବଳଭଦ୍ରପୁରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଆରଟିଓ ଚେକିଂ ବେଳେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଗାଡ଼ି ମଡ଼ାଇ ପଳାଇଲା ଭ୍ୟାନ୍। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଦୀର କୁମାର ମହାପାତ୍ର।

ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗାଡ଼ି ଚେକିଂ କରୁଥିଲେ। ଜଣେ ହୋମଗାର୍ଡ ଏକ ପିକଅପ ଭ୍ୟାନକୁ ଚେକିଂ ପାଇଁ ଅଟକାଇଥିଲେ। ହେଲେ ଗାଡ଼ି ଚାଳକ ଭ୍ୟାନକୁ ନ ଅଟକାଇ ତାଙ୍କ ଉପରକୁ ଗାଡ଼ି ମଡ଼ାଇ ପଳାଇଥିଲେ। ଏହାଫଳରେ ପ୍ରଦୀର କୁମାର ମହାପ୍ରାତ୍ରଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ତାଙ୍କର ମୃତଦେହକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ଅଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।