ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଟି ମାଫିଆଙ୍କୁ ମାଫ୍‌! ଜରିମାନା କଷି ଚୁପ୍‌ ରହୁଛି ପ୍ରଶାସନ

କାଳିଆପାଣି/ ଆନନ୍ଦପୁର : ସରକାରୀ ଜମିରୁ କୋଟିକୋଟି ଟଙ୍କାର ମାଟି ମୋରମ୍‌ ଲୁଟ୍‌ ଚାଲିଛି। ସରକାରଙ୍କ ୩ ବିଭାଗ ରାଜସ୍ବ, ବନ ଓ ପୁଲିସ କାଁଭାଁ ଚଢ଼ଉ କରୁଛନ୍ତି। ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସ୍ବଳ୍ପ ଜରିମାନା ହେଉଛି। ହେଲେ ଜରିମାନା ଅର୍ଥ ମାସ ମାସ ଧରି ଆଦାୟ ହେଉନି। ସତେଯେମିତି ମାଟି ମାଫିଆଙ୍କ ସବୁଦୋଷ ମାଫ୍‌। ଆଉ ଲୁଟ୍‌ ତା’ ବାଟରେ ଚାଲୁଛି।

ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଓ ଗୋବର୍ଦ୍ଧନପୁର ସର୍କଲର ଜନିନ୍ଦାପାଳ, ବାଲିଆପାଳ ଓ ଟମକା ପାଖାପାଖି ଇଲାକାରୁ ପାହାଡ଼ ପରିମାଣର ମାଟି ତଡ଼ା ଯାଇଛି। ଏଠାରୁ ମାଟି ମୋରମ୍ ସବୁ ଚାଲାଣ ହୋଇ ଏଆରଏସ୍‌ଏସ୍‌ ମାର୍ଫତ‌ରେ ଜାରି ରହିଥିବା ଯଖପୁରା-ବାଂଶପାଣି ରେଳପଥ ଦୋହରୀକରଣ କାର୍ଯ୍ୟରେ ବ୍ୟବହୃତ ହେଉଛି। କେନ୍ଦୁଝର ଜିଲ୍ଲା ଘସିପୁରା ଓ ହରିଚନ୍ଦନପୁର ତହସିଲ ଇଲାକାରେ ଜାରି ରହିଥିବା ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ନଭେମ୍ବର ୧୭ ତାରିଖରେ ଦାନଗଦି ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳ ମୌଜାରେ ଚଢ଼ଉ କରି ମାଟି, ମୋରମ୍‌ ଲୁଟ୍‌ ସଂକ୍ରାନ୍ତରେ ଚାକ୍ଷୁସ ପ୍ରମାଣ ପାଇଥିଲେ। ସେଦିନ ସେ ଟମକା ଥାନାରେ ଏଆରଏସ୍‌ଏସ୍‌ କମ୍ପାନି ଓ ଏହାର କିଛି କର୍ମଚାରୀଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ପୁଲିସ ପକ୍ଷରୁ ଆଇପିସି ଦଫା ୩୭୯/୩୪ ଓ ଏମ୍‌ଏମ୍‌ଡିଆର୍ ଆକ୍ଟ-୨୧ ଆଧାରରେ ଥାନାରେ ଏକ କେସ୍ ୧୪୪/୨୨ ରୁଜୁ ହୋଇଥିଲା। ଝାଡ଼ଖଣ୍ଡର ହାଇୱା ଡ୍ରାଇଭର ଅଶୋକ ଉରାନ(୨୮), ସୁପରଭାଇଜର ବିହାରର ରୋହିତ କୁମାର(୩୮) ଓ ସ୍ଥାନୀୟ ଜନିନ୍ଦାପାଳର ଶରତ ଚନ୍ଦ୍ର ପାତ୍ର(୩୯)କୁ ପୁଲିସ ଗିରଫ କରିବା ସହ ୩ଟି ହାଇୱା ଜବତ କରିଥିଲା। ଅନ୍ୟ ଜଣେ କାର୍ପଟଦାର ଅଭିଯୁକ୍ତ ବିକାଶ କୁମାର ସେଦିନରୁ ଫେରାର୍ ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।