ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନାଳ ଯୋଗୁ ବିଷ ହେଲା ପିଇବା ପାଣି: ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଲା

ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଘରେଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି। ଦୁଇଦିନ ଧରି ସ୍ବାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍‌ କରୁଛି। ଦୂଷିତ ପାଣି ଏହାର ମୂଳ କାରଣ ହୋଇଥିବାବେଳେ ପୌର ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗ ଏ ନେଇ କ’ଣ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ନାଳ ପାଣି ପାଇଁ ଆଜି ପାନୀୟ ଜଳ ବିଷାକ୍ତ ହୋଇ ଲୋକେ ଝାଡ଼ାବାନ୍ତି ଭଳି ରୋଗରେ ଆକ୍ରାନ୍ତ ହେବା ଜିଲ୍ଲା ପ୍ରଶାସନର ଅପାରଗତା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ବାସେଳିସାହିର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଦେଖାଦେଇଛି। ତିନି ଚାରିଦିନ ଭିତରେ ଘର ପିଛା ଚାରି ପାଞ୍ଚ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପିଲାଠାରୁ ବୁଢ଼ା ସମସ୍ତେ ଝାଡ଼ାବାନ୍ତିରେ ପଡ଼ିଥିବା ବେଳେ କିଛି ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ବାସେଳିସାହି ଓ ଆଖପାଖ ଅଞ୍ଚଳବାସୀ ଅଭିଯୋଗ ହେଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚାରିପଟେ ସଂଲଗ୍ନ ନାଳ ସବୁ ତଡ଼ା ଯାଇଛି। ଆବର୍ଜନା ପାଣି ପାଇଁ ପଡ଼ିଥିବା ପାଇପ୍‌ ସବୁ ଭାଙ୍ଗି ଦିଆଯାଇଛି। ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନା ପୌର ପ୍ରଶାସନ ଗୁରୁତ୍ବ ଦେଇଛନ୍ତି। ଯାହାଫଳ‌ରେ, ନାଳ ସବୁ ଭାଙ୍ଗି ରାସ୍ତାଘାଟ, ଶ୍ରୀମନ୍ଦିର ଚାରିପଟେ ଦୂଷିତ ପାଣି ଭାସୁଛି। ଦିନେ କି ଦି’ଦିନ ନୁହେଁ, ମାସ ମାସ ଧରି ଏଭଳି ପରିସ୍ଥିତି ଲାଗି ରହିଛି।

ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନାଳପାଣି ଯୋଗୁ ଦୁର୍ଗନ୍ଧମୟ ପରିବେଶ ଭିତରେ ଅଞ୍ଚଳବାସୀ ଯା’ଆସ କରୁଛନ୍ତି। ନାଳ ସମସ୍ୟା ସଂପର୍କରେ ବାରମ୍ବାର ପୌର ପ୍ରଶାସନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ, କେହି ଏହାକୁ କର୍ଣ୍ଣପାତ କରିନାହାନ୍ତି। ପରିଣାମ ସ୍ବରୂପ ଆଜି ନାଳ ପାଣି ପିଇବା ପାଣିକୁ ବିଷ କରିଦେଇଛି। ସହରସାରା ନାଳ ଦେଇ ଆସୁଥିବା ଏହି ଆବର୍ଜନା ପାଣି ମିଶା ପିଇବା ପାଣିକୁ ଲୋକେ ପିଉଛନ୍ତି। । ଯାହାର ଦୁର୍ଦ୍ଦଶା ଆଜି ବାସେଳିସାହି ଓ ଆଖପାଖ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା କହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି ଯେ ଏହାକୁ ଜନସ୍ବାସ୍ଥ୍ୟ ବିଭାଗ ଗୁରତ୍ବର ସହ ନେଇ ଆସନ୍ତା ପାଞ୍ଚ ଦିନ ପାଇଁ ଡାକ୍ତରୀ ଟିମ୍‌ ମୁତୟନ କରିଛି। ସେମାନେ ଚିକିତ୍ସା ସେବା ଯୋଗାଇ ଦେବା ସହିତ ୨୦୦ରୁ ଅଧିକ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ