ରାଜ୍ୟ ସ୍ପେଶାଲ ରିପୋର୍ଟ

ନଡ଼ିଆ ଗଛରେ ଅଜଣା ରୋଗ

ପିପିଲି : ନଡ଼ିଆ ଗଛରେ ଅଜଣା ରୋଗ। ଛୋଟ ଛୋଟ ଧଳା ଉଡ଼ା ପୋକ ନଡ଼ିଆପତ୍ରକୁ ଖାଇବା ଫଳରେ ପ୍ରଥମେ ଗଛର ପତ୍ର ଧଳା ଓ ପରେ କଳା ପଡ଼ି ରୁଗ୍‌ଣ ହୋଇଯାଉଛି। ଏପରିକି ଏହି ପୋକ ଯୋଗୁ ନଡ଼ିଆ ଗଛଗୁଡ଼ିକ ମରିଯିବା ଆଶଙ୍କା ଦେଖାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ନଡ଼ିଆ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। କିଛିଦିନ ତଳେ ପିମ୍ପୁଡ଼ି ଆତଙ୍କରେ ଲୋକେ ଗାଁ ଛାଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ନଡ଼ିଆ ଗଛରେ ଅଜଣା ରୋଗ ପ୍ରକୃତିର ବ୍ୟତିକ୍ରମ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସରକାରୀ ଆକଳନ ଅନୁସାରେ ଗତ ‘ଫନି’ ବାତ୍ୟା ପିପିଲି ବ୍ଲକ୍‌ରେ ପ୍ରାୟ ୧ଲକ୍ଷ ୩୦ହଜାର ନଡ଼ିଆ ଗଛ ନଷ୍ଟ ହୋଇଥିଲା। ଅଦ୍ୟାବଧି ସମ୍ପୂର୍ଣ୍ଣଭାବେ ‘ଫନି’ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ମିଳିନି। ଯାହାକିଛି ନଡ଼ିଆଗଛ ‘ଫନି’ ମୁହଁରୁ ବର୍ତ୍ତିଯାଇଛି, ସେସବୁ ଏବେ ଅଜଣା ରୋଗରେ ରୋଗାକ୍ରାନ୍ତ। ସ୍ଥାନୀୟ ଚାଷୀମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ନଡ଼ିଆ ଗଛକୁ ରୋଜଗାରିଆ ପୁଅ ବୋଲି ଏଠାର ନଡ଼ିଆ ଚାଷୀମାନେ କୁହନ୍ତି। ନଡ଼ିଆଗଛ ବର୍ଷକୁ ୪ଥର ନଡ଼ିଆ ଅମଳ ଦେଉଥିବାବେଳେ ଏହାର ଖଡ଼ିକା ଝାଡ଼ୁ ଓ ଅଗରବତି ପ୍ରସ୍ତୁତି ଆଦିରେ ବ୍ୟବହାର ହୋଇଥାଏ। ବାହୁଙ୍ଗା ମଧ୍ୟ ଜାଳେଣି ଭାବେ ବ୍ୟବହୃତ ହୁଏ। ତେଣେୁ ଗୋଟଇଏ ନଡ଼ିଆ ଗଛ ହାରାହାରି ବର୍ଷକୁ ୧୦ ହଜାରରୁ ଅଧିକ ଟଙ୍କାର ରୋଜଗାର ଦେଇଥାଏ। ଏବେ ଏହି ନଡ଼ିଆଗଛରେ ଅଜଣା ପୋକ ଲାଗିବା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏ ସମ୍ପର୍କରେ କୃଷି ବୈଜ୍ଞାନିକ ସଂଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ନଡ଼ିଆଗଷର ଲାଗୁଥିବାପୋକଗୁଡ଼ିକ ଏକପ୍ରକାର ଧଳାମାଛି। ଏହି ମାଛିଗୁଡ଼ିକ ଇଣ୍ଡୋନେସିଆ, ଜାଭା ଆଦିରୁ ଆସିଛନ୍ତି। ବର୍ଷା ଆସିଲେ ଏ ରୋଗ କମିଯିବ। ତେବେ ନଡ଼ିଆଚାଷୀମାନଙ୍କୁ ଏହର ପ୍ରତିକାର ପାଇଁ ବିଭିନ୍ନ ପରାମର୍ଶ ଦିଆଯାଉଛି ବୋଲି ସେ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।