ଅପରାଧ ରାଜ୍ୟ

କଳାପଥର କେଳେଙ୍କାରୀ: ୧୫.୪୦ କୋଟି ଜରିମାନା ଗଣିବେ ଲିଜ୍‌ଧାରୀ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ରାହାଡ଼ପୁର ପାହାଡ଼ରୁ ଶହଶହ କଳାପଥର ଲୁଟ୍‌ ଘଟଣାରେ ଜିଲ୍ଲା ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବେଆଇନ ଭାବେ ଖଣି, ରାଜସ୍ବ ଓ ପରିବେଶ ଆଇନକୁ ଉଲ୍ଲଂଘନ କରି ମାତ୍ରାଧିକ ଖନନ କରିଥିବାରୁ ଜଣେ ଲିଜ୍‌ଧାରୀଙ୍କ ଉପରେ ୧୫ କୋଟି ୪୦ ଲକ୍ଷ ୬୫ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ଲିଜ୍‌ଧାରୀ ହେଲେ ପ୍ରହଲ୍ଲାଦ ଲେଙ୍କା ଏବଂ ସେ ବିଜେଡି ନେତା ଭାବେ ଜଣାଶୁଣା। ଏକମାସ ତଳେ ହୋଇଥିବା ତଦନ୍ତ ଆଧାରରେ ତାଙ୍କୁ ଏହି ଜରିମାନା କରାଯାଇଥିବା ପ୍ରଶାସନ କହୁଛି। ତେବେ, ଏହିସମୟ ଭିତରେ ଜରିମାନା ପରିମାଣ ହ୍ରାସ ପାଇଁ ମୂଲ୍‌ଚାଲ୍‌ କରାଯାଇଥିବା ଅଭିଯୋଗ ହୋଇଛି।

ଶ୍ରୀ ଲେଙ୍କା ରାହାଡ଼ପୁର ପାହାଡ଼ରୁ ୨୫ ଏକର କଳାପଥର (ଗ୍ରାନାଇଟ୍) ଖାଦାନକୁ ୫ ବର୍ଷ (୨୦୧୭-୨୨) ପାଇଁ ଲିଜ୍‌ ନେଇଥିଲେ। ଶ୍ରୀ ଲେଙ୍କା ବାର୍ଷିକ ୪୭ ହଜାର ଘନମିଟର ହିସାବ‌ରେ ୫ ବର୍ଷରେ ମୋଟ ୨ଲକ୍ଷ ୩୫ ହଜାର ଘନମିଟର ଖନନର ଅନୁମତି ପାଇଥିଲେ। ଏଥିପାଇଁ ମାଇନିଂ ପ୍ଲାନ୍, ସିଆରୁ ପରିବେଶ ମଞ୍ଜୁରି ଓ ରାଜସ୍ବ ବିଭାଗରେ ରୟାଲଟି ମଧ୍ୟ ପ୍ରଦାନ କରିଥିଲେ। ଗତମାସ ୮ତାରିଖରେ ତାଙ୍କର ଲିଜ୍‌ ଅବଧି ଶେଷ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଁ ୱାର୍ଲଡ ଦ୍ବାରା ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ୮ଲକ୍ଷ ୪୦ ହଜାର ଘନମିଟର ଖନନ ହୋଇଥିବାର କୁହାଯାଉଥିବା ବେଳେ ସେଥିରୁ ୩ ଲକ୍ଷ ଘନମିଟର ଅନୁମତିଠାରୁ ଅଧିକ। ଘନମିଟର ୨୦୫ ଟଙ୍କା ରୟାଲିଟି ହିସାବରେ ଶହେ ପ୍ରତିଶତ ଜରିମାନା କରାଯାଇ ମୋଟ ୧୫କୋଟି ୪୦ଲକ୍ଷ ୬୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

ତଦନ୍ତ ସମୟରେ, ଏହି ଖାଦାନରେ ୨ ଶହରୁ ୩ ଶହ ଫୁଟ ଗଭୀର ବିରାଟ ବିରାଟ ଗହ୍ବର ଦେଖିବାକୁ ମିଳିଥିଲା। ଡ୍ରୋନ୍‌ କ୍ୟାମେରା ଦ୍ବାରା ତଦନ୍ତବେଳେ ସେଗୁଡ଼ିକ ପାଣିରେ ବୁଡ଼ି ରହିଥିଲା। ଆହୁରି ମଧ୍ୟ ଅଭିଯୋଗ ହୋଇଥିଲା ‌ଯେ, ୧୬ନମ୍ବର ଜାତୀୟ ରାଜପଥ(ଚଣ୍ଡିଖୋଲ- ଭଦ୍ରକ) ନିର୍ମାଣ କରୁଥିବା ଡିବିଏଲ୍‌ ଠିକାସଂସ୍ଥା ଏଠାରୁ ପ୍ରାୟ ୧.୫କୋଟି ଘନମିଟର କଳାପଥର ନେଇ ଜାତୀୟ ରାଜପଥ ସଂପ୍ରସାରଣ କାମରେ ବ୍ୟବହାର କରାଯାଇଛି। ଏହିସବୁକୁ ଦୃଷ୍ଟିକୁ ଆଣିଲେ ୨ଶହ କୋଟି ଟଙ୍କାର କଳାପଥର ଚୋରାଚାଲାଣ ହୋଇଥିବାର ଅଭିଯୋଗ ହେଉଛି।

ତେବେ, ଲିଜ୍‌ଧାରୀ ଶ୍ରୀ ଲେଙ୍କା ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଡିବିଏଲ ସହିତ ଚୁକ୍ତିବଦ୍ଧ ହେବାପରେ ଖାଦାନର କ୍ଷମତା ବଢ଼ାଇଛନ୍ତି। ସେଥିପାଇଁ ଅନୁମତି ଆଣିଛନ୍ତି। ମାଟି (ଓବି) ପାଇଁ ସେ ରୟାଲଟି ଦେଇଛନ୍ତି।

ଅନ୍ୟପକ୍ଷରେ, ଶ୍ରୀ ଲେଙ୍କାଙ୍କ ଭଳି ବିନା ଅନୁମତିରେ ମାତ୍ରାଧିକ ଖନନ କରିଥିବା ୪ ଜଣ ଲିଜଧାରୀଙ୍କୁ ଏଥିପୂର୍ବରୁ ୧୦୫କୋଟି ଟଙ୍କା ଜରିମାନା କରାଯାଇଥିଲା। ‌‌ହେଲେ କେହି ଜଣେ ବି ଜରିମାନା ପୈଠ କରିନାହାନ୍ତି। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।